ବ୍ରହ୍ମପୁର ରମ୍ଭା ମହାବିଦ୍ୟାଳୟ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ
30/06/2019 at 9:18 AM

ଗଞ୍ଜାମ ୩୦/୬: ବ୍ରହ୍ମପୁର ରମ୍ଭା ମହାବିଦ୍ୟାଳୟ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ରମ୍ଭା ବିରୁଳିଗଡ ରାସ୍ତା ଉପରେ ପଡିଛି ତାଙ୍କ ମୃତ ଦେହ । ମୃତକ ହେଲେ ଅଶ୍ବିନୀ କୁମାର ମିଶ୍ର ।

ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ରହିଛି । ମୃତଦେହ ନିକଟରେ ଏକ ବାଇକ୍ ମଧ୍ୟ ଠାବ ହୋଇଛି । ପାରିପାର୍ଶିକ ସ୍ଥିତିରୁ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଚଳାଇଛି ।