Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳନ୍ତୁ ନାହିଁ ଖେଳାଳି, ମୁଁ ଜୟ ଶାହାଙ୍କ ସହ କଥା ହେବି: ରାମଦାସ ଅଠାବଲେ

19/10/2021 at 10:12 PM

ପୁଣେ ୧୯।୧୦: ଟି-୨୦ ବିଶ୍ଵ କପ୍‌ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅକ୍ଟୋବର ୨୪ରେ ମହାମୁକାବିଲା ଖେଳାଯିବ। ମାତ୍ର ଏହା ପୂର୍ବରୁ ଭାରତରେ ଏହା ବିରୋଧରେ ସ୍ଵର ତେଜିବାରେ ଲାଗିଛି। ଏବେ କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠାବଲେ ମଧ୍ୟ ଏହି ମ୍ୟାଚ୍‌କୁ ତୀବ୍ର ବିରୋଧ କରିଛନ୍ତି। ତାଙ୍କ କହିବା କଥା ପାକିସ୍ତାନ ସହିତ ବର୍ତ୍ତମାନ  ଭାରତ ମ୍ୟାଚ୍ ଖେଳିବା ଭୁଲ୍ ଅଟେ।

ସେ କହିଛନ୍ତି,  ଭାରତ ଓ ପାକିସ୍ତାନର ଟି-୨୦ ବିଶ୍ଵ କପ୍ ମ୍ୟାଚ୍ ବନ୍ଦ କରାଯିବା ଉଚିତ୍। ଆମ ଖେଳାଳିଙ୍କୁ ମଧ୍ୟ ପାକିସ୍ତାନ ସହିତ ଖେଳିବାକୁ ମନା କରିଦେବା ଉଚିତ୍। ଏହି ବିଷୟରେ ମୁଁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କ ପୁଅ ତଥା ବିସିସିଆଇ ସଂପାଦକ ଜୟ ଶାହାଙ୍କ କଥା ହେବି। ଏଥିସହ କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ମଧ୍ୟ ଚିଠି ଲେଖିବେ ବୋଲି ରାମଦାସ ଅଠାବଲେ କହିଛନ୍ତି।

ସୂଚନାଯୋଗ୍ୟ, ଗତ କିଛି ଦିନରେ ଜାମ୍ମୁ-କାଶ୍ମୀରରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କ ଦ୍ଵାରା ଲଗାତାର ହମଲା ଜାରି ରହିଛି। ଆତଙ୍କବାଦୀ ଏବେ ଘାଟିରେ ଅଣ ମୁସଲିମଙ୍କୁ ଟାର୍ଗେଟ୍ କରୁଛନ୍ତି। ଗତ କିଛି ଦିନରେ ୨୦ରୁ ଅଧିକ ସାଧାରଣ ଲୋକଙ୍କୁ ଗୁଳ କରି ଆତଙ୍କବାଦୀ ହତ୍ୟା କରିଛନ୍ତି। ମୃତକଙ୍କ ମଧ୍ୟରେ ଅଧିକାଂଶ ଉତ୍ତର ପ୍ରଦେଶ ଏବଂ ବିହାରର ଅଟନ୍ତି।

ଏହା ବ୍ୟତୀତ ଆତଙ୍କବାଦୀଙ୍କ ସହ କ୍ରମାଗତ ଜାରି ଏନକାଉଣ୍ଟରରେ ୬ରୁ ଅଧିକ ଯବାନ ସହିଦ  ହୋଇଛନ୍ତି। ଏହି କାରଣରୁ ଦେଶରେ ଅସନ୍ତୋଷ ବଢିବାରେ ଲାଗିଛି। ତେଣୁ ଅକ୍ଟୋବର ୨୪  ଭାରତ-ପାକିସ୍ତାନ ମ୍ୟାଚ୍‌କୁ ବନ୍ଦ କରିବା ଦାବି ଉଠିଛି।

ରାମଦାସଙ୍କ ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ, ବିହାରର ଉପ ମୁଖ୍ୟମନ୍ତ୍ରୀ ତାରାକିଶୋର ପ୍ରସାଦ ମଧ୍ୟ  ଭାରତ-ପାକିସ୍ତାନ ମ୍ୟାଚ୍ ଉପରେ ପୁନର୍ବାର ଆଲୋଚନା କରାଯାଉ ବୋଲି କହିଛନ୍ତି। ହେଲେ କଂଗ୍ରେସ ନେତା ତଥା ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ସ୍ପଷ୍ଟ କରି ସାରିଛନ୍ତି ଯେ, ମ୍ୟାଚ୍ ରଦ୍ଦ କରାଯାଇ ପାରିବ ନାହିଁ। ଏହା ଆଇସିସି ଇଭେଣ୍ଟ ଏବଂ ଟି-୨୦ ବିଶ୍ଵ କପ୍। ଏଥିସହ ସେ ଜାମ୍ମୁ-କାଶ୍ମୀର ଆତଙ୍କୀ ଘଟଣାକୁ କଡା ଶବ୍ଦରେ ନିନ୍ଦା କରିଛନ୍ତି।

   Related Posts