Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଭରବ୍ରିଜ୍ ଉପରେ ବିରାଟ ଗାତ, ବିପଦସଙ୍କୁଳ ଅବସ୍ଥାରେ ଚଳାଚଳ କରୁଛି ଯାନବାହାନ
  • ||
  • ମାଟି ଘରେ ଶୋଇଥିଲେ ବୃଦ୍ଧା, ହଠାତ ମାଡି ବସିଲା କାନ୍ଥ
  • ||
  • ମାତିଛନ୍ତି ହାତୀପଲ : ଜଳକ୍ରୀଡା ପରେ ଭାଙ୍ଗୁଛନ୍ତି ଘର, ନଷ୍ଟ କରୁଛନ୍ତି ଫସଲ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୨୮ କୋଭିଡ୍ ପଜିଟିଭ୍
  • ||
  • ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା, ଶିଳ୍ପନଗରୀରୁ ଗାଁ ଗହଳି ସବୁଠି ଉତ୍ସାହ
  • ||
  • ୭୧ ବର୍ଷରେ ପାଦ ଦେଲେ ପ୍ରଧାନମନ୍ତ୍ରୀ : ବିଜେପି କରୁଛି ୨୦ ଦିନିଆ ସେବା ସମର୍ପଣ ଅଭିଯାନ
  • ||
  • ଆଉ ଏକ ଲଘୁଚାପ : ୧୮ରୁ ବଢିବ ବର୍ଷା, ଉତ୍ତରରେ ଛେଚିବ
  • ||
  • ଭାଙ୍ଗିଗଲା ଓଭରବ୍ରିଜ୍‌ର ବିରାଟ ଖଣ୍ଡ, ୧୩ ଶ୍ରମିକ ଗୁରୁତର
  • ||
  • ଶୌଚ ପାଇଁ ଗଲା ବେଳେ ମାଡିଗଲା ଅଜଣା ଗାଡି, ୨ ମହିଳା ମୃତ
  • ||
  • ୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ, ଚକ-ଅଖ ସବୁ ଠପ୍
  • ||

ରଣବୀର କପୁରଙ୍କ ଡୁପ୍ଲିକେଟଙ୍କୁ ହାର୍ଟ ଆଟାକ୍ : ଦିନେ ଋଷି କପୁର କରିଥିଲେ ପ୍ରଶଂସା

17/07/2020 at 4:35 PM

ମୁମ୍ବାଇ ୧୭/୭: ପ୍ରସିଦ୍ଧ କାଶ୍ମିରୀ ମଡେଲ୍ ଜୁନୈଦ ଶାହଙ୍କ ପରଲୋକ ହୋଇ ଯାଇଛି। ଜୁନୈଦ ଶାହ ବଲିଉଡ ଅଭିନେତା ରଣବୀର କପୁରଙ୍କ ଭଳି ଦେଖାଯିବା ଯୋଗୁଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଜୁନୈଦ ଶାହ ପୂରା ଅଭିନେତା ରଣବୀର କପୁରଙ୍କ ଭଳି ଦେଖାଯାଆନ୍ତି। ତାଙ୍କର ହୃଦଘାତ ଯୋଗୁଁ ଶ୍ରୀନଗରର ଇଲାହୀବାଗରେ ଥିବା ଘରେ ପରଲୋକ ହୋଇଯାଇଛି। ଏବିଷୟରେ କାଶ୍ମୀରର ପ୍ରସିଦ୍ଧ ସାମ୍ବାଦିକ ୟୁସୁଫ ଜୁନୈଦ ସୂଚନା ଦେଇଛନ୍ତି।

ୟୁସୁଫ ଜୁନୈଦ ନିଜ ଅଫିସିଆଲ୍ ଟ୍ବିଟର ଆକାଉଣ୍ଟରେ ଟ୍ବିଟ୍ କରି କହିଛନ୍ତି ଯେ ଜୁନୈଦ ଶାହ ଏଦୁନିଆରେ ନାହାନ୍ତି। ସେ ନିଜ ଟ୍ବିଟରେ ଲେଖିଛନ୍ତି,‘ ବିଳମ୍ବିତ ରାତିରେ ତାଙ୍କ ପଡ଼ୋଶୀ ନିସାର ଅହମଦ ଶାହଙ୍କ ପୁଅ ଜୁନୈଦ ଶାହ ହୃଦଘାତ ଯୋଗୁଁ ଆଖି ବୁଜି ଦେଇଛନ୍ତି। ଲୋକେ ତାଙ୍କୁ ବଲିଉଡ ଅଭିନେତା ରଣବୀର କପୁରଙ୍କ କାର୍ବନ୍ କପି କହୁଥିଲେ।’

ଜୁନୈଦ ଶାହ , ରଣବୀର କପୁରଙ୍କ କାର୍ବନ କପି ଭାବେ ପ୍ରସିଦ୍ଧ ଥିଲେ। ଏହି କାରଣରୁ ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ମଧ୍ୟ ଅତ୍ୟଧିକ ଥିଲା। ଜୁନୈଦ ଶାହ ମଧ୍ୟ ରଣବୀର କପୁରଙ୍କ ଷ୍ଟାଇଲ୍ ଏବଂ ପିନ୍ଧିବା ଶୈଳୀକୁ ଫଲୋ କରୁଥିଲେ। ପ୍ରଶଂସକଙ୍କ ବ୍ୟତୀତ ରଣବୀର କପୁରଙ୍କ ବାପା ଏବଂ ଦିଗ୍ଗଜ ଅଭିନେତା ଋଷି କପୁର ମଧ୍ୟ ଜୁନୈଦ ଶାହଙ୍କୁ ସୋସିଆଲ୍ ମିଡିଆରେ ପ୍ରଶଂସା କରିଥିଲେ।

୨୦୧୫ମସିହାରେ ଅଭିନେତା ଋଷି କପୁରଙ୍କ ପୁଅ ରଣବୀର କପୁର ଏବଂ ଜୁନୈଦ ଶାହଙ୍କ ଫଟୋର କୋଲାଜକୁ ନିଜ ଅଫିସିଆଲ୍ ଟ୍ବିଟର ଆକାଉଣ୍ଟରେ ସେୟାର କରିଥିଲେ। ଏଥିରେ ସେ ଜୁନୈଦ ଶାହଙ୍କ ପ୍ରଶଂସା କରିଥିଲେ।

୨୦୦୭ମସିହାରେ ରଣବୀର କପୁରଙ୍କ ଫିଲ୍ମ ସାଓ୍ବରିୟା ରିଲିଜ ହେବାବେଳେ ଜୁନୈଦ କଲେଜରେ ପଢ଼ୁଥିଲେ। ସେ କାଶ୍ମୀର ୟୁନିଭର୍ସିଟିରୁ ଏମବିଏ କରିଛନ୍ତି। ଏହା ପରଠୁ ସେ ମଡେଲିଂ କରିବା ଆରମ୍ଭ କରି ଦେଇଥିଲେ।

   Related Posts