ଅଭିନେତା ରଣବୀର କପୁରଙ୍କୁ କରୋନା, ଅଛନ୍ତି କ୍ବାରେଣ୍ଟାଇନ୍‌ରେ

Published By : Prameya-News7 Bureau | March 09, 2021 IST

ନୂଆଦିଲ୍ଲୀ ୦୯/୦୩: ନିକଟରେ କପୁର ପରିବାରରେ କରୀନା କପୁରଙ୍କ ଦ୍ୱିତୀୟ ପୁତ୍ରଙ୍କ ଆଗମନର ଉତ୍ସବ ପାଳନ କରାଯାଉଥିବା ବେଳେ ଅନ୍ୟପକ୍ଷରେ କପୁର ପରିବାରରେ ଆଉ ଏକ ସମସ୍ୟା ଦେଖାଦେଇଛି । ସୂଚନା ଅନୁଯାୟୀ, ରଣବୀର କପୁର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେ ବର୍ତ୍ତମାନ କ୍ୱାରେଣ୍ଟାଇନ୍ ରେ ଅଛନ୍ତି ।

How Ranbir Kapoor's iffy script sense has affected his career

ଏକ ୱେବସାଇଟ୍ ମାଧ୍ୟମରେ ଏହାର ସୂଚନା ରଣଧୀର କପୁର ଦେଇଛନ୍ତି । ରଣଧୀର କହିଛନ୍ତି, 'ମୁଁ ଜାଣିଛି ସେ ଭଲ ନାହାଁନ୍ତି, କିନ୍ତୁ ମୋର ବିଶ୍ୱାସ ହେଉନି ତାଙ୍କୁ ଏହା କିପରି ହେଲା । ମୁଁ ବର୍ତ୍ତମାନ ସହରରେ ନାହିଁ। '  ଏହି ଉତ୍ତର ରଣଧୀର ସେତେବେଳେ ଦେଇଥିଲେ ଯେତେବେଳେ ତାଙ୍କୁ ରଣବୀରଙ୍କ କରୋନା ସଂକ୍ରମିତ ବିଷୟରେ ପଚରାଯାଇଥିଲା । ଏହି ଖବର ଜାଣିବା ପରେ ଫ୍ୟାନ୍ସମାନେ ରଣବୀରଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛନ୍ତି ।

Riddhima Kapoor on rumours of Neetu, Ranbir testing positive for COVID-19:  We are fit- The New Indian Express

ନିକଟରେ ରଣବୀରଙ୍କର ଏକ ଫଟୋ ସୋସସିଆଲ୍ ମିଡିଆରେ ଭାଇରାଲ ହୋଇଥିଲ । ଯେଉଁଥିରେ ଉଭୟ ଆଲିଆ ଏବଂ ଆୟାନ ରଣବୀରଙ୍କ ସହ ବ୍ରହ୍ମାସ୍ତ୍ରର ସେଟରେ ନଜର ଆସିଥିଲେ । ଗତ ବର୍ଷ ଡିସେମ୍ବରରେ ରଣବୀରଙ୍କ  ମା ଅଭିନେତ୍ରୀ ନୀତୁ କପୁର ମଧ୍ୟ କରୋନା ମହାମାରୀର ଶିକାର ହୋଇଥିଲେ ।  ଫିଲ୍ମ 'ଜୁଗ୍ ଜୁଗ୍ ଜିଓ'ର ସୁଟିଂ ସମୟରେ ସେ କରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.