କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ଦ୍ୱାରା ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ସମ୍ମାନିତ

Published By : Prameya-News7 Bureau | November 26, 2020 IST

ନୂଆଦିଲ୍ଲୀ ୨୬।୧୧: କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ଦ୍ୱାରା ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ସମ୍ମାନିତ । ଶିକ୍ଷାକ୍ଷେତ୍ରରେ ଅଭିନବ ସଂସ୍କାର ପାଇଁ ନିଶଙ୍କ କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟ ଦ୍ବାରା ସମ୍ମାନିତ ହୋଇଛନ୍ତି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ନୂଆଦିଲ୍ଲୀରେ ମନ୍ତ୍ରୀଙ୍କ ବାସଭବନରେ ଆୟୋଜିତ ଏକ ଅନ୍‌ଲାଇନ୍‌ କାର୍ଯ୍ୟକ୍ରମରେ ଏହି ସମ୍ମାନ ପ୍ରଦାନ କରାଯାଇଛି ।ଏହି ଅବସରରେ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟର ବୈଶ୍ବିକ ପରିଚାଳନା ନିର୍ଦ୍ଦେଶକ ଡକ୍ଟର ରାଡ୍ ସ୍ମିଥ୍ ଭାରତର ନୂଆ ଶିକ୍ଷାନୀତି ଓ ଶିକ୍ଷାମନ୍ତ୍ରୀଙ୍କ ଅବଦାନକୁ ଭୂରି ଭୂରି ପ୍ରଶଂସା କରିଛନ୍ତି।

{"id":367702,"sizeSlug":"large"}

ଦୀର୍ଘ ସମୟ ପରେ ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଅଣାଯାଇଛି। ଏଥିରେ ଡକ୍ଟର ନିଶଙ୍କଙ୍କ ଭୂମିକା ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ ବୋଲି ସ୍ମିଥ୍ ବର୍ଣ୍ଣନା କରିଥିଲେ। ସମଗ୍ର ବିଶ୍ବକୁ ଅଙ୍କଶାସ୍ତ୍ର ଏବଂ ତ୍ରିକୋଣମିତି ଶିକ୍ଷା ଦେଇଛି ଭାରତ। କେମ୍ବ୍ରିଜ୍ର ଏସିଆର ପ୍ରଭାରୀ ଦାୟିତ୍ବରେ ଥିବା ଶ୍ରୀ ଗୋବିନ୍ଦନ୍ ଶିକ୍ଷା ନୀତି ପ୍ରଣୟନ ସମୟରେ ହିତାଧିକାରୀମାନଙ୍କ ସହିତ ଶିକ୍ଷା ମନ୍ତ୍ରାଳୟ ଦ୍ବାରା କରାଯାଇଥିବା ବିସ୍ତୃତ ପରାମର୍ଶ ପ୍ରକ୍ରିୟାକୁ ଖୁବ୍ ପ୍ରଶଂସା କରିଥିଲେ । ନୂତନ ଶିକ୍ଷା ନୀତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶମୂଳକ ଦୂରଦୃଷ୍ଟିର ଫଳ। ତୃଣମୂଳସ୍ତରରୁ ସମସ୍ତ ହିତାଧିକାରୀ ଅଂଶଗ୍ରହଣ କରିଥିବାରୁ ନୂଆ ଶିକ୍ଷାନୀତି ସହିତ ମସସ୍ତ ବର୍ଗ ଯୋଡ଼ି ହୋଇଥିବାର ଅନୁଭବ କରୁଛନ୍ତି ବୋଲି ଏହି ଅବସରରେ କହିଛନ୍ତି ନିଶଙ୍କ । ଭାରତର ଶିକ୍ଷା ପରମ୍ପରା ବିଷୟରେ ଡକ୍ଟର ସ୍ମିଥ କହିଛନ୍ତି ଯେ ପ୍ରାଚୀନ କାଳରୁ ଭାରତ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟମାନଙ୍କର ପେଣ୍ଠସ୍ଥଳୀ ରହିଆସିଛି। କେମ୍ବ୍ରିଜ୍ ଏସିଆର ପ୍ରଭାରୀ ଦାୟିତ୍ୱରେ ଥିବା ଶ୍ରୀ ଗୋବିନ୍ଦନ୍ ଶିକ୍ଷା ନୀତି ପ୍ରଣୟନ ସମୟରେ ହିତାଧିକାରୀମାନଙ୍କ ସହିତ ଶିକ୍ଷା ମନ୍ତ୍ରାଳୟ ଦ୍ୱାରା କରାଯାଇଥିବା ବିସ୍ତୃତ ପରାମର୍ଶ ପ୍ରକ୍ରିୟାକୁ ଖୁବ୍  ପ୍ରଶଂସା କରିଥିଲେ।

{"id":367703,"sizeSlug":"large"}

ଏହି ସମ୍ମାନ ଗ୍ରହଣ କରିବା ଅବସରରେ ଡକ୍ଟର  ନିଶଙ୍କ କହିଛନ୍ତି ଯେ ନୂତନ ଶିକ୍ଷା ନୀତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶମୂଳକ ଦୂରଦୃଷ୍ଟିର ଫଳ। ତୃଣମୂଳ ସ୍ତରରୁ  ସମସ୍ତ ହିତାଧିକାରୀ ଅଂଶଗ୍ରହଣ କରିଥିବାରୁ ନୂଆ ଶିକ୍ଷାନୀତି ସହିତ ସମସ୍ତ ବର୍ଗ ଯୋଡ଼ି ହୋଇଥିବାର ଅନୁଭବ କରୁଛନ୍ତି। ସେ କହିଛନ୍ତି ଯେ ପରିବର୍ତ୍ତିତ ଶିକ୍ଷା ନୀତି ସମାଜରେ ମାନବିକ ମୂଲ୍ୟବୋଧ ବୃଦ୍ଧି କରିବା ସହିତ ଶାରୀରିକ ଏବଂ ମାନସିକ ବିକାଶକୁ ସୁନିଶ୍ଚିତ କରାଇବ। ଏହାର ମୂଳ ଲକ୍ଷ୍ୟ ହେଉଛି ଗୁଣାତ୍ମକ ଶିକ୍ଷା ଦ୍ବାରା ଛାତ୍ରଛାତ୍ରୀଙ୍କ ସମ୍ପୂର୍ଣ୍ଣ ବିକାଶ। ନୂଆ ଶିକ୍ଷା ନୀତି ଭାରତରେ ଯୁଗ ପରିବର୍ତ୍ତନକାରୀ ଭୂମିକା ନିର୍ବାହ କରିବ ବୋଲି ସେ ଦୃଢ଼ତାର ସହିତ କହିଥିଲେ। ଡକ୍ଟର ନିଶଙ୍କ  ସୂଚନା ଦେଇଛନ୍ତି ଯେ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ଭାରତରେ ଶିକ୍ଷାର ଉତ୍କର୍ଷ ପାଇଁ ଅନେକ ଯୋଜନା ହାତକୁ ନେଇ କାର୍ଯ୍ୟ କରୁଛି। ଭାରତରେ ଶିକ୍ଷା କ୍ଷେତ୍ରରେ ସହଯୋଗ ପାଇଁ ଡକ୍ଟର ନିଶଙ୍କ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟକୁ ଧନ୍ୟବାଦ ଜଣାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.