Yes Bank: ରାଣା କପୁର ଲୁଟିୟନ୍ସ ଦିଲ୍ଲୀରେ ପତ୍ନୀଙ୍କ ଲାଗି କିଣିଛନ୍ତି ୧୦୦୦ କୋଟି ଟଙ୍କାର ସମ୍ପତ୍ତି

Published By : Prameya-News7 Bureau | March 11, 2020 IST

ମୁମ୍ବାଇ :  ଇୟେସ୍ ବ୍ୟାଙ୍କ ସଂସ୍ଥାପକ ରାଣା କପୁର ମଧ୍ୟ ନିରବ ମୋଦି ଓ ବିଜୟ ମାଲ୍ୟାଙ୍କ ପଦାଙ୍କ ଅନୁସରଣ କରିବାର ଯୋଜନାରେ ଥିଲେ। ସେ ଦେଶରେ ଥିବା ତାଙ୍କର ସମସ୍ତ ସମ୍ପତ୍ତି ବିକି ବିଦେଶ ଚାଲିଯିବାକୁ ପ୍ରସ୍ତୁତି କରୁଥିଲେ। ହେଲେ ରାଣା ତାଙ୍କ ଯୋଜନା କାର୍ଯ୍ୟକାରୀ କରିବା ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଙ୍କ ପଞ୍ଜାରେ ଫଶି ଯାଇଛନ୍ତି।  ଇଡି ଚଢଉ ପୂର୍ବରୁ ରାଣା ଭାରତରେ ଥିବା ତାଙ୍କର ୩ଟି ବଡ ପ୍ରପର୍ଟି ବିକିବା ଲାଗି ଉଦ୍ୟମ ଚଳାଇଥିଲେ। ଯେଉଁସବୁର ଆନୁମାନିକ ମୂଲ୍ୟ ଏବେ ୧ ହଜାର କୋଟିରୁ ବି ଅଧିକ ହେବ ବୋଲି ଅନୁମାନ କରାଯାଉଛି। ରାଣାଙ୍କର ଏହି ସବୁ ସମ୍ପତ୍ତି ଏବେ ତଦନ୍ତ ସଂସ୍ଥାଙ୍କ ରାଡାରରେ ରହିଛି।

{"id":236589,"sizeSlug":"large"}

ରାଣାଙ୍କ ଏହି ୩ଟି ସମ୍ପତ୍ତି ଦିଲ୍ଲୀରେ ରହିଛି। ଏଥିରୁ ଗୋଟିଏ ୪୦ ଅମୃତା ଶେରଗିଲ ମାର୍ଗରେ ଥିବା ବେଳେ ଆଉ ଗୋଟିଏ ଚାଣକ୍ୟପୁରୀର ୧୮ କୌଟିଲ୍ୟ ମାର୍ଗ ଓ ଅନ୍ୟଟି ସର୍ଦ୍ଦାର ପଟେଲ ମାର୍ଗର ଡିପ୍ଲୋମାଟିକ ଏନକ୍ଲେଭରେ ରହିଛି। ରାଜଧାନୀର ଏହି ୩ଟି ପ୍ରପର୍ଟିକୁ ବିକିଦେବା ଲାଗି ରାଣା ପ୍ରପର୍ଟି ଡିଲରଙ୍କ ସହ ଯୋଗାଯୋଗରେ ଥିଲେ।

{"id":236592,"width":583,"height":476,"sizeSlug":"large"}

ବିନ୍ଦୁ କପୁରଙ୍କ ନାମରେ ରହିଛି ସମସ୍ତ ସମ୍ପତ୍ତି
କୁହାଯାଉଛି ରାଣା କପୁରଙ୍କ ଏହି ପ୍ରପର୍ଟିର ମାଲିକାନା ତାଙ୍କ ପତ୍ନୀ ବିନ୍ଦୁ କପୁରଙ୍କ ନାମରେ ରହିଛି। ବିନ୍ଦୁଙ୍କୁ ୪ହଜାର ୩୦୦ କୋଟିର ସନ୍ଦିଗ୍ଧ ଲେନଦେନ ଲାଗି ଏବେ ଇଡି ପଚରାଉଚରା କରୁଛନ୍ତି। ସେ ଲୁଟିୟନସ୍ ଦିଲ୍ଲୀର ପ୍ରାଇମ ଲୋକେସନ ୪୦ ଅମୃତା ଶେରଗିଲ ମାର୍ଗରେ ନିଜ ଲାଗି ଏକ ବିଳାଶମୟ ବଙ୍ଗଳା କିଣିଛନ୍ତି। ଏହାକୁ ସେ ତାଙ୍କର କମ୍ପାନୀ ବ୍ଲିସ୍ ଏବୋଡ ଲି ନାମରେ ପଞ୍ଜିକରଣ କରାଇଥିଲେ। ତେବେ ବାକି ୨ଟି ପ୍ରପର୍ଟି ବ୍ଲିସ୍ ଭିଲ୍ଲା (ଦିଲ୍ଲୀ ) ପ୍ରାଇଭେଟ୍ ଲିମିଟେଡ୍ ନାମରେ ରହିଛି।

{"id":236595,"sizeSlug":"large"}

ଜାଲ କମ୍ପାନୀ ନାମରେ ନେଉଥିଲେ ଲାଞ୍ଚ
ୟେସ୍ ବ୍ୟାଙ୍କର ସଂସ୍ଥାପକ ରାଣା କପୁରଙ୍କ ପରିବାରକୁ କଥିତ ୬୦୦ କୋଟି ଟଙ୍କା ଲାଞ୍ଚ ମାମଲାରେ ଇଡି ଗିରଫ କରିଛି। ଏଥିରେ ନିଜେ ରାଣା କପୁର, ତାଙ୍କ ପତ୍ନୀ ବିନ୍ଦୁ କପୁର, ଝିଅ ରୋଶନୀ, ରାଖି ଓ ରାଧା କପୁରଙ୍କୁ ଗିରଫ କରାଯାଇଛି। ଇଡିଙ୍କ ଜନୈକ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରାଣା,ତାଙ୍କ ପତ୍ନୀ, ଝିଅମାନେ ଓ ପରିବାରର ସମ୍ପର୍କିୟ ଲାଞ୍ଚ କାରବାର ଲାଗି ୨୦ରୁ ଅଧିକ ଜାଲ କମ୍ପାନୀ ସୃଷ୍ଟି କରିଥିଲେ। ଏଥିରୁ ସେମାନେ ପାଇଥିବା ଟଙ୍କା ପ୍ରପର୍ଟି କ୍ରୟରେ ନିବେଶ କରିଛନ୍ତି। କର୍ପୋରେଟ୍ କମ୍ପାନୀଙ୍କୁ ଇୟେସ୍ ବ୍ୟାଙ୍କ ଲୋନ ଦେବା ଲାଗି ହେଉଥିବା ଲାଞ୍ଚ କାରବାର ଏହି ନକଲି କମ୍ପାନୀଙ୍କ ମାଧ୍ୟମରେ କରାଯାଉଥିଲା। ଲୋନି କର୍ପୋରେଟ୍ ସଂସ୍ଥା ଲାଞ୍ଚ ବାବଦ ଟଙ୍କା ଏହି କମ୍ପାନୀମାନଙ୍କରେ ଦେଉଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.