ରାଞ୍ଚି ଏସପି ଓ ତାଙ୍କ ପତ୍ନୀ କରୋନା ସନ୍ଦିଗ୍ଧ, ଇଟାଲୀରୁ ଫେରିଥିଲେ
16/03/2020 at 7:35 PM

ରାଞ୍ଚି ୧୬/୦୩ : ମହାମାରୀ ଘୋଷିତ ହୋଇଥିବା କରୋନା ସନ୍ଦିଗ୍ଧଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି | ବିହାର ଝାରଖଣ୍ଡରେ ମଧ୍ୟ ସନ୍ଦିଗ୍ଧଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି | ମିଳିଥିବା ଖବର ଅନୁଯାୟୀ, ଝାରଖଣ୍ଡର ଆଇପିଏସ ଅଧିକାରୀ ଏବଂ ତାଙ୍କ ପତ୍ନୀ କରୋନା ସନ୍ଦିଗ୍ଧ ଜଣାପଡିଛି | ପାଟଣାର ପିଏମସିଏଚ ହସ୍ପିଟାଲରେ ମୋଟ ୮ଜଣ କରୋନା ସଂକ୍ରମିତ ଥିବା ଜଣାପଡିଛି | ଆଇସୋଲେସନ ୱାର୍ଡରେ ଏମାନଙ୍କ ଚିକିତ୍ସା ଜାରି ରହିଛି |

କରୋନା ସନ୍ଦିଗ୍ଧଙ୍କ ମଧ୍ୟରେ ରାଞ୍ଚିର ଏସପି ସୌରଭ ଏବଂ ତାଙ୍କ ପତ୍ନୀ ଶିବା ମଧ୍ୟ ରହିଛନ୍ତି | ସୂଚନା ଅନୁଯାୟୀ, ସୌରଭ ଏବଂ ଶିବା ବିବାହ ପରେ ଇଟାଲୀ ବୁଲିବାକୁ ଯାଇଥିଲେ | ଇଟାଲୀରୁ ଫେରିବା ପରେ ଉଭୟଙ୍କ ମଧ୍ୟରେ କରୋନା ଭାଇରସର କିଛି ଲକ୍ଷଣ ଦେଖିବାକୁ ମିଳିଥିଲା | ଇଟାଲୀରୁ ଫେରିବା ପରେ ଡାକ୍ତରମାନେ ତାଙ୍କ ଉପରେ ନଜର ରଖିଥିଲେ |ଏହାପରେ ଉଭୟଙ୍କ ପରୀକ୍ଷା କରାଯାଇଥିଲା | ଉଭୟଙ୍କ ବର୍ତ୍ତମାନ ଆଇସୋଲେସନ ୱାର୍ଡରେ ରଖାଯାଇଛି |
ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସମସ୍ତ ରୋଗୀ ବର୍ତ୍ତମାନ ବିପଦମୁକ୍ତ | ତେବେ ସୁରକ୍ଷା ଦୃଷ୍ଟିରୁ ୱାର୍ଡ ଆଖପାଖରେ ଲୋକଙ୍କୁ ବୁଲିବାକୁ ବାରଣ କରାଯାଇଛି | ହସ୍ପିଟାଲ ଅଧିକାରୀ ଡ.ବିଦ୍ୟାପତି ଚୌଧୁରୀ କହିଛନ୍ତି ଯେ, ସମସ୍ତ ସନ୍ଦିଗ୍ଧଙ୍କୁ ୧୪ ଦିନ ପାଇଁ ଆଇଶୋଲେସନ ୱାର୍ଡରେ ରଖାଯାଇଛି ଏବଂ ୧୪ ଦିନ ପରେ ସେମାନଙ୍କ ଯାଞ୍ଚ ପରେ ହିଁ କୁହାଯାଇପାରିବ ଯେ ସେମାନେ ସୁସ୍ଥ ନାଁ ନାହିଁ |