Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ବ୍ଲାକ୍‌ ଫଙ୍ଗସ୍‌ ଔଷଧ ଆସିବା ନେଇ ଘୋଷଣା କଲେ ରାମଦେବ, ସପ୍ତାହେ ମଧ୍ୟରେ ହେବ ଲଞ୍ଚ୍‌

1/06/2021 at 5:31 PM

ନୂଆଦିଲ୍ଲୀ ୧/୬: ଯୋଗଗୁରୁ ବାବା ରାମଦେବ ଏଲୋପାଥିକୁ ନେଇ ଦେଉଥିବା ବୟାନ ପାଇଁ ଏବେ ଚର୍ଚ୍ଚାରେ । ତାଙ୍କୁ ନେଇ ଡାକ୍ତରଙ୍କ ମହଲ​‌ରେ ଏବେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ବାବା କିନ୍ତୁ ନଛୋଡ଼ବନ୍ଧା । ଗୋଟିଏ ପରେ ଗୋଟିଏ ବାକ୍‌ ବାଣ ମାରିଚାଲିଛନ୍ତି।  ପୂର୍ବରୁ କରୋନିଲ୍‌କୁ କରୋନା ଔଷଧ କହୁଥିବା ବାବା ଏବେ ବ୍ଲାକ୍‌ ଫଙ୍ଗସ୍‌ ପାଇଁ ଔଷଧ ପ୍ରସ୍ତୁତ କରିଥିବା ଦାବି କରିଛନ୍ତି ।

ରାମଦେବ ଦାବି କରିଛନ୍ତି, ପତଞ୍ଜଳୀ ବ୍ଲାକ ଫଙ୍ଗସ୍‌ ପାଇଁ ଆୟୁର୍ବେଦିକ୍‌ ଔଷଧ ପ୍ରସ୍ତୁତ କରିଛି । ଏହାକୁ ଗୋଟିଏ ସପ୍ତାହ ମଧ୍ୟରେ ବଜାରରେ ଲଞ୍ଚ କରାଯିବ। ଏକ ହିନ୍ଦୀ ଚ୍ୟାନେଲକୁ ସାକ୍ଷାତକାର ଦେଇ ରାମଦେବ କହିଛନ୍ତି, ମୁଁ ମୋ କାମରୁ ବିମୁଖ ହୋଇନାହିଁ। ତମାମ ବିବାଦ ସତ୍ବେ ୧୮ ଘଣ୍ଟା ସେବା କରୁଛି। ଆଗକୁ ବାବା ଆହୁରି କହିଛନ୍ତି, ଗୋଟିଏ ସପ୍ତାହରେ ବ୍ଲାକ୍‌ ଫଙ୍ଗସ୍‌, ହ୍ବାଇଟ୍‌ ଫଙ୍ଗସ୍‌ ଏବଂ ୟେଲୋ ଫଙ୍ଗସ୍‌ ପାଇଁ ଆୟୁର୍ବେଦିକ୍‌ ଚିକିତ୍ସା ଦେବି । କାର୍ଯ୍ୟ ସରିଛି ଏବଂ ଶେଷ ଷ୍ଟେଜ୍‌ରେ ରହିଛି। ଆମେ ଏବେ ବି ଫଙ୍ଗସ୍‌ ପାଇଁ ଔଷଧ ତିଆରି କରୁଛୁ।

ପୁଣିଥରେ ଆଇଏମଏକୁ ନେଇ ବିବାଦ ଉପରେ କହିଛନ୍ତି ରାମଦେବ । ଆଇଏମଏ ପାଖରେ କୌଣସି ପ୍ରକାର ସାଇଣ୍ଟିଫିକ୍‌ ଭ୍ୟାଲିଡେସନ୍‌ ନାହିଁ କି ଏହା ପାଖରେ କୌଣସି ଲ୍ୟାବ ନାହିଁ ବୋଲି ରାମଦେବ କହିଛନ୍ତି। ଆଇଏମଏ କେବଳ ଏକ ଏନଜିଓ କହିବା ସହ ଆୟୁର୍ବେଦ ଏବଂ ଯୋଗକୁ ଅସମ୍ମାନ କରାଯାଇଛି ବୋଲି ଯୋଗଗୁରୁ ରାମଦେବ କହିଛନ୍ତି। କରୋନିଲ୍‌କୁ ପ୍ରମାଣହୀନ ବୋଲି କହି ଆଇଏମଏ ଆୟୁର୍ବେଦର ଥଟ୍ଟା କରିଛି।  ବିବାଦ ଏହାକୁ ନେଇ ହୋଇଛି ବୋଲି ସେ କହିଛନ୍ତି।

 ସେପଟେ ଏଲୋପାଥିକୁ ନେଇ ରାମଦେବ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ବିରୋଧ କରି ମଙ୍ଗଳବାର ଦେଶର ସମସ୍ତ ଘରୋଇ ଡାକ୍ତର ପ୍ରଦର୍ଶନ କରିଛନ୍ତି। ରାମଦେବ କ୍ଷମା ମାଗନ୍ତୁ ନଚେତ ତାଙ୍କ ବିରୋଧରେ ମହାମାରୀ ରୋଗ ଅଧିନିୟମ ଆଧାରରେ କାର୍ଯ୍ୟନୁଷ୍ଠାନ ନିଆଯାଉ ବୋଲି ଘରୋଇ ଡାକ୍ତର ସଂଘ ଦାବି କରିଛି।  ଏହା ପୂର୍ବରୁ ଭାରତୀୟ ଚିକିତ୍ସକ ସଂଘ (ଆଇଏମଏ) ମଧ୍ୟ ବାବା ରାମଦେବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା ।

   Related Posts