ପେସା ବେପାର, ନିଶା ନିଆରା : ରମେଶଙ୍କ ପାଖରେ ୧୩୦ ଦେଶର ଷ୍ଟାମ୍ପ୍ ଓ ୧୨୦ ଦେଶର ମୁଦ୍ରା

Published By : Prameya-News7 Bureau | January 14, 2020 IST

କଳାହାଣ୍ଡି ୧୪।୧: ପେସାରେ ବ୍ୟବସାୟୀ । ହେଲେ ନିଶା ଦେଶ ବିଦେଶର ପୋଷ୍ଟାଲ ଷ୍ଟାମ୍ପ, ଟଙ୍କା ସଂଗ୍ରହ କରିବା । ଏମିତି ଜଣେ ନିଆରା ମଣିଷ ହେଉଛନ୍ତି ଭବାନୀପାଟଣାର ରମେଶ କୁମାର ଅଗ୍ରଓ୍ବାଲ । ୧୨ ବର୍ଷ ବୟସରୁ ମା’ଙ୍କ ଠାରୁ ମିଳିଥିବା ନେପାଳ ଟଙ୍କା ତାଙ୍କୁ ଏ ଦିଗରେ ଆଗ୍ରହ ସୃଷ୍ଟି କରିଥିଲା ।

{"id":211096,"sizeSlug":"large"}

ବର୍ତ୍ତମାନ ସେ ୧୩୦ ଟି ଦେଶର ଷ୍ଟାମ୍ପ, ୧୨୦ଟି ଦେଶର କଏନ ଓ ନେ।ଟ୍ ସଂଗ୍ରହ କରିସାରିଲେଣି । ତାଙ୍କ ନିକଟରେ ରହିଛି ୯୦ଟି ବିରଳ ମୁଦ୍ରା ତଥା ୪୮୦ ଫାଷ୍ଟ ଡେ କଭର ଏବଂ ୨୦୦ ମେଘଦୁତ ପୋଷ୍ଟକାର୍ଡ ।

{"id":211097,"sizeSlug":"large"}

ଏହି ସଂଗ୍ରହ ପାଇଁ ତାଙ୍କୁ ୨୦୧୯ ବ୍ରାଭୋ ଆନ୍ତର୍ଜ।ତୀୟ ବୁକ୍ ଅଫ୍ ଓ।ଲର୍ଡ ରେକର୍ଡରେ ସ୍ଥାନ ମିଳିଛି । ବର୍ତମାନ ତାଙ୍କ ଲକ୍ଷ୍ୟ ଗିନିଜ୍ ବୁକ୍ ଅଫ୍ ଓ।ଲର୍ଡ ରେକର୍ଡ । ତଥା ଆଗାମୀପିଢୀ ପାଇଁ ଏହି ସଂଗ୍ରହକୁ ଏକ ସଂଗ୍ରାହଳୟରେ ପରିଣତ କରିବା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.