Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିଶିଷ୍ଟ ‘ରାମଲୀଳା’ କଳାକାର ଦେବରାଜ ପାଣିଗ୍ରାହୀଙ୍କ ପରଲୋକ

9/08/2020 at 5:35 PM

ଭୁବନେଶ୍ବର୯/୮: ଢ଼େଙ୍କାନାଳ ଜିଲ୍ଲାର ଚିତ୍ତଳପୁର ଗ୍ରାମର ରଘୁନାଥ ଜୀଉ ନାଟ୍ୟ ସଂଘର ପରିଚାଳକ ତଥା ରାମଲୀଳାରେ ଅଭିନୟ କରିଥିବା ଦେବରାଜ ପାଣିଗ୍ରାହୀଙ୍କ ମୃତ୍ୟୁ ହୋଇଛି।ଗତ ରାତି ୨ଟା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା।ଗାଁ ମଶାଣିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଜଣେ ପୁଅ ଏବଂ ୨ ଝିଅଙ୍କୁ ନେଇ ଦେବରାଜଙ୍କ ପରିବାର। ଶେଷକୃତ୍ୟ ସମୟରେ ଦେବରାଜଙ୍କ ସାନ ପୁଅ ମୁଖାଗ୍ନି ଦେଇଥିଲେ। ଦେବରାଜ ଜଣେ ମେଳାପି ମଣିଷ ଥିଲେ।ତାଙ୍କର ଶେଷକୃତ୍ୟ ସମୟରେ ଗାଁ ମଶାଣିରେ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

ସେ ଅଭିନୟ ସହ ଗାଁର ବିଭିନ୍ନ କାର୍ଯ୍ୟରେ ଭାଗ ନେଉଥିଲେ। ସେ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ। ରାମଲୀଳାରେ ଦେବରାଜ ନିଖୁଣ ଅଭିନୟ ମାଧ୍ୟମରେ ବେଶ ପରିଚିତ ହୋଇପାରିଥିଲେ। ଏହାସହ ଦୀର୍ଘଦିନ ଧରି ରଘୁନାଥ ଜୀଉ ନାଟ୍ୟ ସଂଘର ପରିଚାଳକ ଭାବେ ସେ ଦାୟିତ୍ବ ନିର୍ବାହ କରି ଆସୁଥିଲେ। ହଠାତ୍ ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।

ଏପରି ତାଙ୍କ ସହ ରାମଲୀଳାରେ ଅଭିନୟ କରୁଥିବା ଅନ୍ୟ ସାଥି କଳାକାରମାନେ ମଧ୍ୟ ଶୋକ ବ୍ୟକ୍ତ କରିଛନ୍ତି।ଏହି ଦୀର୍ଘଦିନ ଧରି ଦେବରାଜ ଯେଉଁ ସଂଘର ଦାୟିତ୍ବ ତୁଲାଇଥିଲେ,​ ସେହି ସଂଘର କର୍ମକର୍ତ୍ତାମାନେ ମଧ୍ୟ ଶୋକ ବ୍ୟକ୍ତ କରିଛନ୍ତି। ପ୍ରତ୍ୟେକ୍ଷ ଏବଂ ପରୋକ୍ଷ ଭାବେ ଦେବରାଜ ବିଭିନ୍ନ ଜନହିତକାର କାର୍ଯ୍ୟରେ ଜଡିତ ରହିଥିଲେ। ଆଜି ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି।

   Related Posts