Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଓଭରବ୍ରିଜ୍‌ରୁ ୩୦ଫୁଟ ତଳକୁ ଖସିଲା କାର୍, ଦୁର୍ଘଟଣାରେ ଗାଡି ଭାଙ୍ଗିରୁଜି ଚୁରମାର୍
  • ||
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ରଣବୀର ଓ ଆଲିଆଙ୍କ ମଧ୍ୟରେ କିଏ ଅଧିକ ଧନୀ ? କିଏ କେତେ ସମ୍ପତ୍ତିର ମାଲିକ, କାହା ପାଖରେ ଅଛି କେତୋଟି କାର

6/12/2021 at 8:41 PM

ମୁମ୍ବାଇ ୦୬/୧୨ : ବଲିଉଡ ଇଣ୍ଡଷ୍ଟ୍ରିରେ ବର୍ତ୍ତମାନ କିଛି ଷ୍ଟାରଙ୍କ ଲଭ ଲାଇଫକୁ ନେଇ ଚର୍ଚ୍ଚା ହେଉଛି। ଏମାନଙ୍କ ମଧ୍ୟରୁ ଜଣେ ଜୋଡି ହେଲେ ରଣବୀର କପୁର ଓ ଆଲିଆ ଭଟ୍ଟ। ଅଭିନେତା ରାଜକୁମାର ରାଓ ନିଜର ଲଙ୍ଗ ଟାଇମ ଗାର୍ଲଫ୍ରେଣ୍ଡ ପତ୍ରଲେଖାଙ୍କୁ ବିବାହ କରିଛନ୍ତି। ଏପଟେ ବିକ୍କି କୌଶଲ ଓ କ୍ୟାଟ୍ରିନା କୈଫଙ୍କ ବିବାହକୁ ନେଇ ଜୋରସୋରରେ ଚର୍ଚ୍ଚା ଚାଲିଛି। ପ୍ରଶଂସକ ରଣବୀର ଆଲିଆଙ୍କ ବିବାହକୁ ମଧ୍ୟ ଅପେକ୍ଷା କରି ବସିଛନ୍ତି। ତେବେ ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ମଧ୍ୟରେ ଧନୀ କିଏ ? କିଏ କେତେ ସମ୍ପତ୍ତିର ମାଲିକ ଆଜି ଜାଣିବା।

ଆଲିଆଙ୍କ ସମ୍ପତ୍ତି – ଏକ ରିପୋର୍ଟ ଅନୁଯାୟୀ ୨୦୨୧ ଯାଏଁ ମହେଶ ଭଟ୍ଟଙ୍କ ଝିଅ ଆଲିଆ ଭଟ୍ଟଙ୍କ ପାଖରେ ୧୬୨ କୋଟି ଟଙ୍କା ସମ୍ପତ୍ତି ଅଛି। ଆଲିଆ ମାସକୁ ୬୦ ଲକ୍ଷରୁ ଅଧିକ ରୋଜଗାର କରନ୍ତି। ଆଲିଆ ଗୋଟିଏ ଫିଲ୍ମ ପାଇଁ ୨ ରୁ ୫ କୋଟି ଟଙ୍କା ଚାର୍ଜ କରନ୍ତି। ଆଲିଆଙ୍କ ପାଖରେ Range Rover, Audi, BMW, Mercedes, Jaguar ଭଳି ଦାମୀ ଦାମୀ କାର ଅଛି।

ରଣବୀର କପୁରଙ୍କ ସମ୍ପତ୍ତି – ଅଭିନେତା ରଣବୀର କପୁର ଖାନଦାନୀ ରଇସ। ରିପୋର୍ଟ ଅନୂଯାୟୀମ ୨୦୨୧ ଶୁଦ୍ଧ ରଣବୀର କପୁରର ସମ୍ପତ୍ତି ୩୩୦ କୋଟି ଟଙ୍କା। ରଣବୀର କପୁର ଗୋଟିଏ ଫିଲ୍ମ ପାଇଁ ୭ ରୁ ୮ କୋଟି ଟଙ୍କା ଚାର୍ଜ କରନ୍ତି। ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ପାଇଁ ସେ ୧ କୋଟି ଟଙ୍କା ଚାର୍ଜ କରନ୍ତି। ରଣବୀରଙ୍କ ପାଖରେ Range Rover Vogue, Audi R8, Mercedes G63 AMG, Audi A8L, Range Rover Sport ଭଳି ଅନେକ ଦାମୀ କାର ଅଛି।

ଉଭୟଙ୍କ ସମ୍ପତ୍ତି ଯଦି ତୁଳନା କରାଯାଏ ତାହେଲେ ରଣବୀର ଆଲିଆଙ୍କ ଠାରୁ ଅଧିକ ଧନୀ। ଦୁହେଁ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ରିପୋର୍ଟ ଅନୁଯାୟୀ ରଣବୀର ଆଲିଆ ଆସନ୍ତା ବର୍ଷ ଏପ୍ରିଲରେ ବିବାହ କରିବାକୁ ଯାଉଛନ୍ତି।

   Related Posts