Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ବିବାହ ପୂର୍ବରୁ ଲଣ୍ଡନରେ ଏକାଠି ନଜର ଆସିଲେ ଆଲିଆ ଭଟ୍ଟ ଓ ରଣବୀର କପୂର…

24/10/2019 at 6:47 PM

ମୁମ୍ବାଇ୨୪|୧୦:  ବଲିଉଡ୍ ଅଭିନେତା ରଣବୀର କପୂର ଓ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ବିବାହକୁ ନେଇ ବେଶ ଚର୍ଚ୍ଚା ଚାଲିଛି। ରଣବୀର ଓ ଆଲିଆ ଫ୍ରାନ୍ସରେ ବିବାହ କରିବେ ବୋଲି ସୂଚନା ମିଳିଛି ।  ବିବାହ ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବାର ସୂଚନା ମିଳିଛି। ବିବାହ ପୂର୍ବରୁ ଦୁଇଜଣ ଲଣ୍ଡନ ଭେକେସନରେ ନଜର ଆସିଛନ୍ତି।

ସୂଚନାଯୋଗ୍ୟ ଯେ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ରଣବୀର ଓ ଆଲିଆ ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ଯାଉଛନ୍ତି। ଏମାନଙ୍କ ବିବାହ ପାଇଁ ଫ୍ରାନ୍ସର ଏକ ସ୍ବତନ୍ତ୍ର ଆୟୋଜନ ହେଉଛି। ଏମାନଙ୍କ ବିବାହ ପୂର୍ବରୁ ସୋସିଆଲ ମିଡିଆରେ ସେମାନଙ୍କ ବିବାହ ନିମନ୍ତ୍ରଣ ପତ୍ର ଭାଇରାଲ ହୋଇଛି। ଏ ସଂପର୍କରେ ଆଲିଆଙ୍କୁ ପ୍ରଶ୍ନ କରାଯାଇଥିଲା କିନ୍ତୁ ଆଲିଆ ହସରେ ପ୍ରଶ୍ନକୁ ଆଡ଼େଇ ଦେଇଥିଲେ।

ସୂଚନାଯୋଗ୍ୟ ରଣବୀର ଓ ଆଲିଆ ଏକାଠି ଆୟାନଙ୍କ ମୁଖାର୍ଜୀଙ୍କ ଫିଲ୍ମ ବ୍ରହ୍ମାସ୍ତ୍ରରେ ନଜର ଆସିବେ। ତାଙ୍କର  ପ୍ରଥମ ଫିଲ୍ମରେ ଯେଉଁଥିରେ ଦୁଇଜଣ ଏକାଠି ନଜର ଆସିବେ। ଏହା ବ୍ୟତୀତ ରଣବୀର ଏବେ ଶମଶେରା ଫିଲ୍ମରେ କାମ କରୁଛନ୍ତି।

   Related Posts