ଯଦି ବିବେକାନନ୍ଦଙ୍କ ବାର୍ତ୍ତାକୁ ବିଶ୍ୱ ସ୍ୱୀକାର କରିଥାନ୍ତା ହୁଏତ 9/11 ଆକ୍ରମଣ ଟଳିପାରିଥାନ୍ତା : ରାମନାଥ କୋବିନ୍ଦ

Published By : Prameya-News7 Bureau | September 11, 2021 IST

ଲକ୍ଷ୍ନୌ ୧୧।୯:  ଆମେରିକାର ଶିକାଗୋ୧୮୯୩ ମସିହା ବିଶ୍ୱ ଧର୍ମ ସମ୍ମିଳନୀରେ ବିବେକାନନ୍ଦ ସେପ୍ଟେମ୍ବର ୧୧ ତାରିଖ ଦିନ ଦେଇଥିବା ଶାନ୍ତି, ନ୍ୟାୟ ଓ ସହଯୋଗର ବାର୍ତ୍ତାକୁ ଯଦି ବିଶ୍ୱ ସ୍ୱୀକାର କରିଥାନ୍ତା ତେବେ ହୁଏତ ଚଳିତ ଶତାବ୍ଦୀ ପ୍ରାରମ୍ଭରେ ହୋଇଥିବା ଆମେରିକା ୯/୧୧ ଆକ୍ରମଣକୁ ଟାଳି ଦିଆଯାଇପାରିଥାନ୍ତା। ରାଷ୍ଟ୍ରପତି ରାମାନଥ କୋବିନ୍ଦ ଶନିବାର ଏହା କହିଛନ୍ତି।

ପ୍ରୟାଗରାଜରେ ପ୍ରସ୍ତାବିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଲାଗି ରାଷ୍ଟ୍ରପତି ଶନିବାର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଛନ୍ତି ଯେ ୧୨୮ ବର୍ଷ ପୂର୍ବେ ଆଜିର ଦିନରେ ସ୍ୱାମୀ ବିବେକାନନ୍ଦ ଶିକାକୋ ଧର୍ମ ସମ୍ମିଳନୀରେ ଭାରତୀୟ ଦର୍ଶନ ଓ ଧର୍ମ ସହ ସାରା ବିଶ୍ୱକୁ ପରିଚିତ କରାଇଥିଲେ। ଭାରତୀୟ ସଂସ୍କୃତି ନ୍ୟାୟ, ସହାନୁଭୂତି ଓ ସହଯୋଗ ଆଧାରିତ ବୋଲି ଦୁନିଆ ଆଗରେ ପ୍ରମାଣିତ କରିଥିଲେ। ଯଦି ଦୁନିଆ ୧୮୯୩ ମସିହାର ଏହି ବାର୍ତ୍ତାକୁ ଆପଣେଇ ନେଇଥାନ୍ତା ୨୦୦୧ ମସିହାର  ୯/୧୧ ପରିସ୍ଥିତିକୁ ଦେଖିବାକୁ ଯାଇ ନଥାନ୍ତା, ଯାହା ମାନବତା ଉପରେ ଭୟଙ୍କର ଆକ୍ରମଣ ଥିଲା ବୋଲି କହିଛନ୍ତି।

{"id":509951,"width":840,"height":552,"sizeSlug":"full","linkDestination":"none"}

ରାଷ୍ଟ୍ରପତି ସାମାଜିକ ନ୍ୟାୟ ସୁନିଶ୍ଚିତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇ ସମାଜ ଲାଗି ଏଲାହାବାଦ ଉଚ୍ଚ ନ୍ୟାୟାଳୟଙ୍କ ଯୋଗଦାନକୁ ଉଚ୍ଚ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ବୌଦ୍ଧିକ ପରମ୍ପରା ଲାଗି ଦିଗ୍ଗଜ ଆଇନଜ୍ଞଙ୍କୁ ସୃଷ୍ଟି କରିବାରେ ହାଇକୋର୍ଟଙ୍କ ଯୋଗଦାନ ଉଲ୍ଲେଖନୀୟ।  ଭାଷଣରେ ରାଷ୍ଟ୍ରପତି ଆଇନ ବୃତ୍ତିରେ ମହିଳାଙ୍କ ସଂଖ୍ୟା ହ୍ରାସକୁ ବି ପ୍ରସଙ୍ଗ କରିଥିଲେ। ସେ କହିଥିଲେ ଯେ ମହିଳାମାନେ ଆଇନ ଓ ନ୍ୟାୟ ପ୍ରତି ଅଧିକ ଉନ୍ମୁଖ। ସମସ୍ତଙ୍କୁ ନ୍ୟାୟମିଳୁ ଏହା ସେମାନଙ୍କ ସ୍ୱଭାବ, ବିଚାର ଓ ସଂସ୍କାର ମଧ୍ୟ। ସମାଜ ତେବେ ଯାଇ ନ୍ୟାୟପୂର୍ଣ୍ଣ ହୋଇପାରିବ ଯେବେ ନ୍ୟାୟପାଳିକା ସମେତ ସବୁ କ୍ଷେତ୍ରରେ ମହିଳାଙ୍କ ଭାଗିଦାରୀ ବଢିବ ବୋଲି ରାଷ୍ଟ୍ରପତି କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ବ୍ୟତୀତ ମୁଖ୍ୟ ବିଚାରପତି ଜଷ୍ଟିସ୍ ଏନ.ଭି.ରମନ୍ନା, କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜ୍ଜୁ, ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ରାଜ୍ୟ ଉଚ୍ଚ ନ୍ୟାୟାଳୟଙ୍କ ମୁଖ୍ୟ ବିଚାରପତିଙ୍କ ସମେତ ସବୁ ବିଚାରପତି ମାନେ ଯେଗ ଦେଇଥିଲେ। ଏହି ଅବସରରେ କେନ୍ଦ୍ର ଆଇନମନ୍ତ୍ରୀ ଦେଶରେ ମଧ୍ୟସ୍ଥତା ଲାଗି ଏକ ସ୍ୱତନ୍ତ୍ର ଆଇନ ଆଣିବେ ବୋଲି ଘୋଷଣା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.