Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

କିଶୋର କୁମାରଙ୍କ ବାୟୋପିକ୍‌ରେ ନଜର ଆସିବେ ଏହି ଅଭିନେତା!

7/02/2020 at 3:15 PM

ମୁମ୍ବାଇ୭|୨: ବଲିଉଡ ଇଣ୍ଡଷ୍ଟ୍ରିରେ ରଣବୀର କପୁର ସବୁଠୁ ହ୍ୟାଣ୍ଡସମ୍ ଅଭିନେତା ଭାବେ ପରିଚିତ। ଲକ୍ଷ ଲକ୍ଷ ଝିଅମାନେ ରଣବୀରଙ୍କ ପ୍ରେମରେ ପାଗଳ। ସୋସିଆଲ ମିଡିଆରେ ତାଙ୍କ ପୋଷ୍ଟ ଅପେକ୍ଷାରେ ସବୁ ଝିଅମାନେ ଥାନ୍ତି। ତାଙ୍କ ଅଭିନୟ ପାଇଁ ସେ ବଲିଉଡରେ ଶ୍ରେଷ୍ଠ ଅଭିନେତାର ସ୍ଥାନ ମଧ୍ୟ ହାସଲ କରିଛନ୍ତି ।

ରଣବୀର ନିଜ ବ୍ୟକ୍ତିଗତ ଜୀବନ ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି । ତେବେ ବଲିଉଡ୍‌ ନିର୍ଦ୍ଦେଶକ ଅନୁରାଗ ବାସୁ ଦିବଂଗତ ପ୍ରସିଦ୍ଧ ଗାୟକ ତଥା ଅଭିନେତା କିଶୋର କୁମାରଙ୍କ ବାୟୋପିକ୍‌ ନିର୍ମାଣ କରିବାକୁ ଯାଉଛନ୍ତି। ଏଥିରେ କିଶୋର କୁମାରଙ୍କ ଚରିତ୍ରରେ ଅଭିନୟ କରିବେ ରଣବୀର କପୁର।

୨୦୧୮ ମସିହାରେ ଏହି ବାୟୋପିକ ତିଆରି କରିବା ପାଇଁ ଚର୍ଚ୍ଚା ହୋଇଥିଲା।ହେଲେ କିଛି କାରଣ ଯୋଗୁଁ ଏହି ଫିଲ୍ମ ବିଷୟରେ କୌଣସି ଆଲୋଚନା କରାଯାଇନଥିଲା। ଅନୁରାଗଙ୍କ କହିବା ଅନୁସାରେ ସେ ଏହି ବାୟୋପିକ୍ ନିହାତି ତିଆରି କରିବେ। କିଶୋର କୁମାରଙ୍କ ବାୟୋପିକ୍‌ ପାଇଁ ଅନୁରାଗ ରଣବୀର କପୁରଙ୍କୁ ବାଛିଛନ୍ତି।

ତେବେ ଏହି ଫିଲ୍ମର ନିର୍ମାଣ ସମୟ ରଣବୀରଙ୍କ ଟାଇମ୍‌ଟେବଲ୍‌ ଉପରେ ନିର୍ଭର କରୁଛି ବୋଲି ଅନୁରାଗ କହିଛନ୍ତି। ଏବେ ରଣବୀର ‘ବ୍ରହ୍ମାସ୍ତ୍ର’ ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏଥିରେ ତାଙ୍କ ସହ ଆଲିଆ ଭଟ୍ଟ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି।

ଶେଷଥର ପାଇଁ ଅନୁରାଗ ବାସୁଙ୍କ ସହିତ ଫିଲ୍ମ ‘ବର୍ଫି’ରେ କାମ କରିଥିଲେ ରଣବୀର।ଅପରପକ୍ଷରେ ଅନୁରାଗ ଏବେ ତାଙ୍କ ଫିଲ୍ମ ‘ଲୁଡୋ’ର ଶୁଟିଂକୁ ନେଇ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ରାଜକୁମାର ରାଓ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମଟି ଏପ୍ରିଲ ୨୦ ତାରିଖରେ ରିଲିଜ୍‌ ହେବ।

   Related Posts