Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ମାନବିକତାର ଉଦାହରଣ ଦେଲେ ଅଟୋ ଡ୍ରାଇଭର: କରୋନା ରୋଗୀଙ୍କୁ ମାଗଣାରେ ନେଇଯାଉଛନ୍ତି ହସ୍ପିଟାଲ

23/04/2021 at 5:40 PM

ରାଞ୍ଚି ୨୩/୦୪ : କରୋନାର ଦ୍ୱିତୀୟ ଲହରରେ ହସ୍ପିଟାଲମାନଙ୍କରେ ବେଡ଼ ଓ ଅକ୍ସିଜେନ ଅଭାବ ଦେଖାଦେଇଛି। ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବାରୁ ଆମ୍ବୁଲାନ୍ସ ଓ ଅନ୍ୟ ଯାନବାହାନ ମିଳିବ ମଧ୍ୟ ମୁସକିଲ ହୋଇଗଲାଣି। ସଂକ୍ରମିତଙ୍କୁ ହସ୍ପିଟାଲ ନେବାକୁ ସହଜରେ ଆମ୍ବୁଲାନ୍ସ ମିଳୁନି। ଯଥା ସମୟରେ ଆମ୍ବୁଲାନ୍ସ ନ ମିଳିବାରୁ ଲୋକଙ୍କ ଚିକିତ୍ସାରେ ବିଳମ୍ବ ହେଉଛି। ଏହିଭଳି ସ୍ଥିତିରେ କିଛି ସହୃଦୟ ବ୍ୟକ୍ତି ସାହାଯ୍ୟର ହାତ ବଢ଼ାଇଛନ୍ତି।

ଝାରଖଣ୍ଡ ରାଞ୍ଚିରେ ଜଣେ ଅଟୋ ଡ୍ରାଇଭର କରୋନା ରୋଗୀଙ୍କୁ ନିଃସ୍ୱାର୍ଥ ସେବା ପ୍ରଦାନ କରୁଛନ୍ତି। କରୋନା ରୋଗୀଙ୍କୁ ମାଗଣାରେ ହସ୍ପିଟାଲରେ ପହଞ୍ଚାଇବାକୁ ସେ ନିଷ୍ପତ୍ତି ନେଇଛନ୍ତି। କରୋନା ସଂକ୍ରମିତ ହସ୍ପିଟାଲ ଯିବ ପାଇଁ ଆମ୍ବୁଲାନ୍ସ କିମ୍ବା ଅନ୍ୟ କୌଣସି ସାଧନ ନ ପାଇଲେ ସେ ନିଜ ଅଟୋରେ ସଂକ୍ରମିତଙ୍କୁ ହସ୍ପିଟାଲରେ ପହଞ୍ଚାଉଛନ୍ତି। ତେବେ ଖାସ୍ କଥା ହେଲା ଏମର୍ଜେନ୍ସି ସ୍ଥିତିରେ ସେ ରୋଗୀଙ୍କୁ ଫ୍ରି ସେବା ପ୍ରଦାନ କରୁଛନ୍ତି।

ସେହି ସହୃଦୟ ଅଟୋ ଡ୍ରାଇଭର ହେଲେ ରବି। ସେ କହିଛନ୍ତି ଯେ ଏପ୍ରିଲ ୧୫ ତାରିଖରୁ ସେ ଫ୍ରିରେ ଲୋକଙ୍କୁ ଅଟୋରେ ହସ୍ପିଟାଲ ନେଇ ଯାଉଛନ୍ତି। ସେ କହିଛନ୍ତି ଜଣେ ମହିଳାଙ୍କୁ ହସ୍ପିଟାଲ ଯିବାର ଥିଲା କିନ୍ତୁ କେହି ଅଟୋ ଡ୍ରାଇଭର ତାଙ୍କୁ ନେବାକୁ ରାଜି ହୋଇନଥିଲେ। ସେତେବେଳେ ସେ ତାଙ୍କୁ ନେଇ ରିମ୍ସରେ ପହଞ୍ଚାଇଥିଲେ। ସେବେଠାରୁ ସେ ଆବଶ୍ୟକୀୟଙ୍କୁ ମାଗଣାରେ ହସ୍ପିଟାଲ ପହଞ୍ଚାଇବା କାମ କରୁଛନ୍ତି। ଏଥିରେ ତାଙ୍କୁ ବହୁତ ଆନନ୍ଦ ମିଳୁଛି ବୋଲି ସେ କହିଛନ୍ତି। ରବି କହିଛନ୍ତି ତାଙ୍କ ମୋବାଇଲ ନମ୍ବର ସୋସିଆଲ ମିଡ଼ିଆରେ ସର୍କୁଲେଟ ହେଉଛି। ଯେଉଁ କରୋନା ରୋଗୀଙ୍କୁ ହସ୍ପିଟାଲ ଯିବାର ଅଛି ଏବଂ କେହି ତାଙ୍କୁ ସାହାଯ୍ୟ କରୁନାହାନ୍ତି ତାହେଲେ ସେମାନେ ତାଙ୍କୁ ଯୋଗାଯୋଗ କରନ୍ତୁ।

   Related Posts