Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘ଇତିହାସରେ ହୋଇଥିବା ଭୁଲଗୁଡିକୁ ଏବେ ସୁଧାରୁଛି ଭାରତ’, କଂଗ୍ରେସକୁ ଟାର୍ଗେଟ୍ କରି ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ଖୋଲାରେ ଅଳିଆ ଫିଙ୍ଗିଲେ ଘର ସାମ୍ନାରେ ଶୁଭିବ ରାମଧୁନ; ଏହି ସହରରେ ସ୍ୱଚ୍ଛତା ପାଇଁ ଆରମ୍ଭ ହେଲା ଅଭିନବ ପ୍ରୟାସ

4/12/2021 at 10:58 PM

ଗ୍ଵାଲିୟର ୦୪/୧୨ : ଦେଶରେ ନରେନ୍ଦ୍ର ମୋଦୀଙ୍କ ଶାସନ କାଳରେ ସ୍ୱଚ୍ଛତା ଉପରେ ବିଶେଷ ପ୍ରାଧାନ୍ୟ ଦିଆଯାଉଛି। ସରକାରଙ୍କଠୁ ନେଇ ପ୍ରଶାସନିକସ୍ତରରେ ଏହାକୁ ଗୁରୁତର ସହିତ ଗ୍ରହଣ କରାଯାଉଛି। ଏହି କ୍ରମରେ ମଧ୍ୟ ପ୍ରଦେଶର ଗ୍ଵାଲିୟର ସହର ଲୋକଙ୍କୁ ସ୍ଵଚ୍ଛତା ଦିଗରେ ସଚେତନ କରିବା ପାଇଁ ଏକ ଅଭିନବ ନିଷ୍ପତ୍ତି ଗ୍ରହଣ କରିଛି। ଏହାରି ଆଧାରରେ ନିଗମର ଜଣେ ଅଧିକାରୀ କହିଛନ୍ତି ଯେଉଁମାନେ ରାସ୍ତା ପାଖରେ, ସର୍ବ ସାଧାରଣ ସ୍ଥାନରେ ନିଜ ଘରର ଅଳିଆ ଆବର୍ଜନା ପକାଇବେ ସେମାନଙ୍କ ଘର ଆଗରେ ଜଣେ ଭଜନ ଗାୟକ ଯାଇ ରାମଧୁନ ଗାଇବେ । କାରଣ ସ୍ଵଚ୍ଛତା ମାମଲାରେ ଚଳିତ ଥର ଗ୍ଵାଲିୟର ତାଲିକାରେ ନିମ୍ନରେ ରହିଛି। ଫଳରେ ଅଧିକାରୀ ଲୋକଙ୍କୁ ସଚେତନ କରାଇବା ପାଇଁ ଏମିତି ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି।

ଗ୍ଵାଲିୟର ନିଗମର ଆୟୁକ୍ତ କିଶୋର କନ୍ୟାଲ କହିଛନ୍ତି, ନିଗମର କର୍ମଚାରୀମାନେ ପ୍ରତ୍ୟକ ଦିନ ଘର ଘର ବୁଲି ଅଳିଆ ଉଠା ଗାଡ଼ି ଦ୍ୱାରା ଆବର୍ଜନା ସଂଗ୍ରହ କରି ସେମାନଙ୍କୁ ବାହାରେ ଅଳିଆ ନପକାଇବା ପାଇଁ ଅନୁରୋଧ କରୁଛନ୍ତି। ତଥାପି କିଛି ଲୋକ ନିୟମ ନମାନି ଏଣେତେଣେ ଅଳିଆ ପକାଉଛନ୍ତି। ସେମାନଙ୍କୁ ଖୋଲାମେଲା ଜାଗାରେ ଅଳିଆ ନପକାଇବା ପାଇଁ ଅନୁରୋଧ କରାଯିବ। ଏହାପରେ ଯଦି ସେମାନେ ନମାନନ୍ତି ତାହେଲେ ଏକ ଭଜନ ପରିବେଷଣ ଦଳ ଯାଇ ସେମାନଙ୍କ ଘର ଆଗରେ ରାମଧୁନ ବୋଲିବେ। ସର୍ବଶେଷରେ ଯଦି ପରିସ୍ଥିତିରେ ସୁଧାର ନଆସିଲା ତେବେ ତାଙ୍କ ଠାରୁ ଜୋରିମାନା ଆଦାୟ କରାଯିବ।

ରାଷ୍ଟ୍ରୀୟ ସ୍ୱଚ୍ଛତା ସର୍ଭେକ୍ଷଣରେ ଗ୍ଵାଲିୟର ଗତବର୍ଷ ୧୨ତମ ସ୍ଥାନରେ ଥିବାବେଳେ ଏଥର କିନ୍ତୁ ୧୫ତମ ରାଙ୍କକୁ ଖସିଆସିଛି। କନ୍ୟାଲ କହିଛନ୍ତି ଲୋକମାନଙ୍କ ସମ୍ପୂର୍ଣ୍ଣ ସହଯୋଗରେ ସହରରେ ପ୍ରତ୍ୟକ ଘରେ ଶତପ୍ରତିଶତ ଅଳିଆ ସଫା ଅଭିଯାନ ଚାଲିଛି। ଗତ ସପ୍ତାହ ମଧ୍ୟରେ ଅଳିଆ ଫିଙ୍ଗୁଥିବା ଅମାନିଆ ଲୋକମାନଙ୍କ ଠାରୁ ୫ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି। ମଧ୍ୟପ୍ରଦେଶର ଇନ୍ଦୋର ସହର କ୍ରମାଗତ ଭାବେ ରାଷ୍ଟ୍ରୀୟ ସ୍ୱଚ୍ଛତା ସର୍ବେକ୍ଷଣରେ ପ୍ରଥମ ସ୍ଥାନରେ ରହୁଥିବା ବେଳେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଲ ଏଥର ସପ୍ତମ ସ୍ଥାନରେ ରହିଛି।

   Related Posts