କରୋନା କାଳରେ ପୁଣି ଥରେ ଟିଭି ପରଦାକୁ ଫେରିଲା ରାମାୟଣ, ଅନସ୍କ୍ରିନ ସୀତା କହିଲେ- 'ଇତିହାସ ନିଜକୁ ଦୋହରାଉଛି'

Published By : Prameya-News7 Bureau | May 10, 2021 IST

ମୁମ୍ବାଇ ୧୦।୦୫: ଭାରତରେ କରୋନାର ଦ୍ଵିତୀୟ ଲହର ଦ୍ରୁତ ବେଗରେ ବ୍ୟାପିବାରେ ଲାଗିଛି। ସଂକ୍ରମଣ ନିୟନ୍ତ୍ରଣ ଦେଶର ପ୍ରତି ରାଜ୍ୟରେ କଡା କଟକଣା ଲଗାଯାଉଛି। ଏମିତି ସମୟରେ ପୁଣି ଥରେ ଟିଭିରେ ରାମାନନ୍ଦ ସାଗରଙ୍କ ପୌରାଣିକ ଧାରାବାହିକ ରାମାୟଣର ପ୍ରସାରଣ ହେବାକୁ ଯାଉଛି। ଦେଶରେ କରୋନା ଲକ୍‌ଡାଉନ୍‌ ସମୟରେ ଗତ ବର୍ଷ ମଧ୍ୟ ରାମାନନ୍ଦ ସାଗରଙ୍କ ରାମାୟଣ ପ୍ରସାରିତ ହୋଇଥିଲା।

ଏହି ଖବର ଉପରେ ରାମାୟଣରେ ସୀତା ଚରିତ୍ରରେ ଅଭିନୟ କରିଥିବା ଦୀପିକା ଚିଖଲିୟା ଖୁସି ପ୍ରକାଶ କରିଛନ୍ତି। ଦୀପିକା ଇନଷ୍ଟାଗ୍ରାମରେ ରାମାୟଣର ପୁନଃ ପ୍ରସାରଣ ନେଇ ଏକ ଖୁସିଭରା ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି, ଇତିହାସ ପୁଣି ଥରେ ନିଜକୁ ଦୋହରାଉଛି। ଏଥର ରାମାୟଣ ଷ୍ଟାର ଭାରତରେ ପ୍ରସାରଣ ହେଉଛି।

{"id":450793,"sizeSlug":"large","linkDestination":"none"}

ରାମାୟଣ ପୁଣି ଥରେ ଟେଲିକାଷ୍ଟ ହେବା ନେଇ ଦୀପିକା ଚିଖଲିୟା ଲେଖିଛନ୍ତି, ରାମାୟଣ ମଧ୍ୟ ଛୋଟ ପରଦାରେ ପ୍ରତ୍ୟାବର୍ତ୍ତନ କରିଛି। ରାମାୟଣ ଗତ ବର୍ଷ ଲକ୍‌ଡାଉନ୍‌ରେ ମଧ୍ୟ ଦୂରଦର୍ଶନରେ ପ୍ରସାରଣ ହୋଇଥିଲା। ସେ କହିଛନ୍ତି, ଆସନ୍ତୁ ଆପଣ ସମସ୍ତେ ଆମ ସମୁଦାୟ ଏବଂ ସମାଜର ଅଂଶ ହେବା। ଆଗାମୀ ପିଢି ସହ ରାମାୟଣର ଜ୍ଞାନ ବିତରଣ କରନ୍ତୁ। ଷ୍ଟାର ଭାରତରେ ପ୍ରତି ଦିନ ରାତି ୭ଟାରେ ରାମାୟଣ ଦେଖନ୍ତୁ।

{"id":450794,"sizeSlug":"large","linkDestination":"none"}

ରାମାୟଣର ରାମ ଅରୁଣ ଗୋଭିଲଙ୍କ ପ୍ରଶଂସକ ମଧ୍ୟ ବହୁତ ଖୁସି ପ୍ରକାଶ କରିଛନ୍ତି। ରାମାୟଣ ପୁଣି ଥରେ ପ୍ରସାରଣ ନେଇ ଜନତାଙ୍କ ମହଲରେ ଉତ୍ସାହ ଦେଖିବାକୁ ମିଳିଛି। ଉଲ୍ଲେଖଯୋଗ୍ୟ, ଗତବର୍ଷ ଲକ୍‌ଡାଉନ୍‌ରେ ଦୂରଦର୍ଶନରେ ପ୍ରସାରିତ ରାମାନନ୍ଦ ସାଗରଙ୍କ ରାମାୟଣ ଟେଲିଭିଜନ ରେଟିଂ ଇତିହାସରେ ରେକର୍ଡ ପ୍ରତିଷ୍ଠା କରିଥିଲା। ଏହା ପରେ ବିଆର ଚୋପ୍ରାଙ୍କ ମହାଭାରତ ମଧ୍ୟ ରେକର୍ଡ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.