ବିଜେପି ଛାଡି ବିଜେଡିରେ ମିଶିଲେ ରମେଶ ଚନ୍ଦ୍ର ପରିଡା, ଧର୍ମଶାଳାରୁ ତିନି ତିନି ଥର ବିଧାୟକ ପ୍ରାର୍ଥୀ ଥିଲେ

Published By : Prameya-News7 Bureau | September 24, 2021 IST

ଭୁବନେଶ୍ବର ୨୪।୯: ବରିଷ୍ଠ ନେତା ତଥା ଧର୍ମଶାଳା ବିଜେପି ବିଧାୟକ ପ୍ରାର୍ଥୀ ରମେଶ ଚନ୍ଦ୍ର ପରିଡା ବିଜେଡିର ମିଶିଛନ୍ତି । ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେଡିର ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ବିଧାୟକ ପ୍ରତାପ ଦେବ, ପ୍ରଣବ ବଳବନ୍ତରାୟ, ଅଶୋକ ବଳଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି ରମେଶ ଚନ୍ଦ୍ର ପରିଡା ।

ଧର୍ମଶାଳାରୁ ତିନି ତିନି ଥର ପ୍ରାର୍ଥୀ ହୋଇଥିବା ରମେଶ ଚନ୍ଦ୍ର ପରିଡା ଓ ତାଙ୍କର ୧୧ ଜଣ ସମର୍ଥକ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ରମେଶ ଧର୍ମଶାଳା ବ୍ଲକ୍ ଅଧ୍ୟକ୍ଷ ଭାବେ ଧର୍ମଶାଳା ବିଜେଡିରୁ ରାଜନୀତି ଆରମ୍ଭ କରିଥିବା ବେଳେ ପରେ ବିଜେପିରେ ମିଶି ଧର୍ମଶାଳାରୁ ତିନି ଥର ବିଧାୟକ ଭାବେ ପ୍ରତିଦ୍ବନ୍ଦିତା କରିଥିଲେ । କଂଗ୍ରେସରୁ ଆସି ସ୍ମୃତିରେଖା ବିଜେପିରେ ମିଶିବା ପରେ ଅସନ୍ତୋଷ ଥିଲେ ରମେଶ । ଫଳରେ ସେ ଓ ତାଙ୍କ ସମର୍ଥକମାନେ ଦଳ ଛାଡିଥିଲେ ବୋଲି ଜଣାପଡିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.