ଲଣ୍ଡନ ଫେରାର ମାରୁଥିଲେ ରାଣା କପୁରଙ୍କ ଝିଅ, ମୁମ୍ବାଇ ବିମାନ ବନ୍ଦରରେ ଅଟକ
8/03/2020 at 7:04 PM

ନୂଆଦିଲ୍ଲୀ ୦୮।୦୩- ୟେସ୍ ବ୍ୟାଙ୍କର ପୂର୍ବତନ ସିଇଓ ରାଣା କପୁରଙ୍କ ପୂରା ପରିବାର ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି ହୋଇଛି। ଫଳରେ ଲଣ୍ଡନ ଫେରାର ହେବାକୁ ଚେଷ୍ଟା କରୁଥିବା କପୁରଙ୍କ ଝିଅ ରୋଶନୀ କପୁରଙ୍କୁ ମୁମ୍ବାଇ ବିମାନ ବନ୍ଦରରେ ଅଟକ ରଖାଯାଇଛି।
ୟେସ୍ ବ୍ୟାଙ୍କ ସଙ୍କଟକୁ ନେଇ ରାଣା କପୁରଙ୍କ ସହିତ ତାଙ୍କ ପୂରା ପରିବାର ସନ୍ଦେହ ପରିସରକୁ ଆସି ସାରିଛନ୍ତି। ଏହା ମଧ୍ୟରେ ତାଙ୍କର ଝିଅ ରୋଶନୀ ଭାରତ ଛାଡି ଫେରାର ହେବାକୁ ଉଦ୍ୟମ କରିଥିଲା। ସେ ମୁମ୍ବାଇ ବିମାନ ବନ୍ଦରରୁ ଲଣ୍ଡନ ଯାଉଥିଲେ। ମାତ୍ର ରୋଶନୀଙ୍କୁ ବିମାନ ବନ୍ଦରରେ ଅଟକ ରଖାଯାଇଛି। ଅନ୍ୟପଟେ ରାଣା କପୁରଙ୍କ ଜ୍ଵାଇଁ ଆଦିତ୍ୟ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରାଯାଇଛି।
ୟେସ୍ ବ୍ୟାଙ୍କର ସଂସ୍ଥାପକ ରାଣା କପୁରଙ୍କ ଉପରେ ତଦନ୍ତ ଜୋରଦାର ହେବାର ଲାଗିଛି। ମାର୍ଚ୍ଚ ୧୧ ପର୍ଯ୍ୟନ୍ତ ଇଡି ହେପାଜତରେ ପଠାଯାଇଥିବା ରାଣା କପୁରଙ୍କୁ ନେଇ ନୂତନ ଖୁଲାସା ହୋଇଛି। ସୂତ୍ର ଅନୁଯାୟୀ ରାଣା କପୁରଙ୍କ କିଛି ନିବେଶ ସନ୍ଦେହ ପରିଧିକୁ ଆସିଛି।
ତଦନ୍ତୁ ଜଣା ପଡିଛି ଯେ, ରାଣା କପୁର ୨୦୦୦ କୋଟିରୁ ଅଧିକ ସଂପତ୍ତି ନିବେଶ କରିଥିଲା। ଏହି ସଂପତ୍ତିରେ ଭାରତରେ ରହିଛି। ଇଡିର ସନ୍ଦେହ ଯେ ରାଣା କପୁର ଲାଞ୍ଚରେ ମିଳିଥିବା ଅର୍ଥକୁ ନିବେଶରେ ଲଗାଇଥିଲା। ଏହା ସହିତ ୟୁକେରେ ମଧ୍ୟ ସଂପତ୍ତିର ଖୁଲାସା ହୋଇଛି।