ଇଞ୍ଜିନିୟରିଂ ପାଠ୍ୟକ୍ରମରେ ସାମିଲ୍ ହେବ ରାମାୟଣ, ମହାଭାରତ ଓ ରାମଚରିତ ମାନସ

Published By : Prameya-News7 Bureau | September 13, 2021 IST

ଭୋପାଳ ୧୩।୦୯: ସାମରିକ ସିଲାବସରେ ଭଗବତ ଗୀତା ସାମିଲ୍ ହୋଇ ଚର୍ଚ୍ଚିତ ହେଉଥିବା ବେଳେ ଏହା ମଧ୍ୟରେ ଐତିହାସିକ ନିଷ୍ପତ୍ତି ନେଇଛନ୍ତି ମଧ୍ୟ ପ୍ରଦେଶ ସରକାର। ରାଜ୍ୟର ଶିବରାଜ ସିଂହ ସରକାର ଇଞ୍ଜିନିୟରିଂ ପାଠ୍ୟକ୍ରମରେ ରାମାୟଣ, ମହାଭାରତ ଓ ରାମଚରିତ ମାନସ ସାମିଲ୍ କରିଛନ୍ତି। ସୋମବାର ଏହି ନିଷ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି  ରାଜ୍ୟ ଶିକ୍ଷା ବିଭାଗ।

wp:html /wp:html

ଉଚ୍ଚ ଶିକ୍ଷା ମନ୍ତ୍ରୀ ମୋହନ ଯାଦବ କହିଛନ୍ତି ଯେ, ଯଦି କେହି ଭଗବାନ ରାମଙ୍କ ଚରିତ୍ର ଏବଂ କାର୍ଯ୍ୟ ବିଷୟରେ ଶିଖିବାକୁ ଚାହୁଁଛି ତେବେ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ଏମିତି କରି ପାରିବେ। ତେଣୁ ଆମେ ରାଜ୍ୟରେ ଇଞ୍ଜିନିୟରିଂ ସିଲାବସରେ ରାମାୟଣ, ମହାଭାରତ ଏବଂ ରାମଚରିତ ମାନସକୁ ସାମିଲ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.