ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲ ପୂର୍ବରୁ ଭବିଷ୍ୟବାଣୀ କଲେ ଏହି ପୂର୍ବତନ କ୍ରିକେଟର : ଡବଲ ସେଞ୍ଚୁରୀ ମାରିବେ ହିଟମ୍ୟାନ୍‌ ରୋହିତ ଶର୍ମା !

Published By : Prameya-News7 Bureau | June 01, 2021 IST

ନୂଆଦିଲ୍ଲୀ ୦୬/ ୦୧ : ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲ ପୂର୍ବରୁ ଜୋରଦାର ପ୍ରସ୍ତୁତି ଚଳାଇଛି ଟିମ୍‌ ଇଣ୍ଡିଆ । ଆସନ୍ତା ଜୁନ ୧୮ରୁ ୨୨ ଯାଏଁ ନ୍ୟୁଜିଲାଣ୍ଡ ବିପକ୍ଷରେ ସାଉଥଆମ୍ପଟନରେ ବିଶ୍ବ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ମ୍ୟାଚ୍‌ ଖେଳିବ ଭାରତ । WTC ଫାଇନାଲ ପୂର୍ବରୁ ଭାରତୀୟ ଖେଳାଳୀମାନଙ୍କୁ ନେଇ ବିଭିନ୍ନ ଆଲୋଚନା ହେଉଛି । ହିଟ୍‌ ମ୍ୟାନ୍‌ ରୋହିତ ଶର୍ମା ଏବଂ ଶୁଭମାନ ଗିଲ ଓପନିଂ କରିପାରନ୍ତି । ଏହାରି ମଧ୍ୟରେ ପାକିସ୍ତାନର ପୂର୍ବତନ କ୍ରିକେଟର ରମିମ୍ ରାଜା ମଧ୍ୟ ରୋହିତ ଏବଂ ଗିଲଙ୍କୁ ଓପନିଂ କରିବାକୁ ପରାମର୍ଶ ଦେଇଛନ୍ତି ।

{"width":829,"height":622}
Ramiz Raja says Rohit Sharma will give you a double hundred in WTC final if he fires IND vs NZ


ସେ ଆହୁରି ମଧ୍ୟ କହିଛନ୍ତି, ଭାରତୀୟ ପିଚ୍‌ ହେଉ କିମ୍ବା ଅନ୍ୟ ଦେଶର ପିଚ୍, ଜଗି ରଖି ବ୍ୟାଟିଂ କରିବା ଉଚିତ । ବ୍ୟାଟ୍ସମ୍ୟାନଙ୍କୁ ଅଧିକ ଭାବିବା ଉଚିତ ନୁହେଁ । ପଡିଆ ମଧ୍ୟରେ ସ୍ବାଭାବିକ ଖେଳ ଜାରି ରଖିବା ଉଚିତ ଏବଂ ଆକ୍ରମଣାତ୍ମକ ହେବା ଉଚିତ । ଯାହା ଫଳରେ ସାମ୍ନା ବୋଲର ପ୍ରଭାବିତ ହେବ ଏବଂ ବଡ ବଡ ସଟ୍‌ ଖେଳିବା ପାଇଁ ସୁଯୋଗ ଦେବ ।
ରମିମ୍‌ ରାଜା ଆହୁରି ମଧ୍ୟ କହିଛନ୍ତି,ପ୍ରଥମ ଘଣ୍ଟା ପାଇଁ ରୋହିତ ଏବଂ ଶୁଭମାନ ଗିଲଙ୍କୁ ରକ୍ଷଣାତ୍ମକ ଭଙ୍ଗିରେ ଖେଳିବାକୁ ହେବ । ପ୍ରଥମ କିଛି ଓଭର ପାଇଁ ଓ୍ବିେକଟ୍‌ ରଖିବାକୁ ହେବ । କିଛି ସମୟ କ୍ରିଜରେ ସେଟ୍‌ ହୋଇଯିବା ରୋହିତ ଏବଂ ଗିଲ ଉଭୟ ବଡ ପାଳି ଖେଳିପାରିବେ । ଏମିତିକି ସେଟ୍‌ ହୋଇଯିବା ପରେ ରୋହିତ ଶର୍ମା ଡବଲ୍‌ ସେଞ୍ଚୁରୀ ମଧ୍ୟ ମାରିବାର କ୍ଷମତା ରଖିଛନ୍ତି ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.