Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ପ୍ରଥମ ଥର ପାଇଁ ଏକାଠି ନଜର ଆସିବେ ରଣବୀର କପୁର ଓ ଶ୍ରଦ୍ଧା କପୁର

11/10/2020 at 2:50 PM

ମୁମ୍ବାଇ ୧୧/୧୦: ବଲିଉଡର ଲୋକପ୍ରିୟ ଅଭିନେତା ରଣବୀର କପୁର ଏବେ ସୁଦ୍ଧା ଖୁବ୍ କମ୍ ଫିଲ୍କ କରିଛନ୍ତି। ଏ ପାଇଁ ଅନେକ ଅଭିନେତ୍ରୀଙ୍କ ସହ ତାଙ୍କ ଯୋଡି ପରଦାରେ ଦେଖିବାକୁ ମିଳି ନାହିଁ। ଅବଶ୍ୟ ​‌ସେ ଯେତିକି ବି ଫିଲ୍କ କରିଛନ୍ତି ସେଥିରେ ଲୋକପ୍ରିୟତା ସାଉଁଟିଛନ୍ତି। ତେବେ ଖୁବଶୀଘ୍ର ବଡ଼ ପରଦାରେ ରଣବୀର ଓ ଶ୍ରଦ୍ଧାଙ୍କ ଯୋଡି ଦେଖିବାକୁ ମିଳିବ।

ଲଭ ରଞ୍ଜନଙ୍କ ଆଗାମୀ ଫିଲ୍ମରେ କାମ କରିବେ ରଣବୀର। ତାଙ୍କ ବିପକ୍ଷରେ ନାୟିକା ସାଜିବେ ଶ୍ରଦ୍ଧା କପୁର। ଏହା ଏକ ରୋମାଣ୍ଟିକ କମେଡି ଫିଲ୍ମ ହେବ। ଯାହାର ଚର୍ଚା ବହୁତ ଦିନ ହେବ ହୋଇ ଆସୁଛି। ଫିଲ୍ମର ପୂରା କାଷ୍ଟ ବାବଦରେ ସମ୍ପୂଣ୍ଣ ସୂଚନା ଏ ଯାଏଁ ସ୍ପଷ୍ଟ ଭାବେ ମିଳିପାରି ନାହିଁ।

ରଣବୀରଙ୍କୁ ଶେଷ ଥର ପାଇଁ ସଞ୍ଜୟ ଦତ୍ତଙ୍କ ବାୟୋପିକ ‘ସଞ୍ଜୁ’ରେ ଦେଖିବାକୁ ମିଳିଥିଲା। ଅବଶ୍ୟ ତାଙ୍କର ରିଲିଜ୍ ଅପେକ୍ଷାରେ ଅଛି ସିନେମା ‘ବ୍ରହ୍ମାସ୍ତ୍ର’। ସେଥିରେ ଅମିତାଭ ବଚ୍ଚନ ଓ ଆଲିଆ ଭଟ୍ଟ ଅଛନ୍ତି। ସେହିପରି ଶ୍ରଦ୍ଧା କପୁର ମଧ୍ୟ ଶେଷଥର ପାଇଁ ‘ବାଗି-୩’ରେ ନଜର ଆସିଥିଲେ। କରୋନା ଯୋଗୁ ଏ ଫିଲ୍ମ ସୁପରହିଟ୍ ହୋଇପାରି ନ ଥିଲା। ତେବେ ଏହା ପୂର୍ବରୁ ଶ୍ରଦ୍ଧାଙ୍କ ସୁଶାନ୍ତ ସିଂହ ରାଜପୁତଙ୍କ ସହ ସୁପରହିଟ୍ ସିନେମା ଥିଲା ‘ଛିଛୋରେ’। ଶ୍ରଦ୍ଧା ରଣବୀରଙ୍କ ସହ କାମ କରିବାକୁ ନେଇ ବେଶ ଉତ୍ସାହିତ ଥିବା କହିଛନ୍ତି।

   Related Posts