ଭାଇରାଲ୍ ହେଲା ଆଲିୟା-ରଣବୀରଙ୍କ ଏହି ଫଟୋ : ଫିଟିଗଲା ମଲାୟିକା ଏବଂ ଅର୍ଜ୍ଜୁନଙ୍କ ସମ୍ପର୍କର ଗୁମର
16/03/2020 at 3:27 PM

ମୁମ୍ବାଇ ୧୬/୩: ବଲିଉଡରେ ଏପରି ଅନେକ ଲଭବାର୍ଡ଼ସ୍ ଅଛନ୍ତି ଯେଉଁମାନଙ୍କର ଗୋଟିଏ ଝଲକ ପାଇବା ପାଇଁ ଫ୍ୟାନ୍ସମାନେ ଚାହିଁ ରହିଥାଆନ୍ତି। ତାଙ୍କ ସହ ଜଡ଼ିତ ସମସ୍ତ ଖବର,ସମସ୍ତ ଫଟୋ ସୋସିଆଲ ମିଡିଆରେ ଛାଇ ରହିଥାଏ। ଏପରି ଦୁଇ ଜଣ ଯୋଡ଼ି ହେଲେ ଆଲିୟା-ରଣବୀର ଏବଂ ମଲାୟିକା-ଅର୍ଜ୍ଜୁନ ଯେଉଁମାନଙ୍କ ରିଲେସନଶିପର ଖବର ଖୁବ୍ ଚର୍ଚ୍ଚାରେ ରହିଥାଏ।

ରବିବାର ଆଲିୟା ଭଟ୍ଟ ନିଜର ୨୭ତମ ଜନ୍ମଦିନ ସେଲିବ୍ରେଟ୍ କରିଥିଲେ। ତାଙ୍କ ଜନ୍ମଦିନରେ ଅନେକ ଲୋକ ତାଙ୍କୁ ଓ୍ବିଶ୍ କରିଥିଲେ ଏବଂ ତାଙ୍କ ଦିନକୁ ସ୍ପେଶାଲ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଏପରି ଏକ ଫଟୋ ସେୟାର କରାଯାଇଥିଲା ଯାହା ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଥିଲା। ଫଟୋରେ ଆଲିୟା ଏବଂ ରଣବୀରଙ୍କ ଏପରି କେମିଷ୍ଟ୍ରି ଦେଖିବାକୁ ମିଳିଥିଲା ଯାହା ଦେଖି ତାଙ୍କ ଫ୍ୟାନମାନେ ଫିଦା ହୋଇଯାଇଥିଲେ। ଫଟୋରେ ଆଲିୟା-ରଣବୀର ଏବଂ ମଲାଇକା-ଅର୍ଜ୍ଜୁନ ଏକାଠି ନଜର ଆସିଛନ୍ତି। ଫଟୋରେ ଗୋଟିଏ ପଟେ ରଣବୀର-ଆଲିୟାଙ୍କୁ କିସ୍ କରୁଥିବାବେଳେ ଅନ୍ୟ ପଟେ ଅର୍ଜ୍ଜୁନ ମଲାୟିକାଙ୍କୁ କିସ୍ କରୁଛନ୍ତି। ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି।

ଏହି ଫଟୋରେ ଥିବା ଅନେକ ଜିନିଷ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରୁଛି। ସବୁବେଳେ ଶାନ୍ତ ରହୁଥିବା ରଣବୀର କପୁର ପ୍ରଥମ ଥର ନିଜକୁ ଏପରି ଅନ୍ଦାଜରେ ଦର୍ଶାଇଛନ୍ତି। ଅର୍ଜ୍ଜୁନ-ମଲାୟିକାଙ୍କ ସମ୍ପର୍କ ଦୀର୍ଘ ଦିନରୁ ଚର୍ଚ୍ଚାରେ ରହିଛି। ଦୁହେଁ ପରସ୍ପରକୁ ଭଲ ପାଉଛନ୍ତି କିନ୍ତୁ ବିବାହ ତାରିଖ ଘୋଷଣା କରୁ ନାହାନ୍ତି। ଅର୍ଜ୍ଜୁନ ନିଜେ ଏକ ସାକ୍ଷାତକାରରେ କହିଥିଲେ ଯେ ଠିକ୍ ସମୟ ଆସିଲେ ସେ ମଲାୟିକାଙ୍କୁ ବିବାହ କରିବେ।

କାମ କଥା କହିବା ଯଦି ରଣବୀର-ଆଲିୟା ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ଏକାଠି ନଜର ଆସିବେ। ଅନ୍ୟ ପଟେ ଅର୍ଜୁନ କପୁର ଏବଂ ପରିଣୀତି ଚୋପ୍ରା ଫିଲ୍ମ ‘ସନ୍ଦୀପ ଔର ପିଙ୍କି ଫରାର’ରେ ନଜର ଆସୁଛନ୍ତି। ତାଙ୍କ ଫିଲ୍ମର ରିଲିଜ ଡେଟକୁ ପୋଷ୍ଟପଣ୍ଡ କରିଦିଆଯାଇଛି। ଏପରି ନିଷ୍ପତ୍ତି କରୋନା ଭାଇରସର ପ୍ରକୋପ ବୃଦ୍ଧି ପାଉଥିବା ଯୋଗୁଁ ନିଆଯାଇଛି।
