Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ରାମଦେବଙ୍କ ବିବାଦୀୟ ବୟାନକୁ ସମର୍ଥନ କଲେ ବିଜେପି ବିଧାୟକ, କହିଲେ- ‘ଧଳା ପୋଷାକ ପିନ୍ଧା ଏଲୋପାଥି ଡାକ୍ତର ଅପରାଧୀ,୧୦ ଟଙ୍କାର ଔଷଧକୁ ୧୦୦ରେ ବିକୁଛନ୍ତି’

28/05/2021 at 8:57 PM

ବଲିୟା ୨୮/୫: ଯୋଗୁଗୁରୁ ବାବା ରାମଦେବ ଏଲୋପାଥିକୁ ନେଇ ଦେଇଥିବା ବିବାଦୀୟ ବୟାନକୁ ନେଇ ଦେଶରେ ଚର୍ଚ୍ଚା ଥିମିବାର ନାଁ ଧରୁନି। ରାମଦେବ ବାରମ୍ବାର ଏଲୋପାଥିକୁ ନେଇ ମନ୍ଦ ମନ୍ତବ୍ୟ ଦେଉଥିବା ବେଳେ ଡାକ୍ତରଙ୍କ ମହଲରେ ଏବେ କ୍ରୋଧର ବହ୍ନି ପ୍ରଜ୍ବଳିତ ହେବାରେ ଲାଗିଛି। କିନ୍ତୁ ଏହାକୁ ଭ୍ରୁକ୍ଷେପ ନକରି ବାବା ନିଜର ତାଉ ଦେଖାଉଛନ୍ତି। ସେପଟେ ଜଣେ ବିଜେପି ବିଧାୟକ ମଧ୍ୟ ବାବାଙ୍କ ସମର୍ଥନରେ ବାହାରିଛନ୍ତି। ଉତ୍ତରପ୍ରଦେଶର ବଲିୟାର ବିଜେପି ବିଧାୟକ ସୁରେନ୍ଦ୍ର ସିଂହ ଏଲୋପାଥିକୁ ନେଇ ରାମଦେବ ଦେଇଥିବା ମନ୍ତବ୍ୟକୁ ସମର୍ଥନ ଜଣାଇଛନ୍ତି। ଏପରିକି ବାବା ରାମଦେବ ଚିକିତ୍ସା ପ୍ରଣାଳୀର ଧ୍ବଜା ବାହକ ବୋଲି କହିଛନ୍ତି ସୁରେନ୍ଦ୍ର ସିଂହ।

ବରିୟା ଜିଲ୍ଲାର ବୈରିୟାର ବିଧାୟକ ସୁରେନ୍ଦ୍ର ସିଂହ ଫେସବୁକ୍‌ ପୋଷ୍ଟରେ ଲେଖିଛନ୍ତି, ବାବା ରାମଦେବଙ୍କ ଉପରେ ଡାକ୍ତରମାନେ ଟିପ୍ପଣୀ କରିବା ନିନ୍ଦନୀୟ। ବର୍ତ୍ତମାନ ଚିକିତ୍ସା ପଦ୍ଧତିକୁ ମହଙ୍ଗା କରି ସମାଜକୁ ଲୁଟିବାର ନୈତିକ ଶିକ୍ଷା ଦିଅନ୍ତୁ ନାହିଁ। ଆଜି ଏଲୋପାଥିରେ ୧୦ ଟଙ୍କିଆ ଔଷଧକୁ ୧୦୦ ଟଙ୍କାରେ ବିକ୍ରି କରୁଥିବା ଲୋକେ ଧଳା ବସ୍ତ୍ରଧାରୀ ଅପରାଧୀ ହୋଇପାରନ୍ତି, ସେମାନେ ସମାଜର ହିତାକାଙ୍ଖି ହୋଇପାରିବେ ନାହିଁ ବୋଲି ବିଧାୟକ ଲେଖିଛନ୍ତି। ସେ ଆହୁରି ମଧ୍ୟ ଲେଖିଛନ୍ତି, ‘ଏଲୋପାଥି ମଧ୍ୟ ଉପଯୋଗୀ ଏବଂ ଆୟୁର୍ବେଦ ତାଠୁ କିଛି କମ୍‌ ନୁହେଁ। ଏହି ଭାବନା ରଖି ଚିକିତ୍ସକ ପୀଡ଼ିତଙ୍କୁ ଚିକିତ୍ସା କରିବା ଦରକାର।’

ଅନ୍ୟ ଏକ ପୋଷ୍ଟରେ ସୁରେନ୍ଦ୍ର ସିଂହ ଲେଖିଛନ୍ତି, ‘ଭାରତୀୟ ଚିକିତ୍ସା ପଦ୍ଧତିର ଧ୍ବଜ ବାହକ ରାମଦେବଙ୍କ ମୁଁ ହୃଦୟରୁ ଅଭିନନ୍ଦନ ଜଣାଉଛି। ସେ ଆୟୁର୍ବେଦ ମାଧ୍ୟମରେ ସ୍ବସ୍ଥ ଭାରତ, ସମର୍ଥ ଭାରତ ଅଭିଯାନର ଆରମ୍ଭ କରିଛନ୍ତି।’ ସୂଚନାଯୋଗ୍ୟ, ରବିବାର ଦିନ ବାବା ରାମଦେବଙ୍କ ଏକ ଭିଡିଓ ଭାଇରାଲ୍‌ ହୋଇଥିଲା। ଯେଉଁଥିରେ ସେ ଏଲୋପାଥି ଯୋଗୁ ଲକ୍ଷ ଲକ୍ଷ କରୋନା ରୋଗୀ ମରୁଥିବା ନେଇ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା। ଏହି ଭିଡିଓକୁ ଆଧାର କରି ଭାରତୀୟ ଚିକିତ୍ସକ ସଂଘ (ଆଇଏମଏ) ବାବାଙ୍କୁ ବାନ୍ଧିବାକୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲା। ଏହା ସହ ବାବାଙ୍କ ଆହ୍ବାନକୁ ଗ୍ରହଣ କରନ୍ତୁ କିମ୍ବା ମାନିନିଅନ୍ତୁ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ଆଇଏମଏ ପରାମର୍ଶ ଦେଇଥିଲା। ଏହା ପରେ ସ୍ବାସ୍ଥ୍ୟମନ୍ତ୍ରୀ ମନ୍ତବ୍ୟ ଫେରାଇ ନେବାକୁ ବାବା ରାମାଦେବଙ୍କୁ ଚିଠି ଲେଖି କହିଥିଲେ।

ପରେ ରାମଦେବ ନିଜର ମନ୍ତବ୍ୟ ଫେରସ୍ତ ନେଉଛି ବୋଲି କହିଥିଲେ। ଠିକ୍‌ ଏହାର ଗୋଟିଏ ଦିନ ପରେ ଯୋଗୁଗୁରୁ ଆଇଏମକୁ ୨୫ ପ୍ରଶ୍ନ କରି ଖୋଲା ଚ୍ୟାଲେଞ୍ଜ କରିଥିଲେ। ବିବାଦ ବଢ଼ିବା ବେଳେ ରାମଦେବଙ୍କ ଆଉ ଏକ ଭିଡିଓ ଆସିଲା। ଯେଉଁଥି​‌ରେ ନିଜର ଗିରଫ ଦାବିକୁ ନେଇ ବାବା କହିଛନ୍ତି, ‘ତାଙ୍କ ବାପା ମଧ୍ୟ ଗିରଫ କରିପାରିବେ ନାହିଁ।’ ପରେ ପରେ ବାବା ରାମଦେବଙ୍କୁ ହାଜରେ କୋଟି ଟଙ୍କାର ମାନହାନୀ ନୋଟିସ୍‌ ପଠାଇଥିଲା ଆଇଏମଏ। ଏହା ସହ ଯୋଗୁଗୁରୁ ଏଲୋପାଥିର ‘ଏ’ ଜାଣିନାହାନ୍ତି ବୋଲି କହିଥିଲା ଉତ୍ତରାଖଣ୍ଡ ଆଇଏମଏ।

ମାନହାନୀ ନୋଟିସ୍‌ର ଜବାବ ଦେବ ପତଞ୍ଜଳୀ
ସେପଟେ ମାନହାନୀ ନୋଟିସ ମିଳିଥିବା ସ୍ବୀକାର କରିଛି ପତଞ୍ଜଳୀ ଯୋଗପୀଠ । ଆଇଏମଏ ପାଖରୁ ଏ ନୋଟିସ୍‌ ମିଳିଥିବା ବେଳେ ଏଲୋପାଥିକୁ ନେଇ ଦେଇଥିବା ମନ୍ତବ୍ୟକୁ ନେଇ ରାମଦେବ କ୍ଷମା ପ୍ରାର୍ଥନା କରିବାକୁ ନୋଟିସ୍‌ରେ ଦର୍ଶାଯାଇଛି। ତେବେ ଏହି ନୋଟିସ୍‌କୁ ନେଇ ଆଇନଗତ ଭାବେ ‘ଉପଯୁକ୍ତ ଜବାବ’ ଦେବୁ ବୋଲି ପତଞ୍ଜଳୀ ଯୋଗପୀଠ ପକ୍ଷରୁ କୁହାଯାଇଛି। ପିଟିଆଇକୁ ଇମେଲ୍‌ ମାଧ୍ୟମରେ ଯୋଗପୀଠ ସାଧାରଣ ସମ୍ପାଦକ ଆଚାର୍ଯ୍ୟ ବାଲକ୍ରିଷ୍ଣା ଜଣାଇଛନ୍ତି, ‘ଯେଉଁଭଳି ଭାବେ ଆମେ ଜନ୍ମଭୂମି ଏବଂ ମାନବତାର ସେବା କରୁଛୁ ଠିକ ସେହିଭଳି ଏବଂ ଆଇନସଙ୍ଗତ ଭାବେ ଆମେ ନୋଟିସ୍‌ର ଜବାବ ଦେବୁ।’

   Related Posts