ରଣବୀରଙ୍କ ସହ ଆଲିଆଙ୍କ ଏହି ୧୦ଟି ଫଟୋ ପ୍ରମାଣ କରୁଛି ଯେ...

Published By : Prameya-News7 Bureau | March 15, 2020 IST

ମୁମ୍ବାଇ ୧୫/୦୩ : ବଲିଉଡର ଚୁଲବୁଲି ନାୟିକା ଆଲିଆ ଭଟ୍ଟଙ୍କ ଜନ୍ମଦିନ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି | ହାସମୁଖୀ ଆଲିଆଙ୍କ ହାତରେ ଏବେ ଅନେକ ଫିଲ ଅଛି | ଏହାସହ ନିଜ ବାପାଙ୍କ ପ୍ରୋଜେକ୍ଟରେ ବି ସେ କାମ କରୁଛନ୍ତି | ମହେଶ ଭଟ୍ଟଙ୍କ ଆଗାମୀ ଫିଲ୍ମ ସଡକ ୨, ସଞ୍ଜୟ ଲୀଳା ଭନସାଲିଙ୍କ ଗାଙ୍ଗୁବାଇ କଠାଇୱାଡି, ଅୟଂ ମୁଖାର୍ଜୀଙ୍କ ବ୍ରହ୍ମାସ୍ତ୍ର, ଏସ ଏସ  ରାଜାମଉଲିଙ୍କ ଆରଆରଆର ଏବଂ କାରଣ ଜୋହରଙ୍କ ତଖ୍ଗରେ ଆଲିଆ ଅଭିନୟ କରୁଛନ୍ତି |

{"id":238718,"sizeSlug":"large"}

ଯଦି ତାଙ୍କ ବ୍ୟକ୍ତିଗତ ଜୀବନକୁ ଦେଖାଯାଏ ତାହେଲେ ଅଭିନେତା ରଣବୀର କପୁରଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ ଭଲ ଚାଲିଛି | ଆଲିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସିବା ପୂର୍ବରୁ ରଣବୀରଙ୍କୁ ପସନ୍ଦ କରୁଥିଲେ | ୨୦୧୩ ମସିହାରେ କଫି ୱିଥ କରନ ପ୍ରଥମଥର ପାଇଁ ଆଲିଆ ଏହି ସିକ୍ରେଟ କହିଥିଲେ | ସେ ରଣବୀରଙ୍କୁ ବିବାହ କରିବାକୁ ଚାହାନ୍ତି ବୋଲି ମଧ୍ୟ କହିଥିଲେ |

{"id":238719,"width":588,"height":441,"sizeSlug":"large"}

ସେ ନିଜର ଭାବନା ପ୍ରକାଶ କରି କହିଛନ୍ତି ଯେ, ସେ ଯେଉଁଦିନ ରଣବୀରଙ୍କ ସହ ପ୍ରଥମଥର କଥା ହୋଇଥିଲେ ସେହି ଦିନକୁ ସେ ଆଜି ବି ମନେ ରଖିଛନ୍ତି | ୨୦୧୧ ମସିହାରେ ଯେତେବେଳେ ରଣବୀରଙ୍କ ଅଭିନୀତ 'ରକଷ୍ଟାର' ରିଲିଜ ହୋଇଥିଲା ସେତେବେଳେ କରନ ଜୋହର ତାଙ୍କୁ ନିଜ ଶୋକୁ ଡାକିଥିଲେ ଏବଂ ଆଲିଆଙ୍କୁ କହିଥିଲେ ତାଙ୍କ ସହ କଥା ହେବ ପାଇଁ | ରଣବୀରଙ୍କୁ କେତେ ଭଲ ପାଉଛ କହିଦିଅ ବୋଲି ଆଲିଆଙ୍କୁ କରନ କହିଥିଲେ | ନର୍ଭସ ହୋଇ ଆଲିଆ ଇଆଡୁ ସିଆଡ଼ୁ କଣ ସବୁ କହିଯାଇଥିଲେ ତାକୁ ମନେ ପକାଇ ହସିଦେଇଥିଲେ | ଆଲିଆ କହିଛନ୍ତି "ସେହି ଦିନଠାରୁ ମୁଁ ରଣବୀରଙ୍କୁ ଆହୁରି ଅଧିକ ପସନ୍ଦ କରିଥିଲି | ସେହିଦିନଠାରୁ ଆମେ ଉଭୟ ପରସ୍ପରର ସମ୍ପର୍କରେ ଅଛୁ | ସେ ସତରେ ଜଣେ ବହୁତ ଭଲ ପିଲା ଏବଂ ମୁଁ ଆଜି ବି ତାଙ୍କୁ ବିବାହ କରିବାକୁ ଚାହେଁ |"

{"id":238720,"width":583,"height":323,"sizeSlug":"large"}

ଫିଲ୍ମ 'ବ୍ରହ୍ମାସ୍ତ୍ର'ର ସୁଟିଂ ସମୟରେ ଉଭୟ ଆଲିଆ ଓ ରଣବୀର ପରସ୍ପରକୁ ଭଲପାଇ ବସିଥିଲେ | ଉଭୟଙ୍କ ମଧ୍ୟରେ ଗତ ୨ ବର୍ଷ ହେଲା ପ୍ରେମ ସମ୍ପର୍କ ରହିଛି | ସୋନାମ କପୁରଙ୍କ ବିବାହ ସମୟରେ ଉଭୟ ନିଜ ସମ୍ପର୍କକୁ ଖୋଲାଖୋଲି ଭାବେ ଗ୍ରହଣ କରିଥିଲେ |

{"id":238721,"width":578,"height":578,"sizeSlug":"large"}

ଆଲିଆଙ୍କ ୨୭ତମ ଜନ୍ମଦିନର କିଛି ସୁନ୍ଦର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି | ଏଥିରେ ସେ ରଣବୀରଙ୍କ ସହ ଥିବାର ଦେଖିବାକୁ ମିଳିଛି |

ସୂତ୍ର ଅନୁଯାୟୀ, ଉଭୟ ଆଲିଆ ଓ ରଣବୀର ଆସନ୍ତା ଡିସେମ୍ବର ମାସରେ ବିବାହ ବନ୍ଧନରେ ବାନ୍ଧିହେବେ | ଉଭୟଙ୍କ ଫିଲ୍ମ ବ୍ରହ୍ମାସ୍ତ୍ର ରିଲିଜ ହେବା ପରେ ଉଭୟ ବିବାହ କରିବେ | ତେବେ ଉଭୟଙ୍କ ଜୀବନର ଏହି ବଡ ଦିନ ପାଇଁ ଉଭୟ ପରିବର ପକ୍ଷରୁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇ ସାରିଲାଣି ବୋଲି ଶୁଣିବାକୁ ମିଳୁଛି |

ତେବେ ଏକ ଆୱାର୍ଡ ଫଙ୍କସନରେ ଆଲିଆ ନିଜ ବାହାଘର ଡେଟକୁ ନେଇ ହେଉଥିବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି | ସେ କହିଛନ୍ତି ଯେ, ପ୍ରତ୍ୟେକ ୩ ସପ୍ତାହରେ ଥରେ ସେ ନିଜ ବିବାହ ତାରିଖକୁ ନେଇ ହେଉଥିବା ଗୁଜବ ଶୁଣୁଛନ୍ତି | ତେବେ ବାହାଘର ତାରିଖ ଫିକ୍ସ ହେଲେ ଲୋକେ ନିଶ୍ଚୟ ଜାଣିବେ ବୋଲି ସେ କହିଛନ୍ତି | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.