ଅଡ଼ୁଆରେ ଲାଲୁ ପ୍ରସାଦ ଯାଦବ : ଗୋଖାଦ୍ୟ ଦୁର୍ନୀତି ମାମଲାରେ ସିବିଆଇ କୋର୍ଟରେ ହେଲେ ହାଜର

Published By : Prameya-News7 Bureau | January 17, 2020 IST

ନୂଆଦିଲ୍ଲୀ ୧୭/୧: ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦଣ୍ଡ ଭୋଗୁଥିବା ରାଷ୍ଟ୍ରୀୟ ଜନତା ଦଳର ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଗୁରୁବାର ରାଞ୍ଚିର ସିବିଆଇ କୋର୍ଟରେ ହାଜର ହୋଇଥିଲେ। କୋର୍ଟରେ ସେ ତାଙ୍କର ବୟାନ କହିଥିଲେ। ଲାଲୁ ଯାଦବ ରାଞ୍ଚିରେ ଗୋଖାଦ୍ୟ ଘୋଟାଲା ସହ ଜଡ଼ିତ ଏକ କେସର ଶୁଣାଣି ପାଇଁ ପହଞ୍ଚିଥିଲେ। ଏଥିପାଇଁ କୋର୍ଟରେ ଅତ୍ୟଧିକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

{"id":212407,"sizeSlug":"large"}

ସିବିଆଇ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦଣ୍ଡ ଭୋଗୁଥିବା ଆରଜେଡିର ଅଧ୍ୟକ୍ଷ ଲାଲୁ ଯାଦବଙ୍କ ଚିନ୍ତା ବଢ଼ିଯାଇଛି। ସିବିଆଇ ଲାଲୁ ଯାଦବଙ୍କୁ ନେଇ ଝାଡ଼ଖଣ୍ଡ ହାଇକୋର୍ଟରେ ନିଆଯାଇଥିବା ନିଷ୍ପତ୍ତି ବିରୋଧରେ ସୁପ୍ରିମ କୋର୍ଟରେ ଆବେଦନ ଦାଖଲ କରାଯାଇଛି।

{"id":212408,"sizeSlug":"large"}
)

ଝାଡ଼ଖଣ୍ଡ ହାଇକୋର୍ଟରେ ଦେବଘର କୋଷାଗାର ମାମଲାରେ ଦଣ୍ଡ ଅଧା ଅବଧି ବିତିଯିବାକୁ ଆଧାର କରି ଜାମିନ ଦିଆଯାଇଥିଲା ଏବଂ ଦଣ୍ଡକୁ ନିଲମ୍ବନ କରାଯାଇଥିଲା। ସିବିଆଇ ହାଇକୋର୍ଟର ଏହି ନିଷ୍ପତ୍ତି ପାଇଁ ବର୍ତ୍ତମାନ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଚିନ୍ତା ବଢ଼ିଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.