ଅଭିନେତା ରଣଦୀପ ହୁଡ଼ା ହସ୍ପିଟାଲରେ ଭର୍ତ୍ତି : ହେବ ବଡ଼ ସର୍ଜରି

Published By : Prameya-News7 Bureau | August 27, 2020 IST

ମୁମ୍ବାଇ ୨୭/୮: ଅଭିନେତା ରଣଦୀପ ହୁଡ଼ାଙ୍କୁ ବୁଧବାର ସକାଳେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କର ଗୋଟିଏ ବଡ଼ ସର୍ଜରି ହେବ। ରଣଦୀପ ହୁଡ଼ା ଫିଲ୍ମ ‘ସରବଜିତ’,‘ହାଇଓ୍ବେ’,‘ସୁଲତାନ’,‘ମର୍ଡ଼ର ୩’,‘ଜିସ୍ମ ୨’ ଆଦି ଫିଲ୍ମରେ ଅଭିନୟ କରିଛନ୍ତି।

{"id":321051,"sizeSlug":"large"}

ହୁଡ଼ାଙ୍କ ଜଣେ ଘନିଷ୍ଠ ବନ୍ଧୁ ଖୁଲାସା କରିଥିଲେ ଯେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। କାରଣ ତାଙ୍କର ଏକ ବଡ଼ ସର୍ଜରି ହେବ। ତେବେ ସର୍ଜରି କେଉଁ ଜିନିଷର ହେବ ତାହା ଏପର୍ଯ୍ୟନ୍ତ ଜଣା ପଡ଼ିପାରି ନାହିଁ। ରଣଦୀପ ବଲିଉଡର ସବୁଠୁ ଫିଟ୍ କଳାକାର ମଧ୍ୟରୁ ଜଣେ। ଏହା ମଧ୍ୟ ଜଣା ପଡ଼ିଛି ଯେ ରଣଦୀପ ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ନିଜର କରୋନା ଟେଷ୍ଟ୍ ମଧ୍ୟ କରାଇଥିଲେ।

{"id":321052,"sizeSlug":"large"}

ହସ୍ପିଟାଲରେ ଭର୍ତ୍ତି ପରେ ତାଙ୍କ ପ୍ରଶଂସକ ଚିନ୍ତାରେ ପଡ଼ି ଯାଇଥିଲେ। କିନ୍ତୁ ହସ୍ପିଟାଲ୍ ଅଭିନେତାଙ୍କ ସ୍ବାସ୍ଥ୍ୟ ବିଷୟରେ ସୂଚନା ଦେଇଛି। କିଛି ଦିନ ତଳେ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲର ଜଣେ ଅଧିକାରୀ କହିଥିଲେ ଯେ ହୁଡ଼ା ଠିକଭାବେ କାମ କରୁଛନ୍ତି ଏବଂ ଚିନ୍ତା କରିବାର ଆବଶ୍ୟକତା ନାହିଁ।

{"id":321053,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.