ରାମାୟଣ ସର୍କିଟ ଟ୍ରେନ: ୧୭ ଦିନରେ ୭୫୦୦ କିଲୋମିଟର ଯାତ୍ରା, ଫାଷ୍ଟ କ୍ଲାସ ଏସି ପାଇଁ ବୁକିଂ ଏକ ଲକ୍ଷ ଟଙ୍କା

Published By : Prameya-News7 Bureau | November 07, 2021 IST

ନୂଆଦିଲ୍ଲୀ ୦୭/୧୧ : ଭଗବାନ ଶ୍ରୀରାମଙ୍କ ଜୀବନ ସହ ଜଡିତ ପ୍ରମୁଖ ସ୍ଥାନ ଦର୍ଶନ ପାଇଁ ଭାରତୀୟ ରେଳବାଇ ରାମାୟଣ ସର୍କିଟ ଟ୍ରେନ ଆରମ୍ଭ କରିଛି। ଏହି ଟ୍ରେନ ଦିଲ୍ଲୀ ସଫଦରଗଞ୍ଜ ରେଲୱେ ଷ୍ଟେସନରୁ ବାହାରିବ। ଏହି ଟ୍ରେନ ଅଯୋଧ୍ୟା ସମେତ ଶ୍ରୀରାମଙ୍କ ଜୀବନ ସହ ଜଡିତ ପ୍ରମୁଖ ସ୍ଥାନ ଦର୍ଶନ କରାଇବ। ରାମାୟଣ ସର୍କିଟ ଟ୍ରେନ ଜରିଆରେ ରାମଙ୍କ ସହ ଜଡିତ ଧାର୍ମିକ ସ୍ଥଳ ଦର୍ଶନ କରାଯିବ। ଏହି ଟ୍ରେନରେ ୭୫୦୦ କିଲୋମିଟର ଯାତ୍ରା ୧୭ ଦିନରେ ପୁରା ହେବ।

{"id":540030,"width":688,"height":386,"sizeSlug":"full","linkDestination":"none"}

ଯାତ୍ରାର ପ୍ରଥମ ପର୍ଯ୍ୟାୟ ଅଯୋଧ୍ୟା ଯେଉଁଠି ଶ୍ରୀରାମ ଜନ୍ମଭୂମି ମନ୍ଦିର, ଶ୍ରୀହନୁମାନ ମନ୍ଦିର ଦର୍ଶନ କରାଯିବ। ଅଯୋଧ୍ୟାରୁ ଏହି ଟ୍ରେନ ସୀତାମଢି ଯିବ ଯେଉଁଠି ଜାନକୀ ଜନ୍ମ ସ୍ଥାନ ଓ ନେପାଳ ସ୍ଥିତ ରାମ ଜାନକୀ ମନ୍ଦିର ଦର୍ଶନ ହେବ। ଦ୍ୱିତୀୟ ପର୍ଯ୍ୟାୟରେ ଭଗବାନ ଶିବଙ୍କ ନଗରୀ କାଶୀ ଯିବ। ତାପରେ ଚିତ୍ରକୂଟ ଓ ସେଠାରୁ ନାସିକରେ ପହଞ୍ଚିବ। ନାସିକ ପରେ ପ୍ରାଚୀନ କିଷ୍କିନ୍ଧ୍ୟା ନଗରୀ ହମ୍ପି ଯିବ ଯେଉଁଠି ଅଂଜନୀ ପର୍ବତ ସ୍ଥିତ ହନୁମାନଙ୍କ ଜନ୍ମସ୍ଥଳୀ ଦର୍ଶନ ହେବ।

{"id":540031,"width":721,"height":480,"sizeSlug":"full","linkDestination":"none"}

ଏହି ଟ୍ରେନର ଶେଷ ପର୍ଯ୍ୟାୟ ହେବ ରାମେଶ୍ୱରମ। ରାମେଶ୍ୱରମରୁ ଏହି ଟ୍ରେନ ୧୭ ତମ ଦିନରେ ଦିଲ୍ଲୀରେ ପହଞ୍ଚିବ। ଏହି ଯାତ୍ରା ପାଇଁ ଫାଷ୍ଟ କ୍ଲାସ ଏସି କୋଚ ବୁକିଂ ୧ ଲକ୍ଷ ୨ ହଜାର ୯୫ ଟଙ୍କା। ସେକେଣ୍ଡ କ୍ଲାସ ଏସି ପାଇଁ ୮୨ ହଜାର ୯୫୦ ଟଙ୍କା। ଏହି ଟ୍ରେନର ବୁକିଂ ଫୁଲ ହୋଇସାରିଛି। ଭାରତୀୟ ରେଳବାଇ ଏହି ଟ୍ରେନ ଛଡା ଆଉ ୪ ରାମାୟଣ ସର୍କିଟ ଟ୍ରେନ ଚଲାଇବାକୁ ଘୋଷଣା କରିଛି। ନଭେମ୍ବର ୧୬ ତାରିଖରେ ଦ୍ୱିତୀୟ ଟ୍ରେନ, ନଭେମ୍ବର ୨୫ରେ ତୃତୀୟ, ୨୭ରେ ଚତୁର୍ଥ ଓ ଜାନୁଆରୀ ୨୦ ରେ ପଞ୍ଚମ ଟ୍ରେନ ଚାଲିବ।

{"id":540032,"width":695,"height":462,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.