“ବାହୁବଲି”ର ମାଁ ଶିୱଗାମୀ- ରାମ୍ୟା କ୍ରିଷ୍ଣନ ଏବେ ପର୍ଣ୍ଣଷ୍ଟାର

Published By : Prameya-News7 Bureau | March 13, 2019 IST

wp:heading {"level":5}
ମୁମ୍ୱାଇ୧୩|୩: ବାହୁବଲି ଓ ବାହୁବଲି ୨ ଚଳଚ୍ଚିତ୍ରରେ ବାହୁବଲୀଙ୍କ ମାଁ ଶିୱଗାମୀ ଦେବୀ ଭୂମିକାରେ ଅଭିନୟ କରିଥିବା ରାମ୍ୟା କ୍ରିଷ୍ଣନ ଏବେ ଘରେ ଘରେ ପରିଚିତା। ୫ଟି ଭାଷାରେ ଅଭିନୟ କରୁଥିବା ଏହି ଅଭିନେତ୍ରୀ ବାହୁବଲୀ ପରେ ବେଶ ପ୍ରତିଷ୍ଠା ଲାଭ କରିଚନ୍ତି ।
/wp:heading {"id":93133,"width":593,"height":333}

ରାମ୍ୟା କ୍ରିଷ୍ଣନ ତାଙ୍କ କ୍ୟାରିଅରରେ ତେଲୁଗୁ, ତାମିଲ, କନ୍ନଡ, ମଲାୟଲମ ଓ ହିନ୍ଦି ସିନେମାରେ ଅଭିନୟ କରିଛନ୍ତି। ବାହୁବଲୀ ସିନେମାରେ ତାଙ୍କ ଅଭିନୟ ଯୋଗୁଁ  ସେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି । ବାହୁବଲୀ ସିରିଜରୁ କେବଳ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା କଳାକାର ଚର୍ଚ୍ଚାରେ ନାହାନ୍ତି। ତାଙ୍କ ସହ ସହଯୋଗୀ କଳାକାରମାନେ ମଧ୍ୟ ବହୁତ ପପୁଲାର ହୋଇଛନ୍ତି। କଟ୍ଟପା ଓ ଶିୱଗାମିନୀ ଭୂମିକାରେ ଅଭିନୟ କରୁଥିବା କଳାକାର ଘରେ ଘରେ ଚର୍ଚ୍ଚିତ।

{"id":93134,"width":592,"height":333}
wp:heading {"level":5}
ରାମ୍ୟା କ୍ରିଷ୍ଣନ ସାଉଥ ଇଣ୍ଡଷ୍ଟ୍ରି ସହ ବଲିଉଡରେ ମଧ୍ୟ ସବୁବେଳେ ଆକଟିଭ୍‌ ଥାନ୍ତି। ବଲିଉଡରେ ଅମିତାଭ ବଚ୍ଚନ ଓ ଅନ୍ୟ ବଡ ଷ୍ଟାରସଙ୍କ ସହ କାମ କରିଛନ୍ତି ରାମ୍ୟା। ଏବେ ରାମ୍ୟା ତାଙ୍କ ଆଗାମୀ ଚଳଚ୍ଚିତ୍ର ପାଇଁ ପୁଣି ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ସେ ପର୍ଣ୍ଣ ଷ୍ଟାର ଭୂମିକାରେ ଅଭିନୟ କରୁଛନ୍ତି। ଏହି ସିନେମା ତାମିଲ ଭାଷାରେ ରିଲିଜ ହେବାକୁ ଯାଉଛି ।
/wp:heading {"id":93135,"width":595,"height":463}

ଚଳଚ୍ଚିତ୍ରର ନାଁ ହେଉଛି “ସୁପର ଡିଲକ୍ସ”। ଏହି ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ତ୍ୟାଗରାଜନ କୁମାରରାଜ। ଫିଲ୍ମର ଟ୍ରେଲର ଅନଲାଇନ ରିଲିଜ ହୋଇସାରିଛି। ଫିଲ୍ମର ଟ୍ରେଲର ଖୁବ୍‌ ଧମାଲ ସୃଷ୍ଟି କରିସାରିଛି । ତେଣୁ ଏବେ ଦର୍ଶକ ଫିଲ୍ମ ରିଲିଜ ହେବା ଅପେକ୍ଷାରେ ଅଛନ୍ତି। ରାମ୍ୟା ଏହି ଚଳଚ୍ଚିତ୍ରରେ ଲିଲା ନାମକ ମଧ୍ୟ ବୟିସ୍କା ମହିଳାର ଅଭିନୟ କରିଛନ୍ତି ଯିଏ ଜଣେ ଦେହଜୀବୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.