ବି-ଟେକ୍ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା : ଦୋଷୀକୁ ମୃତ୍ୟୁଦଣ୍ଡ ଶୁଣାଇଲେ ରାଞ୍ଚି ସିବିଆଇ କୋର୍ଟ

Published By : Prameya-News7 Bureau | December 21, 2019 IST

ରାଞ୍ଚି ୨୧।୧୨: ଦୁଷ୍କର୍ମକାରୀଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଲେ କୋର୍ଟ । ଝାଡଖଣ୍ଡ ରାଞ୍ଚିରେ ଜଣେ  ବି-ଟେକ୍ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ  ରାୟ ପ୍ରକାଶ କରିଛନ୍ତି । ଘଟଣାରେ ମୁଖ୍ୟ ଅଭିଯୁକ୍ତ ରାହୁଲ ରାୟଙ୍କୁ ମୃତ୍ୟୁଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ରାଞ୍ଚିର ସ୍ପେଶାଲ ସିବିଆଇ ସ୍ବତନ୍ତ୍ର କୋର୍ଟ ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି । ଶୁକ୍ରବାର ଦିନ କୋର୍ଟ ରାହୁଲ ରାୟଙ୍କ ଦୋଷୀ ସାବ୍ୟସ୍ତ କରିଥିଲେ ।

wp:core-embed/twitter {"url":"https://twitter.com/ANI/status/1208330587032801280","type":"rich","providerNameSlug":"twitter","className":""}
https://twitter.com/ANI/status/1208330587032801280
/wp:core-embed/twitter

ରାଞ୍ଚିରେ ୨୦୧୬ ମସିହାରେ ଡିସେମ୍ବର ୧୫-୧୬ରେ ରାହୁଲ ଜଣେ ବି-ଟେକ୍ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିଲା । ଦୁଷ୍କର୍ମ ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ପୀଡିତାଙ୍କୁ ପୋଡି ମାରି ଦେଇଥିଲା । ତେବେ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ରାହୁଲ ରାୟକୁ ପୋଲିସ ଗିରଫ କରିଥିଲା । ଘଟଣାର ତଦନ୍ତ ଭାର ସିବିଆଇକୁ ପ୍ରଦାନ କରାଯାଇଥିଲା । ସିବିଆଇ ଘଟଣାର ତଦନ୍ତ କରି ସେପ୍ଟେମ୍ବର ୧୯ରେ ଚାର୍ଜସିଟ ଦାଖଲ କରିଥିଲା । ୧୩ ଡିସେମ୍ବରେ ସିବିଆଇ ପକ୍ଷରୁ କୋର୍ଟରେ ରାହୁଲର ବର୍ବରତାପୂର୍ଣ୍ଣ କାର୍ଯ୍ୟ ପାଇଁ ଫାଶୀ ଦଣ୍ଡ ଦେବା ଦାବି କରାଯାଇଥିଲା । ତେବେ ୨୦ ଡିସେମ୍ବରରେ ହୋଇଥିବା ଶୁଣାଣିରେ ରାହୁଲକୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିବା ବେଳେ , ଶନିବାର ଦିନ ଦଣ୍ଡ ଘୋଷଣା କରି ମୃତ୍ୟୁଦଣ୍ଡ ଶୁଣାଇଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.