Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ପୁରୀ ମହୋଦଧିରୁ ମିଳିଲା ଭାସମାନ ପଥର, ରାମସେତୁରୁ ଆସିଥିବା ଅନୁମାନ

18/10/2021 at 9:34 AM

ପୁରୀ,୧୮/୧୦: ପୁରୀ ମହୋଦଧିରୁ ଏକ ଭାସମାନ ପଥର ପାଇଛନ୍ତି ପୁରୀ ମାଟିଆପଡା ଲେନ୍‌-୫ ଯୋଗମାୟା କଲୋନିର ଜଣେ ଯୁବକ । ସୋସିଆଲ ମିଡିଆରେ ଯୁବକ ଜଣକ ପାଇଥିବା ଏହି ପଥରକୁ ଦେଖାଇବା ପରେ ଘଟଣା ସାମ୍ନାକୁ ଆସିଛି । ଯୁବକଙ୍କ ନାମ ସୁରେନ୍ଦ୍ର କୁମାର ଜାଲି । ସେ ଜଣେ ଅଟୋ ଚାଳକ ।

ଗତକାଲି ଠାକୁରାଣୀ ଭସାଣ ସାରି ମହୋଦଧିରୁ ଆସିବାକୁ ବାହାରିବା ବେଳେ ପଥରଟି ଭାସି ଭାସି ଆସି ତାଙ୍କ ନିକଟରେ ଲାଗିଥିଲା । ଯାହାକୁ ପାଇବା ପରେ ସେ ଏହାକୁ ଆଣି ଘରେ ରଖିଥିଲେ । ପଥରଟିକୁ ମାର୍କଣ୍ଡେୟ ପୁଷ୍କରିଣୀରେ ଭସାଇ ଏହା ଏକ ଅଲୌକିକ ପଥର ଓ ରାମ ସେତୁ ନିକଟରୁ ଆସିଥିବା ଅନୁମାନ କରି ଏହାର ଅଧିକ ଗବେଷଣା କରାଯିବା ଉଚିତ୍‌ ବୋଲି ଶମ୍ଭୁନାଥ ଖୁଣ୍ଟିଆଙ୍କ ସହ ଶ୍ରୀ ଜାଲି ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଘଟଣା ସାମ୍ନାକୁ ଆସିଥିଲା ।

   Related Posts