ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବ କହିବା ମୁସ୍କିଲ: ବାବା ରାମଦେବ

Published By : Prameya-News7 Bureau | December 26, 2018 IST

ନୂଆଦିଲ୍ଲୀ୨୬|୧୨: ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବ। କହିବା ମୁସ୍କିଲ ବୋଲି କହିଛନ୍ତି ଯୋଗଗୁରୁ ବାବା ରାମଦେବ। ନିକଟରେ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଘୋଷିତ ହେବାପରେ ଜାତୀୟ ରାଜନୀତିର ସମୀକରଣ ବଦଳିଯାଇଛି।ପରିବର୍ତ୍ତିତ ପରିସ୍ଥିତିରେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବେ ଠଉରେଇବା ମୁସ୍କିଲ ହୋଇପଡିଛି ବୋଲି କହିଛନ୍ତି ରାମଦେବ।

ରାଜନୀତିଠାରୁ ସେ ବହୁତ ଦୂରରରେ ରହିଛନ୍ତି।୨୦୧୯ ସାଧାରଣ ନିର୍ବାଚନରେ ନା ସିଏ କୌଣସି ରାଜନୈତିକ ଦଳକୁ ସମର୍ଥନ କରିବେ ନା ବିରୋଧ କରିବେ। ତାଙ୍କର କୌଣିସ ରାଜନୈତିକ କିମ୍ବା ଧାର୍ମିକ ଏଜେଣ୍ଡା ନାହିଁ ।  ଭାରତକୁ ତଥା ବିଶ୍ବକୁ ଆଧ୍ୟାତ୍ମିକ ଦିଗରେ ଆଗେଇ ନେବାକୁ ତାଙ୍କର ଏଜେଣ୍ଡା ରହିଛି ବୋଲି କହିଛନ୍ତି ରାମଦେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.