ଧୀରୁଭାଇ ଅମ୍ବାନୀଙ୍କ ବଡ ଭାଇ ରମନିକଭାଇଙ୍କ ପରଲୋକ, ୯୦ ବର୍ଷ ବୟସ ପର୍ଯ୍ୟନ୍ତ ଥିଲେ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ ବୋର୍ଡର ନିର୍ଦ୍ଦେଶକ

Published By : Prameya-News7 Bureau | July 28, 2020 IST

ଅହମ୍ମଦାବାଦ ୨୮।୦୭: ରିଲାଏନ୍ସ ଇଣ୍ଡଷ୍ଟ୍ରୀର ପ୍ରତିଷ୍ଠାତା ଧୀରୁଭାଇ ଅମ୍ବାନୀଙ୍କ ବଡ ଭାଇ ରମନିକଭାଇ ଅମ୍ବାନୀଙ୍କ ସୋମବାର ମଧ୍ୟାହ୍ନରେ ଅହମ୍ମଦାବାଦରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କର ବୟସ ୯୫ ବର୍ଷ ହୋଇଥିଲା।

ସୋମବାର ଅମ୍ବାନୀ ପରିବାର ଏହାର ସୂଚନା ଦେଇଛନ୍ତି। ଶୋଇଥିବା ବେଳେ ହୃଦଘାତରେ ସେ ଶାନ୍ତିରେ ଶେଷ ନିଃଶ୍ଵାସ ତ୍ୟାଗ କରିଥିବା ପରିବାର ଲୋକ କହିଛନ୍ତି। ରମନିକଭାଇଙ୍କ ବଡ ଝିଅ ଇଲା ଗୁଜରାଟ କ୍ୟାବିନେଟ୍‌ର ଶକ୍ତି ମନ୍ତ୍ରୀ ସୌରଭ ପଟେଲଙ୍କୁ ବିବାହ କରିଛନ୍ତି।

ରମନିକଭାଇ ୯୦ ବର୍ଷ ବୟସ ପର୍ଯ୍ୟନ୍ତ ରିଲାଏନ୍ସ ଇଣ୍ଡଷ୍ଟ୍ରୀର ବୋର୍ଡ ନିର୍ଦ୍ଦେଶକ ଥିଲେ। ସେ ୨୦୧୪ରୁ ଏହି ପଦରୁ ଅବ୍ୟାହତି ନେଇଥିଲେ। ଏହା ପରେ ମୁକେଶ ଅମ୍ଵାନୀଙ୍କ ପତ୍ନୀ ନୀତା ଅମ୍ବାନୀ ଏହି ପଦ ସମ୍ଭାଳିଥିଲେ।

ରମନିକଭାଇ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜର ପ୍ରତିଷ୍ଠାତା ସଦସ୍ୟ ଥିଲେ। ସେ ୧୯୨୪ରେ ଜୁନାଗଡରେ ଜନ୍ମ ଗ୍ରହଣ କରିଥିଲେ। ହୀରାଚାନ୍ଦ ଓ ଯମୁନାବେନଙ୍କ ତିନୋଟି ପୁଅ  ଓ ଦୁଇ ଝିଅଙ୍କ ମଧ୍ୟରୁ ରମନିକଭାଇ ତିନି ଭାଇଙ୍କ ମଧ୍ୟରୁ ସବୁଠୁ ବଡ ଥିଲେ। ଅନ୍ୟ ଦୁଇ ଭାଇ ହେଉଛନ୍ତି ଧିରୁ ଭାଇ ଅମ୍ବାନୀ ଓ ନଟୁଭାଇ ଅମ୍ବାନୀ। ଦୁଇ ଭଉଣୀ ହେଉଛନ୍ତି ତ୍ରିଲୋଚନବେନ ଓ ଜସୁମତିବେନ।

ରମନିକଭାଇ ନିଜ ପୁଅ ବିମଲଙ୍କ ନାମରେ ଭିମଲ ଟେକ୍ସଟାଇଲ ପ୍ଲାଣ୍ଟ ଗଠନ କରିଥିଲେ। ଏହି ପ୍ଲାଣ୍ଟ ନାରୋଦାରେ ଅବସ୍ଥିତ। ଏହା ସହିତ ୯୦ ବର୍ଷ ବୟସ ପର୍ଯ୍ୟନ୍ତ ରିଲାଏନ୍ସ ବୋର୍ଡ ଇଣ୍ଡଷ୍ଟ୍ରୀଜର ନିର୍ଦ୍ଦେଶକ ଥିଲେ। ଉଲ୍ଲେଖନୀୟ ରମନିକଭାଇ ଅମ୍ବାନୀଙ୍କ ପତ୍ନୀ ପଦ୍ମାବେନଙ୍କ ୨୦୦୧ରେ ପରଲୋକ ଘଟି ସାରିଛି। ତାଙ୍କର ତିନି ଝିଅ ହେଉଛନ୍ତି ନୀତା, ମୀନା, ଇଲା ଏବଂ ଗୋଟିଏ ପୁଅ ବିମଲ ଅମ୍ବାନୀ। ତାଙ୍କର ପାଞ୍ଚ ନାତି-ନାତୁଣୀ ଓ ଦୁଇ ଅଣନାତି-ନାତୁଣୀ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.