Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

୨୭ ବର୍ଷ ପରେ ତମ୍ବୁରୁ ବାହାରିବେ ରାମଲାଲା, ସ୍ଥାପିତ ହେବେ ଅସ୍ଥାୟୀ ମନ୍ଦିରରେ

7/03/2020 at 6:33 PM

ଅଯୋଧ୍ୟା: ରାମଜନ୍ମଭୂମି ବିବାଦ ଯୋଗୁ ଦୀର୍ଘ ୨୭ ବର୍ଷରୁ ଊର୍ଦ୍ଧ୍ୱକାଳ ହେଲା ତମ୍ବୁରେ ପୂଜା ପାଉଥିବା ରାମଲାଲାଙ୍କ ପ୍ରତିମା ଏବେ ଅଯୋଧ୍ୟାରେ ଅସ୍ଥାୟୀ ମନ୍ଦିରରେ ପୂଜା ପାଇବେ। ଏଥିଲାଗି ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଆଗାମୀ ଚୈତ୍ର ନବରାତ୍ର ପୂର୍ବରୁ ଶ୍ରୀ ରାମଲାଲାଙ୍କ ପ୍ରତିମା ଅସ୍ଥାୟୀ ମନ୍ଦିରରେ ହେଉ ପଛେ ମନ୍ଦିରରେ ପୂଜା ଲାଗି ଉଦ୍ୟମ ଆରମ୍ଭ ହୋଇଛି।

ତୀର୍ଥକ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ଶନିବାର ଦେଇଥିବା ସୂଚନା ଅନୁସାରେ ଏଥିଲାଗି ଦିଲ୍ଲୀରେ ଏବେ ଏକ ଫାଇବର ମନ୍ଦିରର ନିର୍ମାଣ ହେଉଛି। ମନ୍ଦିର ନିର୍ମାଣ ସରିବା ପରେ ଏହାକୁ ଅଯୋଧ୍ୟା ଅଣାଯାଇ ଏଠାରେ ଲଗାଯିବା ପରେ ଆଗାମୀ ରାମ ନବମୀ ଏହି ମନ୍ଦିରରେ ଆୟୋଜନ ଲାଗି ଦ୍ରୁତ ପ୍ରସ୍ତୁତି ଚାଲିଛି।

ଏହା ଛଡା ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଦ୍ୱିତୀୟ ବୈଠକ ପ୍ରସ୍ତୁତି ବି ଏବେ ଆରମ୍ଭ ହୋଇଯାଇଛି। ୪ ଏପ୍ରିଲ ରାମନବମୀରେ ଏହି ବୈଠକ ଲାଗି ଦିନ ଧାର୍ଯ୍ୟ ହୋଇଥିବା ବେଳେ ଏଥିଲାଗି ସୁରକ୍ଷା ଦାୟିତ୍ୱ ସୁରକ୍ଷା ଏଜେନ୍ସୀଙ୍କୁ ନ୍ୟସ୍ତ କରାଯାଇଥିବା ରାୟ କହିଛନ୍ତି। ସେହିପରି ଟ୍ରଷ୍ଟର କାର୍ଯ୍ୟାଳୟ ଲାଗି ଭୂମି ଚିହ୍ନଟ ହୋଇଥିବାର ରାୟ ସୂଚନା ଦେଇଛନ୍ତି।

ଏହି କାର୍ଯ୍ୟାଳୟ ରାମମନ୍ଦିର ତନଖି ଫାଟକ ନିକଟରେ ନିର୍ମିତ ହେବ। ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟ ଲାଗି ଆକାଉଣ୍ଟ ଖୋଲାଯିବାଠାରୁ ରାମଲାଲାଙ୍କୁ ଲୋକେ ଦେଉଥିବା ଦର୍ଶନୀ ଏବେ ଆକାଉଣ୍ଟରେ ଜମା ହେଉଥିବା ରାୟ କହିଛନ୍ତି। ଅଯୋଧ୍ୟାସ୍ଥିତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କରେ ଖୋଲାଯାଇଥିବା ଆକାଉଣ୍ଟରେ ଏପର୍ଯ୍ୟନ୍ତ ଭକ୍ତଙ୍କ ଦର୍ଶନୀ ବାବଦକୁ ୮ଲକ୍ଷ ୪ ହଜାର ୯୮୨ ଟଙ୍କା ଜମା ହୋଇଥିବା ଟ୍ରଷ୍ଟର ଖାତା ସଞ୍ଚାଳକ ଡ. ଅନିଲ ମିଶ୍ର ସୂଚନା ଦେଇଛନ୍ତି।

   Related Posts