ରଣବୀର ଏବଂ ଦୀପିକାଙ୍କ ସିନ୍ଧି ରୀତିନୀତିରେ ବିବାହ ସମ୍ପନ୍ନ: ଅନୀଲ ଏବଂ ଗୋବିନ୍ଦାଙ୍କ ଗୀତରେ ଝୁମିଲେ ରଣବୀର

Published By : Prameya-News7 Bureau | November 15, 2018 IST

ଇଟାଲୀ ୧୫/୧୧: ଦୀପିକା ଏବଂ ରଣବୀର ଆଜି ସିନ୍ଧି ରୀତି ନୀତି ଅନୁସାରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଗତକାଲି କୋଙ୍କଣୀ ରୀତି ନୀତି ଅନୁସାରେ ବିବାହ ହୋଇଥିଲା। ଦୀପିକା ସବ୍ୟସାଚୀଙ୍କ ଦ୍ବାରା ପ୍ରସ୍ତୁତ ନାଲି ରଙ୍ଗର ଡିଜାଇନର ଲେହେଙ୍ଗା ପିନ୍ଧିଥିଲେ ଏବଂ ରଣବୀର ସବ୍ୟସାଚୀଙ୍କ ଦ୍ବାରା ପ୍ରସ୍ତୁତ ଶେରଓ୍ବାନୀ ପିନ୍ଧିଥିଲେ। ଦୀପିକା ଲେହେଙ୍ଗା ସହ ବିନ୍ଦି,ମଥାପଟି ଏବଂ ଜଡ଼ାଉ ପିନ୍ଧିଥିଲେ। ଦୀପିକା ଏବଂ ରଣବୀର ତାଙ୍କ ପୂରା ବିବାହରେ ସମାନ ରଙ୍ଗର ପୋଷାକ ପିନ୍ଧିଥିଲେ। ସୂଚନା ମିଳିଛି ଯେ ରଣବୀର ଗୋବିନ୍ଦା ଏବଂ ଅନୀଲ କପୁରଙ୍କ ଗୀତରେ ନାଚି ନାଚି ବିବାହ ମଣ୍ଡପକୁ ପ୍ରବେଶ କରିଥିଲେ। ଭାରତୀୟ ସମୟାନୁସାରେ ଅପରାହ୍ନ ୩ଟାବେଳେ ବିବାହ ରୀତି ଆରମ୍ଭ ହୋଇଥିଲା। ଦୀପିକା ଏବଂ ରଣବୀର ଏପର୍ଯ୍ୟନ୍ତ ତାଙ୍କ ବିବାହର ଫଟୋ ସୋସିଆଲ ମିଡିଆରେ ଦେଇନାହାନ୍ତି। ସମସ୍ତ ଅତିଥି ଜଳପଥ ମାଧ୍ୟମରେ ବିବାହ ମଣ୍ଡପକୁ ପହଞ୍ଚିଥିଲେ। ଆଜି ବାହାଘରରେ ରଣବୀର ନିଜ ପ୍ରିୟ ଗୀତ ରାମ ଲକ୍ଷ୍ମଣ ଫିଲ୍ମର ଏଜୀ ଓଜୀ ଗୀତରେ ନାଚିଥିଲେ। ଏହା ବ୍ୟତୀତ ଗୋବିନ୍ଦାଙ୍କ ନବେ ଦଶକର ହିଟ୍ ଗୀତ ବିବାହରେ ବାଜିଥିଲା। ରଣବୀର ଏବଂ ଦୀପିକା ବର୍ତ୍ତମାନ ଏକ ସୁଖୀ ଦମ୍ପତ୍ତି । ବିବାହ ପରେ ସେମାନେ ନଭେମ୍ବର ୧୮ତାରିଖରେ ମୁମ୍ବାଇ ଫେରିବେ। ମୁମ୍ବାଇରେ ରଣବୀର  ଇଣ୍ଡଷ୍ଟ୍ରିର କଳାକାରଙ୍କ ସମେତ ତାଙ୍କ ସମ୍ପର୍କୀୟଙ୍କ ସହ ରିସେପ୍ସସନର ଆୟୋଜନ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.