ସିପ୍ଲେନରେ ବରଯାତ୍ରୀ ନେଇ ଯିବେ ରଣବୀର : ବିବାହ କେକ ପ୍ରସ୍ତୁତି ପାଇଁ ସ୍ୱିଜରଲ୍ୟାଣ୍ଡରୁ ଆସିବେ ସେଫ

Published By : Prameya-News7 Bureau | November 12, 2018 IST

ମୁମ୍ବାଇ ୧୨/୧୧ : ରଣବୀର ଦୀପିକା ଆସନ୍ତା ୧୪-୧୫ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି | ସୂଚନାଯୋଗ୍ୟ ଯେ, ରଣବୀର ସିପ୍ଲେନରେ ବରଯାତ୍ରୀ ନେଇ ଦୀପିକାଙ୍କ ପାଖକୁ ଯିବେ | ଏହି ୧୪ ସିଟର ପ୍ଲେନରେ କେବଳ ରଣବୀରଙ୍କ ପରିବାରଲୋକ ଏବଂ ଅନ୍ତରଙ୍ଗ ବନ୍ଧୁ ହିଁ ଯିବେ | ରଣବୀର ଦୀପିକା ଇଟାଲୀର ଲେକ କୋମୋରେ ବିବାହ କରିବେ | ଏହି ଲେକ କୋମୋ ଠାରେ ବିଜନେସ ଟାଇକୁନ ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀଙ୍କ ନିର୍ବନ୍ଧ ହୋଇଥିଲା | ରଣବୀର ଦୀପିକାଙ୍କ ବାହାଘର ଲେକ କୋମୋରେ ବିଲା ଡେଲ ବାଲବୀୟନେଲୋ ହେବ | ଏହି ବିଲା ଏକ ହେରିଟେଜ ବିଲା ଅଟେ | ସୂଚନା ଅନୁଯାୟୀ ଏହି ବିଲାକୁ ବିବାହ ପାଇଁ ୨ ଦିନ ପାଇଁ ଭଡାରେ ନିଆଯାଇଥାଏ | ବାହାଘରରେ ଯୋଗ ଦେବାକୁଥିବା ବନ୍ଧୁବାନ୍ଧବଙ୍କ ରହିବ ବ୍ୟବସ୍ଥା ଲେକ କୋମୋର କୁଳରେ ଥିବା ଅନ୍ୟ ଏକ ବିଲାରେ କରାଯାଇଛି କାହିଁକି ନା ଏହି ବିଲାରେ କେବଳ ବିବାହ ସମ୍ପନ୍ନ ହୁଏ କିନ୍ତୁ ଏଠାରେ ରହିବ ବ୍ୟବସ୍ଥା ନାହିଁ | ଏହି ଲେକ କୋମୋରେ ହଲିଉଡ଼ ଷ୍ଟାର ଜେମ୍ସ ବଣ୍ଡଙ୍କ ଫିଲ୍ମ କସିନୋ ରୋୟାଲର ସୁଟିଂ ହୋଇଥିଲା | ୧୪ ତାରିଖରେ କୋଙ୍କଣୀ ରୀତିନୀତି ଅନୁସାରେ ବାହାଘର ହେବ | ସିନ୍ଧି ରୀତିନୀତି ଅନୁସାରେ ଯେଉଁଠାରେ ବିବାହ ହେବ ସେଠାରେ ହଲିଉଡ଼ ଫିଲ୍ମ ଷ୍ଟାର ୱାର୍ସ-୨ ରେ ହୋଇଥିବା ଏକ ଫିଲ୍ମର ବାହାଘର ସିନ ସୁଟିଂ ହୋଇଥିଲା | ସୂଚନାଯୋଗ୍ୟ ଯେ, ବିବାହରେ ଯୋଗଦେବାକୁ ଥିବା ସମ୍ପର୍କୀୟ ଏବଂ ବନ୍ଧୁଙ୍କ ପାଇଁ ରଣବୀର ଦୁଇଟି ଲକଜରୀ ୟାଟ ବୁକ କରିଛନ୍ତି | ଏହି ଗ୍ରାଣ୍ଡ ବିଭାହ କେକ ପ୍ରସ୍ତୁତି ପାଇଁ ସ୍ୱିଜରଲ୍ୟାଣ୍ଡରୁ ଜଣେ ସ୍ୱତନ୍ତ୍ର ସେଫଙ୍କୁ ଡକାଯାଇଛି | ଦୀପବୀର ନଭେମ୍ବର ୧୮ ତାରିଖରେ ଇଣ୍ଡିଆ ଫେରିଆସିବେ ବୋଲି ଜଣାପଡିଛି | ୨୧ ତାରିଖରେ ଉଭୟଙ୍କ ବିବାହ ରିସେପସନ ବାଙ୍ଗାଲୁରୁ ହେବ ଏବଂ ୨୮ ତାରିଖରେ ମୁମ୍ବାଇରେ ହେବ | ଏହି ରିସେପସନରେ ବଲିଉଡର ସମସ୍ତ ଷ୍ଟାର ଯୋଗଦେବିବେ ବୋଲି ସୂଚନା ମିଳିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.