Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଗାଁର ବିକାଶ ପାଇଁ ଆଗେଇ ଆସିଲେ, ନିଜ ପକେଟରୁ ଖର୍ଚ୍ଚ କଲେ ୨.୫ କୋଟି ଟଙ୍କା

22/09/2021 at 1:41 PM

ଲକ୍ଷ୍ନୌ ୨୨।୦୯: ଜଣେ ବ୍ୟକ୍ତି ଏକ ଅବହେଳିତ ଗାଁର ନକ୍ସ ବଦଳାଇପାରିବ । ଉତ୍ତରପ୍ରଦେଶର ଏଟାରେ ଜଣେ ବ୍ୟକ୍ତି ନିଜ ଆୟରୁ ଜମା କରିଥିବା ଅର୍ଥ ଖର୍ଚ୍ଚ କରି ଗାଁର କଳେବର କରିଛନ୍ତି । ଏହାସହିତ ଗ୍ରାମବାସୀଙ୍କ ମଙ୍ଗଳ ଲାଗି ଭୂମି ମଧ୍ୟ ଦାନ କରିଛନ୍ତି । କେବଳ ଏତିକି ନୁହେଁ , ବରଂ  ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କାର ଋଣ ଆଣି ଗାଁ ହିତରେ ଲଗାଇଛନ୍ତି ।

ଖବର ଅନୁଯାୟୀ, ଏଟାର ହୈଦରପୁର ଗାଁର ରାମଗୋପାଳ ଦୀକ୍ଷିତ ନିଜର ଅବହେଳିତ ଗାଁର ବିକାଶ ପାଇଁ ସଂକଳ୍ପବଦ୍ଧ । ନିଜ ପକେଟ୍‌ରୁ ଅଢ଼େଇ କୋଟି ଟଙ୍କା ଖର୍ଚ୍ଚ କରି ଗାଁରେ ଏଭଳି ବିକାଶ କାର୍ଯ୍ୟ କରିଛନ୍ତି  । ଉଦ୍ଘାଟନ କରିବାକୁ ଆସିଥିବା ଅଲିଗଡ଼ର କମିଶନର ଏସବୁ ଦେଖି ଚକିତ ହୋଇଯାଇଛନ୍ତି । ବହୁ ବର୍ଷ ପୂର୍ବେ ରାମଗୋପାଳ ଅଧ୍ୟୟନ ପରେ ଦିଲ୍ଲୀ ଯାଇ ସେଠାରେ ନିଜର ବ୍ୟବସାୟ ଆରମ୍ଭ କରିଥିଲେ । କିଛି ବର୍ଷ ପରେ ନିଜ ଗାଁକୁ ଆସି ଦେଖିଲେ, ଗାଁର ଅବସ୍ଥା ଅତି ଖରାପ ଥିଲା । ସହରରୁ ଗାଁ ପର୍ଯ୍ୟନ୍ତ ପକ୍କା ରାସ୍ତା ନଥିଲା । ଗଳିକନ୍ଦିର ସ୍ଥିତି ଏତେ ଖରାପ ଥିଲା ଯେ ଯାତାୟାତ ଅସମ୍ଭବ ଥିଲା । ବିବାହ ପାଇଁ କୌଣସି ମଣ୍ଡପ ନଥିଲା । ଜନ ପ୍ରତିନିଧିମାନେ ମଧ୍ୟ ଗାଁ ବିଷୟରେ କେବେ ଚିନ୍ତା କରୁନଥିଲେ ।

ତେବେ ଗାଁର ଶୋଚନୀୟ ସ୍ଥିତି ଦେଖି ରାମଗୋପାଳ ଏହାର ବିକାଶ ଲାଗି ସଂକଳ୍ପ ନେଲେ । ନିଜ ସଞ୍ଚିତ ଅର୍ଥରେ ସେ ପ୍ରଥମେ ସହରରୁ ଗାଁକୁ ରାସ୍ତା ଓ ଗଳିକନ୍ଦି ସବୁ ପକ୍କା କଲେ । ଏହା ପରେ କମ୍ୟୁନିଟି ପାର୍କ ନିର୍ମାଣ କରାଇଲେ । ଗାଁରେ ବରଯାତ୍ରୀ ଗୃହର ଅଭାବ ଦେଖି କମ୍ୟୁନିଟି ହଲ୍‌ ପାଇଁ ନିଜର ଭୂମି ଦାନ କଲେ । ନିଜ ଅର୍ଥରେ ସେ କମ୍ୟୁନିଟି ହଲ୍‌ ନିର୍ମାଣ କରାଇଛନ୍ତି । ଗାଁର ପ୍ରାଇମେରୀ ସ୍କୁଲରେ ଶୌଚାଳୟ ନିର୍ମାଣ କରାଇଛନ୍ତି । ଗାଁର କୌଣସି ଘରେ ନଳ ପାଣିର ସୁବିଧା ନ ଥିଲା । ରାମଗୋପାଳ ନିଜେ ଅର୍ଥ ଖର୍ଚ୍ଚ କରି ଘରେ ଘରେ ପାଣି ସଂଯୋଗ କରାଇଲେ ।

ରାମଗୋପାଳ କହନ୍ତି ଯେ, ଅତ୍ୟନ୍ତ ଦାରିଦ୍ର‌ରୁ ସେ ଏହି ସ୍ଥାନରେ ପହଞ୍ଚିଛନ୍ତି । ଈଶ୍ୱର ଯାହା କିଛି ଦେଇଛନ୍ତି, ତାଙ୍କୁ ଅର୍ପଣ କରିବା କର୍ତ୍ତବ୍ୟ ବୋଲି ସେ କହନ୍ତି । ଗାଁର ମଙ୍ଗଳ ପାଇଁ ସେ ବ୍ୟାଙ୍କରୁ ୬୫ ଲକ୍ଷ ଟଙ୍କା ଋଣ ନେଇଛନ୍ତି । ଗାଁରେ ଗରିବଙ୍କ ପାଇଁ ବାସଗୃହ ସବୁଠୁ ବଡ଼ ସମସ୍ୟା ଥିଲା । ଗାଁ ପ୍ରଧାନ ଲୋକଙ୍କ ଗୁହାରି ଶୁଣୁନଥିଲେ । ତେଣୁ ରାମଗୋପାଳ ଅନେକ ଗରିବଙ୍କ ପାଇଁ ପକ୍କା ଘର ନିର୍ମାଣ କରାଇଲେ । ଆଉ କିଛି ଘରର ପୁନଃନିର୍ମାଣ ମଧ୍ୟ କରାଇଲେ । ଗାଁର ବିକାଶ କାର୍ଯ୍ୟଗୁଡ଼ିକର ଉଦ୍‌ଘାଟନ ଲାଗି ଆସିଥିବା ଅଲିଗଡ଼ କମିଶନର ଗୌରବ ଦୟାଲ ଗାଁର ନବକଳେବର ଦେଖି ବିଶ୍ୱାସ କରିପାରିଲେ ନାହିଁ । ଏକମାତ୍ର ରାମଗୋପାଳଙ୍କ ପ୍ରୟାସର ଏହା ଫଳ ବୋଲି ଜାଣିବା ପରେ ସେ ତାଙ୍କୁ ଖୁବ୍‌ ପ୍ରଶଂସା କରୁଛନ୍ତି ।

   Related Posts