Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଜେଟ୍ ଅଧିବେଶନ: ଜାନୁଆରୀ ୩୧ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ, ଫେବୃଆରୀ ୧ରେ ଉପସ୍ଥାପନ ହେବ ବଜେଟ୍
  • ||
  • IPL 2022: ନିଜ ଟିମ୍‌ର ନାମ ଘୋଷଣା କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି, ରଖିଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୩୦୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୧୧୫ଜଣ ଡିସଚାର୍ଜ
  • ||
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ରଣବୀର ସିଂହ ନୁହେଁ ରଣବୀର କପୁରଙ୍କ ଡେଟ୍ କରୁଥିବାବେଳେ ଦୀପିକାଙ୍କ ଫଟୋ ଭାଇରାଲ୍ : ଲୋକେ କହିଲେ ଯୋଡ଼ି ନମ୍ବର ଓ୍ବାନ୍

27/04/2020 at 10:34 AM

ମୁମ୍ବାଇ ୨୭/୪: ବଲିଉଡରେ ସମ୍ପର୍କ ଆରମ୍ଭ ହେବା ଏବଂ ବିଗିଡ଼ିବା ସାଧାରଣ କଥା ହୋଇଥାଏ। ଗୋଟିଏ ମୁହୂର୍ତ୍ତରେ କାହାର ଆଫେୟାର ଚର୍ଚ୍ଚାରେ ରହିଥାଏ ଏବଂ ଅନ୍ୟପଟେ କାହାର ବ୍ରେକଅପ୍ ମଧ୍ୟ ଚର୍ଚ୍ଚାରେ ରହିଥାଏ। ବଲିଉଡରେ ଦିନେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଥିବା ଯୋଡ଼ି ଥିଲା ରଣବୀର କପୁର ଏବଂ ଦୀପିକା ପାଦୁକୋଣଙ୍କର। ଉଭୟଙ୍କର କେମିଷ୍ଟ୍ରି,ବଣ୍ଡିଂ ଏପରି ଥିଲା ଯେ ଯେପରି ଦୁହେଁ ପରସ୍ପର ପାଇଁ ହୋଇଛନ୍ତି।

 ଏବେ ଦୁହେଁ ନିଜ ଜୀବନରେ ଆଗକୁ ବଢ଼ିଯାଇଛନ୍ତି କିନ୍ତୁ ସୋସିଆଲ ମିଡିଆ ଯୁଗରେ ତାଙ୍କ ପୁରୁଣା ଫଟୋ ଲୋକଙ୍କୁ ତାଙ୍କର ଖାସ୍ ରିଲେସନଶିପ୍ ମନେ ପକାଉଛି। ଏବେ ସୋସିଆଲ ମିଡିଆରେ ରଣବୀର କପୁର ଏବଂ ଦୀପିକା ପାଦୁକୋଣଙ୍କ ଏକ ପୁରୁଣା ଫଟୋ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଫଟୋକୁ ଏକ ଫ୍ୟାନ୍ କ୍ଲବ୍ ସେୟାର କରିଛନ୍ତି। ଭାଇରାଲ୍ ଫଟୋରେ ରଣବୀର କପୁରଙ୍କ ହାତରେ ଗିଟାର ଦେଖିବାକୁ ମିଳୁଛି। ଉଭୟେ କ୍ୟାମେରା ପାଇଁ ଷ୍ଟାଇଲିସ୍ ଅନ୍ଦାଜରେ ପୋଜ ଦେଉଛନ୍ତି। କିନ୍ତୁ ଯେତେ ସୁନ୍ଦର ତାଙ୍କ ଫଟୋ ଦେଖାଯାଉଛି ,ତାଙ୍କ ସମ୍ପର୍କରେ ସେତିକି ଉତ୍ଥାନ-ପତନ ହେଉଥିଲା। ଉଭୟଙ୍କ ସମ୍ପର୍କକୁ ନେଇ ଅନେକ ବିବାଦ ଦେଖା ଦେଇଥିଲା। ପରେ ସେମାନେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ।

ରଣବୀର କପୁର ଏବଂ ଦୀପିକା ପାଦୁକୋଣ ଏକାଠି ଜଓ୍ବାନି ଦିଓ୍ବାନି,ବଚନା ଏ ହସିନୋ ଏବଂ ତମାଶା ଭଳି ଫିଲ୍ମରେ କାମ କରିଛନ୍ତି। ଏବେ ଦୀପିକା ‘୮୩’ରେ ନିଜ ସ୍ବାମୀ ରଣବୀର ସିଂହଙ୍କ ସହ ନଜର ଆସିବେ। ରଣବୀର କପୁର ଗାର୍ଲଫ୍ରେଣ୍ଡ ଆଲିଆ ଭଟ୍ଟଙ୍କ ସହ ‘ବ୍ରହ୍ମାସ୍ତ୍ର’ରେ କାମ କରୁଛନ୍ତି। ଏହା ବ୍ୟତୀତ ଫିଲ୍ମ ‘ଶମଶେରା’ରେ ମଧ୍ୟ ମୁଖ୍ୟ ଭୂମିକାରେ ଦେଖା ଯିବେ। ଫିଲ୍ମରେ ତାଙ୍କ ସହ ବାଣୀ କପୁର ଏବଂ ସଞ୍ଜୟ ଦତ୍ତ ମୁଖ୍ୟ ଭୂମିକାରେ ଅଛନ୍ତି।

   Related Posts