ଭିଡିଓ ଜାରି କରି ସାମ୍ନାକୁ ଆସିଲେ ରମେଶଙ୍କ ମା: ଗଣମାଧ୍ୟମ ଓ ରାଜନେତାଙ୍କୁ କଲେ ଦୋଷାରୋପ, କହିଲେ, ‘ପୁଅ ମୃତ୍ୟୁ ପରେ ବନ୍ଧୁ ଘରେ ଅଛୁ, ଆମକୁ ଶୁଦ୍ଧିକ୍ରିୟା କରିବାକୁ ଦିଅ’

Published By : Prameya-News7 Bureau | November 21, 2020 IST

ପୁରୀ ୨୧।୧୧: ପୁରୀ ବାସେଳି ସାହି ଥାନା ହାଜତ ମୃତ୍ୟୁ ମାମଲାକୁ ନେଇ ରାଜନୀତି ଜୋର୍ ଧରିଥିବା ବେଳେ ଘଟଣାର ୪ଦିନ ପରେ ସାମ୍ନାକୁ ଆସିଛି ମୃତକଙ୍କ ମାଆଙ୍କ ଭିଡିଓ ବାର୍ତ୍ତା । ଯେଉଁଥିରେ ମିଡିଆ ଓ ରାଜନେତା ସେମାନଙ୍କୁ ହଇରାଣ କରୁଛନ୍ତି ବୋଲି କହିବା ସହ ପୁଅର ମୃତ୍ୟୁ ପରେ ସେମାନେ ବନ୍ଧୁ ଘରେ ଥିବା କହିଛନ୍ତି।

ହାଜତ ମୃତ୍ୟୁକୁ ନେଇ ପୁରୀ ବଡ଼ଦାଣ୍ଡରୁ ବିଧାନସଭା ହୁଲସ୍ତୁଲ ହେଉଥିବା ବେଳେ ସାମ୍ନାକୁ ଆସିଛି ମୃତ ରମେଶଙ୍କ ମାଆଙ୍କ ଭିଡିଓ ବାର୍ତ୍ତା । ପୁଅର ମୃତ୍ୟୁ ପରେ ମିଡିଆ ଓ ରାଜନେତା ସେମାନଙ୍କୁ ହଇରାଣ କରୁଥିବାରୁ ସେମାନେ ଏବେ ବନ୍ଧୁଘରେ ଅଛନ୍ତି ବୋଲି କହିଛନ୍ତି । ଶୁଦ୍ଧିକ୍ରିୟା ପାଇଁ ସୁଯୋଗ ଦେବାକୁ ସେ ଏହି ଭିଡିଓ ବାର୍ତ୍ତାରେ ନିବେଦନ କରିଛନ୍ତି ।

wp:html /wp:html

ମୃତ ରମେଶଙ୍କ ମାଆଙ୍କ ଏହି ଭିଡିଓ ବାର୍ତ୍ତା ସାମ୍ନାକୁ ଆସିବା ପରେ ପୋଲିସ ଉଭୟ ବାପାମାଆଙ୍କୁ କୌଣସି ଅଜ୍ଞାତ ସ୍ଥାନରେ ରଖିଥିବା ନେଇ ଯେଉଁ ପ୍ରଶ୍ନ ଉଠିଥିଲା ସେଥିରେ ପୂର୍ଣ୍ଣଛେଦ ପଡ଼ିଛି । ସେମାନେ  କୌଣସି ସମ୍ପର୍କୀଙ୍କ ଘରେ ନିଜ ଇଚ୍ଛାରେ  ରହିଥିବା ସ୍ପଷ୍ଟ ହୋଇଛି । ଏପଟେ ମୃତ ରମେଶଙ୍କ ଦାଦାଙ୍କ ବୟାନ ମଧ୍ୟ ପୋଲିସ ଉପରେ ଉଠିଥିବା ଅଭିଯୋଗକୁ ଭୁଲ୍ ପ୍ରମାଣିତ କରିଛି । ରମେଶଙ୍କ ଦାଦା କେ.ଆରିଆଙ୍କ କହିବା ଅନୁସାରେ ବାପା ଓ ଦାଦାଙ୍କ ଉପସ୍ଥିତିରେ ହିଁ ପୋଲିସ ସ୍ବର୍ଗଦ୍ବାରରେ ମୃତ ରମେଶଙ୍କ ଅନ୍ତିମ ସଂସ୍କାର କରିଥିଲା । ଏନେଇ ପୁରୀ ଏସପି ମଧ୍ୟ ସ୍ବର୍ଗଦ୍ବାରରେ ଶବ ସତ୍କାର ସମୟରେ ରମେଶଙ୍କ ବାପା ଓ ଦାଦା ଉପସ୍ଥିତ ଥିବା ଭିଡିଓ ଜାରି କରି ଦ୍ବନ୍ଦ୍ବ ଦୂର କରିଛନ୍ତି । 

ସୂଚନାଯୋଗ୍ୟ ଯେ, ଏଭଳି ସମ୍ବେଦନଶୀଳ ଘଟଣାରେ ତୁରନ୍ତ ଆକ୍ସନ ମୋଡ୍‌କୁ ଆସିଛନ୍ତି ସରକାର ।  ପୁରୀ ଏସପି ଅଖିଳେଶ୍ୱର ସିଂହଙ୍କୁ ବଦଳି କରାଯିବା ସହ ବାସେଳୀ ସାହି ଥାନାର ଏସଆଇ ବିପ୍ଲବ ପ୍ରଧାନ ଓ ଦୁଇ ଜଣ କନେଷ୍ଟବଳ ଜଗନ୍ନାଥ ସ୍ବାଇଁ ଏବଂ ବାବୁଲି ବେହେରାଙ୍କୁ ସସପେଣ୍ଡ୍ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.