ରାମଦେବ ବାବାଙ୍କ ଦାବି-'ଇମ୍ୟୁନିଟି ବୁଷ୍ଟର ନୁହେଁ କରୋନିଲ କରୋନା ଔଷଧ'

Published By : Prameya-News7 Bureau | November 14, 2020 IST

ନୂଆଦିଲ୍ଲୀ ୧୪/୧୧ : ଯୋଗ ଗୁରୁ ବାବା ରାମଦେବ ପୁଣିଥରେ କୋରୋନିଲକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି। ଏକ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ରାମଦେବ ଦାବି କରି କହିଛନ୍ତି ଯେ, କୋରୋନିଲ ଏକ ଔଷଧ ଯାହା କରୋନା ଭାଇରସର ଚିକିତ୍ସା ପାଇଁ ସକ୍ଷମ। କୋରୋନିଲକୁ ନେଇ ୨-୩ ଦିନ ଭିତରେ ସେ ଏକ ସାମ୍ବାଦିକ ସମ୍ମିଳନୀ କରିବାକୁ ଯାଉଛନ୍ତି ବୋଲି କହିଛନ୍ତି। ସେ କହିଛନ୍ତି, କିଛି ଦିନ ମଧ୍ୟରେ ସାମ୍ବାଦିକ ସମ୍ମିଳନୀ କରିବେ କିନ୍ତୁ ତା ପୂର୍ବରୁ ଏକ ଖୁଲାସା କରିବାକୁ ଚାହୁଁଛନ୍ତି। କୋରୋନିଲକୁ ଲୋକେ ରୋଗ ପ୍ରତିରୋଧକ ଶକ୍ତି ବର୍ଦ୍ଧକ ବା ଇମ୍ୟୁନିଟି ବୁଷ୍ଟର ବୋଲି ଭାବୁଛନ୍ତି କିନ୍ତୁ ଏହା ଏକ ଔଷଧ। ଯଦି ଏହି ଔଷଧ କରୋନା ହେବା ପୂର୍ବରୁ ସେବନ କରିବେ ତାହେଲେ କରୋନା ଭାଇରସ ସଂକ୍ରମଣରୁ ରକ୍ଷା ପାଇଯିବେ। କରୋନା ହେବାପରେ ଯଦି ସେବନ କରନ୍ତି ତାହେଲେ ୭ରୁ ୧୦ ଦିନ ଭିତରେ କରୋନା ଉପଚାର ହେବ।

{"id":361703,"sizeSlug":"large"}

ରାମଦେବ କହିଛନ୍ତି, 'ମୁଁ ପ୍ରମାଣର ସହ କହିପାରିବି ଯେ ମୁଁ ଜଣେ ସାଇଣ୍ଟିଫିକ ସନ୍ୟାସୀ, ମୁଁ କୌଣସି ଠକ, ଭଣ୍ଡ ବା ଅନ୍ଧବିଶ୍ୱାସୀ ନୁହେଁ। ମୁଁ କରୋନାକୁ ଭଲ କରିଛି। ଆଗାମୀ ୨-୩ ଦିନ ଭିତରେ ଏକ ସାମ୍ବାଦିକ ସମ୍ମିଳନୀ କରିବି। ଇନ୍ଟରନ୍ୟାଶନାଲ ଜର୍ଣ୍ଣାଲରେ ପ୍ରମାଣିତ କରାଯାଇଛି ଯେ କୋରୋନିଲ ଔଷଧ କରୋନା ଭାଇରସର ଔଷଧ। କରୋନାରୁ ଭଲ ହେବାପରେ ମଧ୍ୟ ଯଦି ଆପଣ କୋରୋନିଲ ଔଷଧ ସେବନ କରିବେ ତାହେଲେ ଆଗକୁ ଯେକୌଣସି ରୋଗରୁ ବଞ୍ଚିଯିବେ। ଅଧିକ ଦିନ ଯାଏଁ ଯଦି ଏହି ଔଷଧ ସେବନ କରନ୍ତି ତାହେଲେ ୧୦୦ ବର୍ଷ ଯାଏଁ ସୁସ୍ଥ ଜୀବନ ବଞ୍ଚିବେ। ଆଗାମୀ ୫-୧୦ ବର୍ଷ ଯାଏଁ କରୋନା ଭାଇରସ ରହିବ। ସେଥିପାଇଁ କରୋନା ହେବା ପୂର୍ବରୁ, ହେବା ପରେ ଓ କରୋନା ହୋଇ ସୁସ୍ଥ ହେବା ପରେ ମଧ୍ୟ କୋରୋନିଲ ଔଷଧ ସେବନ କରନ୍ତୁ।'

{"id":361704,"sizeSlug":"large"}

ଏହା ପୂର୍ବରୁ ଜୁନ ମାସରେ ରାମଦେବ ବାବା ଦାବି କରିଥିଲେ ଯେ କୋରୋନିଲ କରୋନା ରୋଗୀଙ୍କୁ ଭଲ କରିପାରିବ । କିନ୍ତୁ ଆୟୁଷ ମନ୍ତ୍ରାଳୟ ଏହି ଔଷଧ ବିକ୍ରି ଉପରେ ତୁରନ୍ତ ପ୍ରତିବନ୍ଧକ ଲଗାଇ ଦେଇଥିଲେ। ପରେ କେନ୍ଦ୍ର ମନ୍ତ୍ରାଳୟ କହିଥିଲା ଯେ ପତଞ୍ଜଳି ଏହି ଔଷଧ କେବଳ ପ୍ରତିରୋଧକ କ୍ଷମତା ବୃଦ୍ଧି ଔଷଧ ଭାବେ ବିକ୍ରି କରିପାରିବ। କିନ୍ତୁ କରୋନା ଚିକିତ୍ସା ଔଷଧ ଭାବେ ଏହାକୁ ବିକି ପାରିବନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.