ରିଲିଜ ହେଲା 'ସିମ୍ବା'ର ଟ୍ରେଲର; ହିଟ ଡାଇଲଗ ସହ ଅଲଗା ଅନ୍ଦାଜରେ ଦେଖାଦେବେ ରଣବୀର

Published By : Prameya-News7 Bureau | December 03, 2018 IST

ମୁମ୍ବାଇ ୩/୧୨ : ରଣବୀର ସିଂ ଏବଂ ସାରା ଅଲ୍ଲୀ ଖାନଙ୍କ ଅଭିନୀତ ଫିଲ୍ମ ସିମ୍ବାର ଟ୍ରେଲର ଆଜି ରିଲିଜ ହୋଇଛି | ଫିଲ୍ମର ନିର୍ଦେଶନା ଦେଇଛନ୍ତି ରୋହିତ ସେଟ୍ଟୀ | ସିମ୍ବା ତାମିଲ ଫିଲ୍ମ ଟେମ୍ପରର ହିନ୍ଦୀ ରିମେକ ବୋଲି ଶୁଣିବାକୁ ମିଳୁଛି | ସିମ୍ବାରେ ରଣବୀର ଜଣେ ପୋଲିସ ଅଧିକାରୀଙ୍କ ଭୂମିକାରେ ଦେଖିବାକୁ ମିଳିବ | ଯେଉଁଥିରେ କାହାଣୀ ରହିଛି ଯେ, ରଣବୀର ପିଲାଦିନୁ ସିଂହମ ଭଳି ପୋଲିସ ଅଫିସର ହେବା ପାଇଁ ଇଛା ପ୍ରକାଶ କରିଥିଲେ | କିନ୍ତୁ ତାଙ୍କ ଉଦ୍ଦେଶ୍ୟ ଥିଲା ଅଧିକ ପଇସା କମେଇବା | ସଚ୍ଚୋଟ ହୋଇ କାମ କରିବା ତାଙ୍କ ଉଦ୍ଦେଶ୍ୟ ନଥିଲା | ଫିଲ୍ମରେ ରଣବୀର ମାଫିଆ, ଅଣ୍ଡର ୱାର୍ଲଡଙ୍କ ଠାରୁ ମୋଟା ଅଙ୍କର ଟଙ୍କା ନେଇଥାନ୍ତି | କିନ୍ତୁ କାହାଣୀରେ ଟ୍ଵିଷ୍ଟ ସେତେବେଳେ ଆସେ ଯେତେବେଳେ ରଣବୀରଙ୍କ ଭଉଣୀ ଏଣ୍ଟ୍ରି କରିଥାନ୍ତି | ଏହାପରେ ରଣବୀର ମାଫିଆମାନଙ୍କୁ ସବକ ଶିଖେଇବା ଆରମ୍ଭ କରିଥାନ୍ତି | ଫିଲ୍ମର ନିର୍ଦେଶାମା ରୋହିତ ସେଟ୍ଟୀଙ୍କ ଫିଲ୍ମରେ ଅନେକ ମାଜେଡର ଜିନ୍ସ ଦେଖିବାକୁ ମିଳିଥାଏ | ତାଙ୍କ ଫିଲ୍ମର ଟ୍ରେଣ୍ଡ ଟିକେ ନିଆରା | ତେବେ ଫିଲ୍ମ ସିମ୍ବାରେ ମଧ୍ୟ ଏମିତି ଅନେକ ଧମକେଦାର ସିନ ଦେଖିବାକୁ ମିଳିବ | ଅଜୟ ଦେଵଗନଙ୍କ ଫିଲ୍ମ ସିଂହମ ଭଳି ଫାଇଟ ସିନ ମଧ୍ୟ ଏହି ଫିଲ୍ମରେ ଦେବା ପାଇଁ ଚେଷ୍ଟା କରାଯାଇଛି | ଫିଲ୍ମର ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ ମଧ୍ୟ ଧମକେଦାର ହୋଇଛି | କିନ୍ତୁ ଏବେ ଯାଏଁ ଫିଲ୍ମର କୌଣସି ଗୀତ ରିଲିଜ ହୋଇଛି | ଫିଲ୍ମରେ ସୋନୁ ସୁଦଙ୍କୁ ଖଳନାୟକ ଭୂମିକାରେ ଦେଖିବାକୁ ମିଳିବ | ଏହା ପୂର୍ବରୁ ସେ ସଲମାନ ଖାନଙ୍କ ଦବଙ୍ଗରେ ଖଳନାୟକ ଭୂମିକା କରିଥିଲେ | ଫିଲ୍ମଟି ଡିସେମ୍ବର ୨୮ ତାରିଖରେ ରିଲିଜ ହେବାର ଅଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.