Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • JEE ମେନ୍ ରେଜଲ୍ଟ ପ୍ରକାଶିତ
  • ||
  • ଦେଶର ୪ଟି ସ୍ଥାନରେ ପ୍ରତିଷ୍ଠା ହେବ ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ, ଭୁବନେଶ୍ଵରରେ ପ୍ରତିଷ୍ଠା କରିବାକୁ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର
  • ||
  • ବଦଳିଲେ ପୋଲିସ କମିଶନର, ସୁଧାଂଶୁଙ୍କ ଜାଗା ନେଲେ ସୌମେନ୍ଦ୍ର ପ୍ରିୟଦର୍ଶୀ
  • ||
  • ବ୍ରହ୍ମପୁର : ଜମିଜମା ବିବାଦରୁ ବିଧବା ମହିଳାଙ୍କୁ ବୀଭତ୍ସ ହତ୍ୟା
  • ||
  • କଟକ : SCBରେ ମହିଳା ରୋଗୀଙ୍କ ଉପରେ ଖସିପଡିଲା ଫ୍ୟାନ୍, ଆଇସିୟୁରେ ଭର୍ତ୍ତି
  • ||
  • ଭୁବନେଶ୍ବର : ଆନ୍ତର୍ଜାତୀୟ ମହିଳା ଦିବସରେ ବିଜେଡିର ମହିଳା ସମାବେଶ, ମୁଖ୍ୟମନ୍ତ୍ରୀ କହିଲେ ମା’ମାନେ ଆଜନ୍ମ ନେତ୍ରୀ
  • ||
  • ଭୁବନେଶ୍ବର : ଗଠନ ହେଲା ୯ଜଣିଆ ଟାସ୍କ ଫୋର୍ସ, ଆୟତ୍ତ କରିବେ ନିଆଁ
  • ||
  • ବଲାଙ୍ଗିର : ରକ୍ତ ପାଇଁ ଗଲା ଜୀବନ ! ରୋଗୀ ମୃତ୍ୟୁକୁ ନେଇ ମେଡିକାଲରେ ଉତ୍ତେଜନା
  • ||
  • ସମ୍ବଲପୁର : ଜଙ୍ଗଲକୁ ଗଲେ ଠିକଣା ରଖିବ ବନ ବିଭାଗ, ନିଆଁ ଲଗାଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେଲେ ମିଳିବ ୫ହଜାର
  • ||
  • ସୁନ୍ଦରଗଡ : ବାଲି ଗଦାରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ
  • ||

ଶିବସେନାର ପୂର୍ବତନ ରାଜ୍ୟ ମୁଖ୍ୟ ରମେଶ ସାହୁଙ୍କୁ ଗୁଳି କରି ହତ୍ୟା : ସ୍ତ୍ରୀ ଏବଂ ଝିଅ ଗୁରୁତର

2/09/2020 at 3:57 PM

ଇନ୍ଦୋର ୨/୯: ମଧ୍ୟପ୍ରଦେଶରେ ଶିବସେନାର ପୂର୍ବତନ ରାଜ୍ୟ ପ୍ରମୁଖ ରମେଶ ସାହୁଙ୍କୁ ଗୁଳି କରି ହତ୍ୟା କରାଯାଇଛି। ରମେଶ ସାହୁଙ୍କ ପତ୍ନୀ ଏବଂ ପୁଅଙ୍କୁ ମଧ୍ୟ ହତ୍ୟାକାରୀମାନେ ଆଘାତ ପହଞ୍ଚାଇଛନ୍ତି। ଘଟଣା ପରେ ହତ୍ୟାକାରୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହା ପରଠୁ  ପୋଲିସ୍ ସେମାନଙ୍କୁ ଖୋଜୁଛି।

ମଧ୍ୟପ୍ରଦେଶ ଶିବସେନାର ପୂର୍ବତନ ପ୍ରମୁଖ ଥିବା ରମେଶ ସାହୁଙ୍କୁ ଇନ୍ଦୋର ପାଖରେ ଉମରୀ ଖେଡ଼ାରେ ଗୁଳି କରି ହତ୍ୟା କରି ଦିଆଯାଇଛି। ରମେଶ ସାହୁ ଉମରୀ ଖେଡ଼ାରେ ସାଇ ରାମ ଢାବା ଚଲାଉଥିଲେ। ରମେଶ ସାହୁଙ୍କୁ ଅଜଣା ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଛନ୍ତି। ସେଠାରେ ତାଙ୍କୁ ବଞ୍ଚାଇବାକୁ ଆସିଥିବା ମୃତକଙ୍କ ପତ୍ନୀ ଏବଂ ତାଙ୍କ ଝିଅଙ୍କୁ ମଧ୍ୟ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ। ଏଥିରେ ସେମାନେ ଆହତ ହୋଇଛନ୍ତି।

ଘଟଣାସ୍ଥଳରୁ କୌଣସି ଜିନିଷ କିମ୍ବା ଟଙ୍କା ଚୋରି କରାଯାଇ ନାହିଁ। ଅଭିଯୁକ୍ତମାନେ କେବଳ ତାଙ୍କୁ ହତ୍ୟା କରିଥିଲେ। ଯାହା କାରଣରୁ ପୋଲିସ୍ ଘଟଣା ପଛରେ ପୁରୁଣା ଶତୃତା ଥିବାର ସନ୍ଦେହ କରିଛି। ଘଟଣା ପରେ ରମେଶ ସାହୁଙ୍କ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦିଆଯାଇଛି।

ମଧ୍ୟ ପ୍ରଦେଶରେ ପାଖାପାଖି ୧୦ବର୍ଷରୁ ଅଧିକ ସମୟ ଯାଏଁ ରମେଶ ସାହୁ ରାଜ୍ୟ ଶିବସେନାର ମୁଖ୍ୟ ରହିଥିଲେ। ଅଜଣା ଦୁର୍ବୃତ୍ତ ଖଣ୍ଡଓ୍ବା ରୋଡ ସ୍ଥିତ ରମେଶଙ୍କ ଢାବାକୁ ପହଞ୍ଚିଥିଲେ ଏବଂ ତାଙ୍କୁ ହତ୍ୟା କରିଥିଲେ। ହତ୍ୟା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିଲେ।

   Related Posts