କ୍ରିକେଟ୍ ମଇଦାନରେ ଏବେ ଭାରତ ସମେତ ଆମର ୩ ଶତ୍ରୁ ! ଇଂଲଣ୍ଡ-ନ୍ୟୁଜିଲାଣ୍ଡଠୁ ମିଳିଥିବା ଅପମାନର ନିଆଁରେ ଜଳୁଛି ପାକିସ୍ତାନ

Published By : Prameya-News7 Bureau | September 21, 2021 IST

ଲାହୋର ୨୧।୦୯: ପଡୋଶୀ ପାକିସ୍ତାନ ଭାରତ ସହିତ ସର୍ବଦା ଶତ୍ରୁତା ଆଚରଣ କରି ଆସିଛି। ଏହି ଶତ୍ରୁତା ଯୁଦ୍ଧର ମଇଦାନ ପର୍ଯ୍ୟନ୍ତ ସୀମିତ ଥିଲା, ହେଲେ ଏବେ ଏହାକୁ ପଡିଆ ପର୍ଯ୍ୟନ୍ତ ଟାଣି ନେଇଛି ପାକିସ୍ତାନ। ଆମର ପଡୋଶୀ ବର୍ତ୍ତମାନ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡଠୁ ମିଳିଥିବା ଅପମାନର ନିଆଁରେ ଜଳୁଛି। ପାକିସ୍ତାନ ଏତେ ମାତ୍ରାରେ ଉତକ୍ଷୀପ୍ତ ହୋଇ ଉଠିଛି ଯେ, କ୍ରିକେଟ୍‌ ଦୁନିଆରେ ଯୁଦ୍ଧର ଘୋଷଣା କରି ଦେଇଛି। ପାକିସ୍ତାନ କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ ରମିଜ ରାଜା କହିଛନ୍ତି ଯେ, କ୍ରିକେଟ୍ ଜଗତରେ ଏହି ପରି ଆମକୁ ଏକ ଘରିଆ କଲେ ଆମେ ଚୁପ୍ ହୋଇ ବସିବୁ ନାହିଁ। ସେ ପାକିସ୍ତାନୀକୁ ଉସୁକାଇ କହିଛନ୍ତି ଯେ, ଆମେ ଏହାର ପ୍ରତିଶୋଧ କ୍ରିକେଟ୍ ମଇଦାନରେ ନେବୁ।

ରମିଜ ରାଜା ଗୋଟିଏ ପ୍ରକାରେ ନିଜ କ୍ରିକେଟ୍ ଖେଳାଳି  ଏବଂ ଦେଶର ଖେଳପ୍ରେମୀଙ୍କ ଉତ୍ସାହ ବଢାଇବାକୁ ଚେଷ୍ଟା କରିଛନ୍ତି। ସେ କହିଛନ୍ତି ଯଦି ଆମ ଦେଶର ଅର୍ଥନୀତି ବଡ ହୋଇଥାନ୍ତା ତେବେ ଏହି ସବୁ ଦେଶ ଆମ ସହିତ ଖେଳିବାକୁ ମନା କରି ନଥାନ୍ତେ। ଆମକୁ ନିଜର କ୍ରିକେଟ୍ ଇକୋନୋମି ବଢାଇବାକୁ ପଡିବ, ଯେଉଁଥିରେ ଅନ୍ୟ ଦେଶର ଆମ ପ୍ରତି ରୁଚି ବଢିବ। ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ପାକିସ୍ତାନକୁ ଝଟକା ଦେଇ ଗସ୍ତ ବାତିଲ୍ କରିଛନ୍ତି।

wp:html /wp:html

ରମିଜ ରାଜା କହିଛନ୍ତି, ପାକିସ୍ତାନର ପ୍ରଶଂସକ ନିଜ ଦଳର ସମର୍ଥନ କରି ନିଜର କ୍ରୋଧକୁ ବାହାରକୁ ଆଣନ୍ତୁ। ବିଶ୍ଵ କପ୍‌ରେ ଆମ ଟାର୍ଗେଟ୍‌ରେ ପ୍ରଥମେ ତ ଆମର ପଡୋଶୀ ଥିଲା, ଏବେ ଆଉ ଦୁଇ ଟିମ୍ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ସାମିଲ୍ ହୋଇଗଲା। ମନରେ ସାହାସ ବାନ୍ଧନ୍ତୁ ଏବଂ ଏହାର ପ୍ରତିଶୋଧ କ୍ରିକେଟ୍ ପଡିଆରେ ନେବାକୁ ଅଣ୍ଟା ଭିଡନ୍ତୁ। ଭାରତ ସହିତ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡକୁ ହରାଇ ଆମକୁ ପ୍ରତିଶୋଧ ନେବାକୁ ପଡିବ ବୋଲି ରମିଜ ରାଜା କହିଛନ୍ତି।

ପୁଣି ୧୨ ବର୍ଷ ପଛକୁ ଚାଲିଗଲା ପାକିସ୍ତାନ

ବରବାଦର ଦ୍ଵାର ଦେଶରେ ଥିବା ପାକିସ୍ତାନ କ୍ରିକେଟ୍ ବୋର୍ଡକୁ ସେହି ସମୟରେ ଅକ୍ସିଜେନ୍ ମିଳିଥିଲା, ଯେବେ ୨୦୧୯ରେ ଶ୍ରୀଲଙ୍କା ତିନି ଦିନିକିଆ, ତିନି ଟି-୨୦ ଏବଂ ଦୁଇଟି ଟେଷ୍ଟ ଖେଳିବାକୁ ସହମତି ପ୍ରକାଶ କରିଥିଲା। ଏହା ପରେ ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ଓ୍ଵେଷ୍ଟଇଣ୍ଡିଜ ପାକିସ୍ତାନ ଗସ୍ତ କରି କ୍ରିକେଟ୍ ସିରିଜ୍ ଖେଳି ଯାଇଛନ୍ତି। ହେଲେ ସଦ୍ୟତମ ଘଟଣାରେ ପାକିସ୍ତାନ କ୍ରିକେଟ୍ ପୁଣି ୧୨ ବର୍ଷ ପଛକୁ ଚାଲି ଯାଇଛି। ସପ୍ତାହେ  ଭିତରେ ଦୁଇ ଦେଶ ଅନ୍ତର୍ଜାତୀୟସ୍ତରରେ ପାକିସ୍ତାନକୁ ଲଜ୍ଜିତ କରିଛନ୍ତି। ନ୍ୟୁଜିଲାଣ୍ଡ ତ ମ୍ୟାଚ୍ ଆରମ୍ଭ ହେବାର କେଇ ସମୟ ପୂର୍ବରୁ ଗସ୍ତ ବାତିଲ୍ କରିଛି। ପୁଣି ଏବେ ଇଂଲଣ୍ଡ ପାକିସ୍ତାନ ଆସିବାକୁ ମନା କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.