Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଟ୍ରକ ମାଡିଯାଇ ୧୪ ଶ୍ରମିକ ମୃତ
  • ||
  • ଧାନ ଖଳାକୁ ଯାଇଥିଲେ ନିରଞ୍ଜନ, କଚାଡି ମାରିଦେଲା ହାତୀ
  • ||

ଆଜି ଲଭ୍‌ବାର୍ଡ ରଣବୀର-ଆଲିଆଙ୍କ ଏନ୍‌ଗେଜମେଣ୍ଟ ! ଜୟପୁରର ରଣଥମବୋରରେ କପୁର ଓ ଭଟ୍ଟ ପରିବାରର ଗେଟ୍‌ଟୁଗେଦର ନେଇ ଚର୍ଚ୍ଚା

30/12/2020 at 1:48 PM

ମୁମ୍ବାଇ ୩୦।୧୨: ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ଖୁବ୍ ଜୋରସୋରରେ ଚାଲିଛି । ବର୍ଷ ୨୦୨୦ ଆରମ୍ଭରୁ ଚର୍ଚ୍ଚା ହେଉଥିଲା ଯେ ଏବର୍ଷ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହେବେ । ମାତ୍ର ବର୍ଷ ସରିବାକୁ ବସିଥିବା ହେଲେ ଉଭୟଙ୍କ ବିବାହ ହୋଇନାହିଁ । ବର୍ଷ ଶେଷରେ କିଛି ବଡ ସେଲିବ୍ରେସନ ହେବାର ସମ୍ଭାବନା ରହିଛି । ଆଜି ରଣବୀର ଏବଂ ଆଲିଆ ଏନଗେଜମେଣ୍ଟ କରିବାକୁ ଯାଉଥିବା ନେଇ ଚର୍ଚ୍ଚା ହେଉଛି ।

ନିକଟରେ ମୁମ୍ବାଇ ବିମାନବନ୍ଦରରେ ଉଭୟଙ୍କୁ ନୀତୁ କପୁରଙ୍କ ସହ ଦେଖିବାକୁ ମିଳିଥିଲା । ସେଠାରୁ ସେମାନେ ଜୟପୁର ଯାଇଥିଲେ । ଏହାର କିଛି ସମୟ ପରେ ରଣବୀର ସିଂହ ଏବଂ ଦୀପିକା ପାଦୁକୋନ ମଧ୍ୟ ଜୟପୁର ଯାଇଛନ୍ତି । ଫିଲ୍ମ ନିର୍ଦ୍ଦେଶକ ଅୟାନ ମୁଖର୍ଜୀଙ୍କୁ ମଧ୍ୟ ଜୟପୁରରେ ଦେଖିବାକୁ ମିଳିଥିଲା ।

ବଲିଉଡ୍ ହଙ୍ଗାମା ଖବର ଅନୁଯାୟୀ, ଆଲିଆ ଭଟ୍ଟଙ୍କ ବାପା ମହେଶ ଭଟ୍ଟ ଏବଂ ରଣବୀର କପୁରଙ୍କ ଭଉଣୀ ରିଦ୍ଧିମା କପୁର ସାହାନୀ ଏବଂ ତାଙ୍କ ସ୍ବାମୀ ଭାରତ ସାହାନୀ ଏବଂ ଝିଅ ସମାରା ଏବଂ ଆଦର ଜୈନ ମଧ୍ୟ ରଣଥମବୋରରେ ରହିଛନ୍ତି । କରଣ ଜୋହର ମଧ୍ୟ ଖୁବ୍ ଶୀଘ୍ର ଏଠାରେ ପହଞ୍ଚିବେ । ରଣବୀର-ଆଲିଆଙ୍କ ସବୁ ନିକଟତର ଲୋକ ଏଠାରେ ଉପସ୍ଥିତ ଥିବାରୁ ଏହା ଆଶଙ୍କା କରାଯାଉଛି ଯେ ଉଭୟଙ୍କ ନିର୍ବନ୍ଧ ଅନୁଷ୍ଠିତ ହେବାକୁ ଯାଉଛି ।

ଉଲ୍ଲେଖଯୋଗ୍ୟ ଯେ, ଆଲିଆ ଭଟ୍ଟ ଏବଂ ରଣବୀର କପୁର ଉଭୟଙ୍କୁ ଦୁଇ ବର୍ଷ ହେଲା ଡେଟ୍ କରୁଛନ୍ତି ।କିଛି ଦିନ ପୂର୍ବେ ଆଲିଆ କହିଥିଲେ ଯେ, ସେ ଏବେ ବିବାହ କରିବେନାହିଁ କାହିଁକି ନା ତାଙ୍କ ବୟସ ଏବେ କମ୍ । ସେପଟେ ରଣବୀର କହିଥିଲେ ଯେ, କରୋନା ମହାମାରୀ ହୋଇନଥିଲେ ସେ ବିବାହ କରିସାରିଥାନ୍ତେ ।ରଣବୀର ଏବଂ ଆଲିଆଙ୍କ ନିର୍ବନ୍ଧ ନେଇ ତାଙ୍କ ପରିବାର ପକ୍ଷରୁ କୌଣସି ସୂଚନା ଦିଆଯାଇଥାଏ ।

   Related Posts