Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

କହିଥିଲି ଗୋ କରୋନା ହେଲେ ମୋ ପଛରେ ପଡ଼ିଗଲା, ମୋତେ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିଲା: ଅଠାଓ୍ବଲେ

20/07/2021 at 7:44 PM

ନୂଆଦିଲ୍ଲୀ ୨୦/୭: ସଂସଦରେ କରୋନାକୁ ନେଇ ମୋଦୀ ସରକାରଙ୍କ ମନ୍ତ୍ରୀ ରାମଦାସ ଅଠାଓ୍ବଲେଙ୍କ ମନ୍ତବ୍ୟ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ସଂସଦରେ କରୋନାକୁ ନେଇ ମନ୍ତ୍ରୀ କହିଛନ୍ତି, ଗତବର୍ଷ କରୋନା ବିରୋଧରେ ମୁମ୍ବାଇର ଗେଟଓ୍ବେ ଅଫ୍‌ ଇଣ୍ଡିଆରେ ରାଲି କରିଥିଲି। ଏହି ସମୟରେ ‘ଗୋ କରୋନା ଗୋ’ ନାରା ଲଗାଇଥିଲି କିନ୍ତୁ କରୋନା ମୋ ପଛରେ ପଡ଼ିଗଲା। ଏମିତିକି ମୋତେ ହସ୍ପିଟାଲ୍‌ ଯିବାକୁ ପଡ଼ିଗଲା ବୋଲି ଅଠାଓ୍ବାଲେ କହିଛନ୍ତି।

ରାମଦାସ ଅଠାଓ୍ବଲେ ଆହୁରି ମଧ୍ୟ କହିଛନ୍ତି, କରୋନା ସଙ୍କଟ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏତେ ଭଲ କାର୍ଯ୍ୟ କରିଛନ୍ତି ଯେ ଗାଁ ଗାଁରେ ମହିଳା ଏବଂ ପିଲା ତାଙ୍କର ପ୍ରଶଂସା କରୁଛନ୍ତି। ଏହି ସମୟରେ ଅଠାଓ୍ବଲେ ସଂସଦରେ ଚିରାଚରିତ ଢ଼ଙ୍ଗରେ ଗୀତ ଗାଇ ମୋଦୀଙ୍କ ପ୍ରଶଂସା କରିବା ସହ ଉପସ୍ଥିତ ସଦସ୍ୟଙ୍କ ମନୋରଞ୍ଜନ କରିଥିଲେ। ସେ ସଂସଦରେ ଏମିତି କାର୍ଯ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି।

ଗତବର୍ଷ ସେ ଗୋ କରୋନା ଗୋ ନାରା ଦେଇ ରାଲି ବାହାର କରିବା ପରେ ସମାଲୋଚନାର ଶିକାର ମଧ୍ୟ ହୋଇଥିଲେ। କିଛି ଦିନ ପୂର୍ବରୁ ଅଠାଓ୍ବଲେ କରୋନାରେ ସଂକ୍ରମିତ ହୋଇ ମୁମ୍ବାଇର ଏକ ହସ୍ପିଟାଲରେ ୧୧ ଦିନ ଚିକିତ୍ସିତ ହୋଇଥିଲେ। ସଂସଦରେ ମୋଦୀ ସରକାରଙ୍କୁ ପ୍ରଶଂସା କରିବା ସହ ରାଜନୀତି ନକରି ସରକାରଙ୍କୁ ସହଯୋଗ କରିବାକୁ ରାମଦାସ ଅଠାଓ୍ବଲେ କହିଛନ୍ତି ।

   Related Posts