ବାହା ହେଲେ ରାଣା ଦଗ୍ଗୁବାତୀ : ଦୁଇଟି ରୀତିନୀତିରେ ସମ୍ପନ୍ନ ହେଲା ବାହାଘର, କୋଭିଡ ନିୟମ ପାଳନ କରି ସାମିଲ ହେଲେ ଅତିଥି

Published By : Prameya-News7 Bureau | August 09, 2020 IST

ମୁମ୍ବାଇ ୦୯/୦୮ : ଅଭିନେତା ରାଣା ଦଗ୍ଗୁବାତୀ ହାଇଦ୍ରାବାଦରେ ଅଗଷ୍ଟ ୮ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି | ଦୁଇଟି ପରମ୍ପରା ଅନୁଯାୟୀ ସେ ବିବାହ କରିଛନ୍ତି | ବାହାଘରରେ କେବଳ ପରିବାର ଲୋକ ଏବଂ କିଛି ସମ୍ପର୍କୀୟ ସାମିଲ ହୋଇଥିଲେ |

{"id":312035,"sizeSlug":"large"}

ହାଇଦ୍ରାବାଦର ରାମା ନାଇଡୁ ଷ୍ଟାଡିୟମରେ ବାହାଘର ହୋଇଛି | ରାଣା ଓ ତାଙ୍କ ଲେଡି ଲଭ ମିହିକା ବଜାଜ ବାହାଘରର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି | ବାହାଘର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି ଯେଉଁଥିରେ ଉଭୟ ସାତ ଫେରା ନେଉଛନ୍ତି |

{"id":312025,"sizeSlug":"large"}

ମିହିକା ନିଜ ବାହାଘରରେ ହାଲୁକା ଗୋଲାପୀ ରଙ୍ଗର ଲେହେଙ୍ଗା ପିନ୍ଧିଥିଲେ | ଲେହେଙ୍ଗା ସହ ମ୍ୟାଚ କରି ଗହଣା ମଧ୍ୟ ପିନ୍ଧିଥିଲେ | ରାଣା-ମହିକାଙ୍କ ବାହାଘରରେ ସାବଧାନତା ପାଳନ କରାଯାଇଥିଲା | ବାହାଘରରେ ସାମିଲ ହୋଇଥିବା ସମସ୍ତ ଅତିଥି ଓ ଅନ୍ୟମାନଙ୍କ କରୋନା ଯାଞ୍ଚ ମଧ୍ୟ କରାଯାଇଥିଲା |

{"id":312026,"sizeSlug":"large"}

ସାଉଥ ସୁପରଷ୍ଟାର ରାମ ଚରଣ ନିଜ ପତ୍ନୀ ଉପାସନାଙ୍କ ସହିତ ରାଣା-ମିହିକାଙ୍କ ବିବାହରେ ସାମିଲ ହୋଇଥିଲେ | କରୋନା ମହାମାରୀକୁ ଦୃଷ୍ଟିରେ ରଖି ବାହାଘରରେ ମାତ୍ର ୩୦ ଅତିଥିଙ୍କୁ ନିମନ୍ତ୍ରଣ ଦିଆଯାଇଥିଲା ଯେଉଁମାନେ ବହୁତ ଖାସ | ସମସ୍ତ ଅତିଥି ମାସ୍କ ପିନ୍ଧିଥିଲେ ଏବଂ କୋଭିଡ ନିୟମ ପାଳନ କରିଥିଲେ | 

{"id":312028,"sizeSlug":"large"}

ରାଣା-ମିହିକାଙ୍କ ବାହାଘରରେ ସମନ୍ଥା ଓ ନାଗା ଚୈତନ୍ୟ ମଧ୍ୟ ସାମିଲ ହୋଇଥିଲେ | ସମନ୍ଥା ମେହେନ୍ଦି ସମାରୋହରେ ମଧ୍ୟ ସାମିଲ ହୋଇଥିଲେ | ରାଣା-ମିହିକାଙ୍କ ବାହାଘର ଉଭୟ ତେଲୁଗୁ ଓ ମାରୱାଡି ରୀତିନୀତି ଅନୁସାରେ ହୋଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.