କୃଷି ଆଇନ ସଂଶୋଧନ ପାଇଁ ସରକାର ପ୍ରସ୍ତୁତ, କିନ୍ତୁ ଆଇନକୁ ଫେରାଇ ନେବା ପ୍ରସଙ୍ଗରେ ଏମିତି କହିଲେ କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠାଓ୍ବଲେ
20/12/2020 at 7:59 PM

ନୂଆଦିଲ୍ଲୀ ୨୦/୧୨ : କୃଷି ଆଇନକୁ ନେଇ ଚାଷୀମାନେ ଦିଲ୍ଲୀ ଏବଂ ହରିୟାଣା ସୀମାରେ ଗତ ୩ ସପ୍ତାହରୁ ଉର୍ଦ୍ଧ୍ବ ଦିନ ହେଲା ଧାରଣାରେ ବସିଛନ୍ତି । କେନ୍ଦ୍ର ସରକାରଙ୍କ କୃଷକ ମାରଣ ନୀତିକୁ ବିରୋଧ କରି ଚାଷୀମାନେ ଆନ୍ଦୋଳନ ଜାରି ରଖିଛନ୍ତି । ସେପଟେ କେନ୍ଦ୍ର ସରକାର ଲଗାତାର ଭାବେ ଆଲୋଚନା ଜାରି ରଖିଛନ୍ତି । କିନ୍ତୁ ଚାଷୀମାନେ କୌଣସି ପ୍ରକାର ଆଇନକୁ ଫେରାଇ ନେବା ଜିଦରେ ଅଟଳ ।
ଏହାରି ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠାଓ୍ବଲେ ରବିବାର କହିଛନ୍ତି ଯେ, ସରକାର କୃଷି ଆଇନରେ ସଂଶୋଧନ ପାଇଁ ପ୍ରସ୍ତୁତ ଅଛନ୍ତି । ସେ କହିଛନ୍ତି MSP ଏବଂ କୃଷି ଉତ୍ପାଦନ ବଜାର ସମିତିକଚୁ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡିବନି । ଯଦି ଆଇନକୁ ବିରୋଧ କରିବା କଥା ଉଠେ ତେବେ ଅନେକ ଆଇନ ଫେରାଇ ନିଆଯାଇପାରିବ । ତେଣୁ ଆନ୍ଦୋଳନକୁ ଶେଷ କରିବା ପାଇଁ ଚାଷୀମାନଙ୍କୁ ରାମଦାସ ଅଠାଓ୍ବଲେ ନିବେଦନ କରିଛନ୍ତି ।
ସେପ୍ଟେମ୍ବରରେ ସରକାର କୃଷି କ୍ଷେତ୍ରରେ ଏକ ପ୍ରମୁଖ ସଂସ୍କାର ଆଣିବା ପୂର୍ବକ ତିନୋଟି କୃଷି ଆଇନ କାର୍ଯ୍ୟକାରୀ କରିଥିଲେ । ସରକାର କହିଥିଲେ ଯେ ଏହି ନିୟମ ପରେ ମଧ୍ୟସ୍ଥିଙ୍କ ଭୂମିକା ସମାପ୍ତ ହେବ ଏବଂ କୃଷକମାନଙ୍କୁ ସେମାନଙ୍କ ଉତ୍ପାଦନକୁ ଦେଶର ଯେକୌଣସି ସ୍ଥାନରେ ବିକ୍ରୟ କରିବାକୁ ଅନୁମତି ଦିଆଯିବ। କିନ୍ତୁ ଏହାକୁ ବିରୋଧ କରି ଖାସ କରି ଦିଲ୍ଲୀ ଏବଂ ହରିୟାଣାର କୃଷକମାନେ ତିନୋଟି କୃଷି ଆଇନ ରଦ୍ଦ କରିବାକୁ ଦାବି କରିଛନ୍ତି । କୃଷକମାନଙ୍କ କହିବା କଥା ଯେ ଏହି ଆଇନଗୁଡିକ ଶିଳ୍ପକୁ ଲାଭ ସଂସ୍ଥାକୁ ଫାଇଦା ଦେବା ପାଇଁ ଅଣାଯାଇଛି ଏବଂ ମଣ୍ଡି ଓ ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ବ୍ୟବସ୍ଥାକୁ ହଟାଇ ଦିଆଯିବ ।