କପୁର ଖାନଦାନର ବୋହୂ ହେବେ ଆଲିୟା : ଡିସେମ୍ବର ୨୧ରେ ହେବ ରଣବୀର-ଆଲିୟାଙ୍କ ବିବାହ

Published By : Prameya-News7 Bureau | April 03, 2020 IST

ମୁମ୍ବାଇ ୩/୪: ରଣବୀର କପୁର ଏବଂ ଆଲିୟା ଭଟ୍ଟଙ୍କ ଲଭ ଷ୍ଟୋରୀ ବଲିଉଡ ଇଣ୍ଡଷ୍ଟ୍ରିର ସବୁଠୁ ଚର୍ଚ୍ଚିତ ପ୍ରେମ କାହାରୀ ମଧ୍ୟରେ ଗୋଟିଏ। ଆଲିୟା ପ୍ରଥମରୁ ରଣବୀରଙ୍କୁ ଖୁବ୍ ପସନ୍ଦ କରୁଥିଲେ। ସେତେବେଳେ ରଣବୀର କପୁର,କାଟ୍ରିନାଙ୍କ ସହ ରିଲେସନଶିପରେ ଥିଲେ। ରଣବୀର ଏବଂ କାଟ୍ରିନା ଅଲଗା ହେବା ପରେ ଆଲିୟା ତାଙ୍କ ଜୀବନରେ ଆସିଥିଲେ। ଦୁହେଁ ଡେଟ୍ କରିଥିଲେ। ଅୟାନ ମୁଖାର୍ଜୀଙ୍କ ଫିଲ୍ମ ବ୍ରହ୍ମାସ୍ତ୍ରରେ ଉଭୟଙ୍କୁ ଏକାଠି କାମ କରିବାର ସୁଯୋଗ ମିଳିଛି।

{"id":248566,"sizeSlug":"large"}

ଦୀର୍ଘ ଦିନରୁ ପରସ୍ପରକୁ ଡେଟ୍ କରୁଥିବା ରଣବୀର-ଆଲିୟାଙ୍କୁ ଫ୍ୟାନ୍ସମାନେ ମଧ୍ୟ ଏକାଠି ଦେଖିବାକୁ ଚାହୁଁଛନ୍ତି। ଦୁହେଁ କେବଳ ସିଲଭର ସ୍କ୍ରିନରେ ଏକାଠି ନଜର ଆସୁ ନାହାନ୍ତି ବରଂ ସେମାନଙ୍କ ବିବାହ ଖବର ମଧ୍ୟ ଦୀର୍ଘ ଦିନରୁ ଶୁଣିବାକୁ ମିଳୁଛି।

{"id":248567,"sizeSlug":"large"}

ଉଭୟଙ୍କ ବିବାହ ଫିକ୍ସ ହେବାର ଖବର ଶୁଣିବାକୁ ମିଳୁଛି। କିଛି ଦିନ ତଳେ ଶୁଣିବାକୁ ମିଳିଥିଲା ଯେ ବ୍ରହ୍ମାସ୍ତ୍ର ରିଲିଜ ପରେ ଦୁହେଁ ବିବାହ କରିବେ।

{"id":248568,"sizeSlug":"large"}

ଏବେ ଖବର ମିଳିଛି ଯେ ଆଲିୟା ଭଟ୍ଟ ଏବଂ ରଣବୀର କପୁରଙ୍କ ବିବାହର ଫାଇନାଲ୍ ଭେନ୍ୟୁ ମୁମ୍ବାଇକୁ ଲକ୍ କରାଯାଇଛି। ଏମାନେ ମୁମ୍ବାଇରେ ବିବାହ କରିବେ।

{"id":248569,"sizeSlug":"large"}

ଦୁହେଁ ଡିସେମ୍ବର ମାସରେ ବିବାହ କରିବେ ବୋଲି ମଧ୍ୟ କୁହାଯାଉଛି।

{"id":248570,"sizeSlug":"large"}

ବିବାହ ଫଙ୍କସନ୍ ଡିସେମ୍ବର ୨୧ତାରିଖରୁ ଆରମ୍ଭ ହେବ ଏବଂ ୪ଦିନ ଯାଏଁ ଚାଲିବ।

{"id":248572,"sizeSlug":"large"}

ରଣବୀର ଏବଂ ଆଲିୟାଙ୍କ ପରିବାର ମଧ୍ୟ ପରସ୍ପରର ବହୁତ ନିକଟତର ହୋଇ ଯାଇଛନ୍ତି।

{"id":248573,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.