Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

କରୋନା ଲକ୍ଷ୍ମଣ ରେଖା ପାର ନ କରିବାକୁ ମାତା ସୀତାଙ୍କ ଅନୁରୋଧ : ଇନଷ୍ଟାଗ୍ରାମରେ ସେୟାର କଲେ ଭିଡିଓ

15/04/2020 at 12:17 PM

ମୁମ୍ବାଇ ୧୫/୪: ଦେଶରେ କରୋନା ଭାଇରସର ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ଧ୍ୟାନରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପ୍ରେଲ୍ ୧୪ତାରିଖରେ ଲକଡାଉନର ଅବଧିକୁ ୧୯ଦିନ ପାଇଁ ବଢ଼ାଇ ଦେଇଛନ୍ତି। ଏଥର ମଇ ୩ତାରିଖ ଯାଏଁ ଲକଡାଉନକୁ ଅବଧିକୁ ବଢ଼ାଇ ଦିଆଯାଇଛି। ପ୍ରଧାନମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ପରେ ସୋସିଆଲ ମିଡିଆରେ ଅନେକ ରିଆକ୍ସନ୍ ସାମନାକୁ ଆସିଛି। ଏହାକୁ ନେଇ ଲୋକେ ବିଭିନ୍ନ ପ୍ରକାରର ରାୟ ରଖିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ‘ରାମାୟଣ’ରେ ସୀତାଙ୍କ ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ଦୀପିକା ଚିଖଲିୟାଙ୍କ ମଧ୍ୟ ରିଆକ୍ସନ ସାମନାକୁ ଆସିଛି। ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି।

ଦୀପିକା ଚିଖଲିୟା ଲକଡାଉନକୁ ମଇ ୩ତାରିଖ ଯାଏଁ ବଢ଼ାଇବାକୁ ନେଇ ନିଜର ମତାମତ ଦେଇଛନ୍ତି। ସେ ଏକ ଭିଡିଓ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ସେୟାର କରିଛନ୍ତି। ଯେଉଁଥିରେ ସେ ଲୋକଙ୍କୁ ଘରେ ରହିବାକୁ ଅପିଲ କରିଛନ୍ତି। ଏହି ଭିଡିଓରେ ସେ ଲୋକଙ୍କୁ ଘରେ ରହିବାକୁ ଅପିଲ୍ କରିଛନ୍ତି। ଏହି ଭିଡିଓରେ ଦୀପିକା କହିଛନ୍ତି ଯେ,‘ ଏହି ଲକଡାଉନ୍ ଆଗକୁ ଏଥିପାଇଁ ବଢ଼ିଛି କାରଣ ଏବେ ବି କେତେକ ଲୋକ ଜରୁରୀ କାମ ନଥିବା ସତ୍ବେ ଘରୁ ବାହାରକୁ ବାହାରୁଛନ୍ତି। ଆମୁ ଏସବୁ ବନ୍ଦ କରିବାକୁ ପଡ଼ିବ। ଆମକୁ ଏବେ ନିଜ ପରିବାର ଏବଂ ଦେଶର ସୁରକ୍ଷା ବିଷୟରେ ଚିନ୍ତା କରିବା ଉଚିତ୍।’

ଏହି ଭିଡିଓରେ ଦୀପିକା ଆଗକୁ କହିଛନ୍ତି,‘ଏହା ଆମର ଏବଂ ପୂରା ଦେଶ ପାଇଁ ଅତ୍ୟନ୍ତ ଚିନ୍ତାର ବିଷୟ ଯେ କରୋନା ୨୧ଦିନ ମଧ୍ୟରେ ସେତିକି ନିୟନ୍ତ୍ରଣ ହୋଇପାରିଲା ନାହିଁ। ଅନ୍ୟ ଦେଶଠୁ ଆମ ପରିସ୍ଥିତି ଭଲ ତଥାପି ଏହି ଲକଡାଉନ୍ ଆମ ଭୁଲ୍ ପାଇଁ ଆଗକୁ ବଢ଼ିଛି।’

ଏହା ସହିତ ଅଭିନେତ୍ରୀ ଦୀପିକା ସମସ୍ତଙ୍କୁ ଅପିଲ କରି କହିଛନ୍ତି,‘ ଆପଣଙ୍କ ଘରେ ଯଦି ବୟସ୍କ ଅଛନ୍ତି ତେବେ ଦୟା କରି ତାଙ୍କ ଧ୍ୟାନ ରଖନ୍ତୁ। ଏହା ସହିତ ଆପଣ ନିଜ ରୋଗ ପ୍ରତିରୋଧକ ଶକ୍ତିର ମଧ୍ୟ ଧ୍ୟାନ ରଖନ୍ତୁ। ଏହି ଯୁଦ୍ଧରେ ଆମ କାମ ହେଉଛି କେବଳ ଘରେ ରହିବା’।

ଭିଡିଓର ଶେଷରେ ଦୀପିକା କହିଛନ୍ତି ଯେ ,‘ ଯଦି ଏହି ଲକ୍ଷ୍ମଣ ରେଖା ଆମେ ପାର କରିବୁ ନାହିଁ ତେବେ ଆମେ ଏହି ଅଗ୍ନି ପରୀକ୍ଷାରେ ପାସ ହେବୁ’।

   Related Posts