Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ଅଭିନେତା ରାଣା ଦଗ୍ଗୁବତୀ ଏବଂ ମିହିକା ବଜାଜ : ତେଲୁଗୁ ଏବଂ ମାରଓ୍ବାଡ଼ି ପରମ୍ପରାରେ ହେବ ବିବାହ

8/08/2020 at 10:24 AM

ମୁମ୍ବାଇ ୮/୮: ବଲିଉଡ ଏବଂ ଟଲିଉଡରେ ନିଜର ଅଭିନୟର ପାରଦର୍ଶିତା ଦେଖାଇଥିବା ଅଭିନେତା ରାଣା ଦଗ୍ଗୁବାତୀ ଏବଂ ତାଙ୍କ ଗାର୍ଲଫ୍ରେଣ୍ଡ ମିହିକା ବଜାଜଙ୍କ ଆଜି ବିବାହ। ଦିନେ ପୂର୍ବରୁ ଗୁରୁବାର ହଳଦୀ ଏବଂ ମେହେନ୍ଦୀ ହୋଇଥିଲା। କରୋନା ଭାଇରସ୍ ମହାମାରୀ ସମୟରେ ଟଲିଉଡରେ ରାଣା ଏବଂ ମିହିକାଙ୍କ ସବୁଠୁ ହାଇ-ପ୍ରୋଫାଇଲ୍ ବିବାହ ହେବାକୁ ଯାଉଛି। ବିବାହକୁ ନେଇ ରାଣା ପ୍ରଥମେ କହିଥିଲେ,‘ତାଙ୍କୁ ବିବାହ କରିବାକୁ ସବୁଠି ଅଜବ ସମୟ ମିଳିଛି।

ଆଜି ଅଗଷ୍ଟ ୮ତାରିଖରେ ରାଣା ଦଗ୍ଗୁବତୀ ଏବଂ ମିହିକା ବଜାଜଙ୍କ ବିବାହ ହାଇଦ୍ରାବାଦର ରାମାନାଇଡ଼ୁ ଷ୍ଟୁଡିଓରେ ହେବ। ବିବାହରେ କେବଳ ପରିବାର ଲୋକେ ଏବଂ ତାଙ୍କ କିଛି ସମ୍ପର୍କୀୟ ଲୋକେ ସାମିଲ ହେବେ। ରାଣା-ମିହିକାଙ୍କ ବିବାହ ତେଲୁଗୁ ଏବଂ ମାରଓ୍ବାଡ଼ି ପରମ୍ପରା ଅନୁସାରେ ହେବ।

ମିହିକାଙ୍କ ମାଆ ବଣ୍ଟି ବଜାଜ, ରାଣା ଏବଂ ମିହିକାଙ୍କ ବିବାହ ଏହି ସମୟରେ କରିବାର ନିଷ୍ପତ୍ତି ନେଇଥିଲେ। ବଣ୍ଟି ବିବାହ ପାଇଁ ସ୍ପେଶାଲ ଥିମ ପ୍ରସ୍ତୁତ କରିଛନ୍ତି ଏବଂ ନିଜ ପ୍ଲାନକୁ ରିୟଲ୍ କରିବା ପାଇଁ ସେ ସ୍ପେଶାଲ ଟିମ୍ ବନାଇଛନ୍ତି। ବଣ୍ଟି ବଜାଜ ନିଜେ ହାଇଦ୍ରାବାଦର ହାଇ-ପ୍ରୋଫାଇଲ୍ ଓ୍ବେଡିଂ ପ୍ଲାନର। ତେବେ ଆପଣ ବୁଝିପାରୁଥିବେ ଯେ ସେ ବିବାହ ପ୍ରସ୍ତୁତି କିପରି କରୁଥିବେ। ଏହି ବିବାହରେ ୩୦ରୁ ଅଧିକ ଲୋକ ଆସିବେ ନାହିଁ।

 ରାଣା-ମିହିକାଙ୍କ ବିବାହରେ କିଛି ନିୟମ ଅବଲମ୍ବନ କରାଯିବ। ବିବାହରେ ସାମିଲ ହେବାକୁ ଥିବା ସମସ୍ତ ଅତିଥି ଏବଂ ବିବାହରେ ଆସିଥିବା ବ୍ୟକ୍ତିଙ୍କ କୋଭିଡ-୧୯ ଟେଷ୍ଟ ହେବ। ଓ୍ବେଡିଂ ଏକ ବାୟୋ-ସିକ୍ୟୋରଡ ପରିବେଶ କରିବେ। ଯାହା ବିବାହରେ ଆସିଥିବା ଲୋକଙ୍କ ପାଇଁ ସୁରକ୍ଷିତ ରହିବ। ସାନିଟାଇଜର ଏବଂ ସୋସିଆଲ୍ ଡିସଟ୍ୟାନସିଂ ମଧ୍ୟ ବିବାହରେ ବାଧ୍ୟତାମୂଳକ ହେବ।

ବିବାହର ସେଲିବ୍ରେସନ ଜୁବିଲି ହିଲ୍ସ ସ୍ଥିତ ମିହିକା ବଜାଜଙ୍କ ଘରେ ହଳଦୀ ଏବଂ ମେହେନ୍ଦୀ ସେରେମନିରୁ ଆରମ୍ଭ ହୋଇଥିଲା। ଏଥିରେ କେବଳ ପରିବାର ଲୋକେ ସାମିଲ ହୋଇଥିଲେ। ଅଭିନେତ୍ରୀ ସାମନ୍ତା ଅକ୍କିନେନୀ ମଧ୍ୟ ଯୋଗ ଦେଇଥିଲେ। ପେଲ୍ଲି କୋଡ଼ୁକୁ ଭଳି ରୀତି ରାଣାଙ୍କ ଘରେ ହେବ। ରାଣା-ମିହିକାଙ୍କ ବିବାହରେ ସାମନ୍ତା ,କାଜଲ୍ ଅଗ୍ରଓ୍ବାଲ୍,ଖୁସବୁ ସୁନ୍ଦର,ଅମଲା ପାଲ ଭଳି ଦକ୍ଷିଣ ଭାରତର ବଡ଼ ବଡ଼ କଳାକାର ସାମିଲ ହେବେ।

ରାଣା ଦଗ୍ଗୁବତୀ ତେଲୁଗୁ ଏବଂ ତାମିଲ ସହ ବଲିଉଡ ଫିଲ୍ମରେ ମଧ୍ୟ କାମ କରି ସାରିଛନ୍ତି। ୨୦୧୧ମସିହାରେ ‘ଦମ ମାରୋ ଦମ’ ଫିଲ୍ମରୁ ରାଣା ଦଗ୍ଗୁବତୀ ହିନ୍ଦୀ ଫିଲ୍ମରେ ପାଦ ଥାପିଥିଲେ। ଏହା ପରଠୁ ସେ ହାଉସଫୁଲ ୪,ଦ ଗାଜି ଆଟାକ୍,ବେବିରେ ନଜର ଆସି ସାରିଛନ୍ତି। ରାଣା ତାଙ୍କ ଦମଦାର ଅଭିନୟ ପାଇଁ ଜଣା ଯାଆନ୍ତି।

   Related Posts